ନ ତ୍ୱେବାହଂ ଜାତୁ ନାସଂ ନ ତ୍ୱଂ ନେମେ ଜନାଧିପାଃ ।
ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରମ୍ ।।୧୨।।
ନ- କଦାପି ନୁହେଁ; ତୁ- କିନ୍ତୁ; ଏବ-ନିଶ୍ଚିତଭାବେ; ଅହଂ-ମୁଁ; ଜାତୁ- କେବେ ବି; ନ-ନୁହେଁ; ଆସଂ-ଥିଲି; ନ - ନୁହେଁ; ତ୍ୱଂ-ତୁମେ; ନ-ନୁହେଁ;ଇମେ -ଏହିସବୁ; ଜନ-ଅଧିପାଃ -ରାଜା; ନ -କଦାପି ନୁହେଁ; ଚ-ମଧ୍ୟ; ଏବ-ବାସ୍ତବରେ; ନ ଭବିଷ୍ୟାମଃ- ଭବିଷ୍ୟତରେ ରହିବେ ନାହିଁ; ସର୍ବେ-ସମସ୍ତେ; ବୟଂ- ଆମ୍ଭେମାନେ ; ଅତଃ -ଏବେ ଠାରୁ ପରମ୍-ପରେ ।
BG 2.12: ଏମିତି କୌଣସି ସମୟ ନ ଥିଲା ଯେତେବେଳେ ମୁଁ ନ ଥିଲି, ତୁମେ ନ ଥିଲ, ବା ଏହି ରାଜାମାନେ ନ ଥିଲେ; ଭବିଷ୍ୟତରେ ମଧ୍ୟ ଏପରି ସମୟ କେବେ ବି ଆସିବ ନାହିଁ ଯେତେବେଳେ ଆମେ କେହି ନ ଥିବା ।
ଡେଲଫିଠାରେ ଅବସ୍ଥିତ ଆପୋଲୋ ମନ୍ଦିରର ପ୍ରବେଶ ଦ୍ୱାରରେ ଏହି ଶବ୍ଦ ଖୋଦିତ ହୋଇଛି - ଏଦ୍ଭକ୍ଟଗ୍ଧଷସ ଝରଙ୍କଗ୍ଧକ୍ଟଦ୍ଭ ଅର୍ଥାତ୍ “ନିଜକୁ ଜାଣ” । ଏଥେନ୍ସର ପ୍ରଖ୍ୟାତ ଦାର୍ଶନିକ ସକ୍ରେଟିସ୍ ମଧ୍ୟ ଲୋକମାନଙ୍କୁ ନିଜର ସ୍ୱରୂପ ସମ୍ବନ୍ଧରେ ଜାଣିବାକୁ ଉତ୍ସାହିତ କରିବାରେ ଆଗ୍ରହୀ ଥିଲେ । ସେଠାରେ ଏପରି ଏକ କଥା ଶୁଣିବାକୁ ମିଳିଥାଏ ଯେ ଥରେ ସକ୍ରେଟିସ୍ ଗଭୀର ଚିନ୍ତାମଗ୍ନ ଅବସ୍ଥାରେ ରାସ୍ତାରେ ଚାଲୁଥିବା ସମୟରେ ଅକସ୍ମାତ୍ ଅନ୍ୟଜଣେ ବ୍ୟକ୍ତିଙ୍କ ସହ ଧକ୍କା ହୋଇଗଲା । ବ୍ୟକ୍ତି ଜଣକ ବିରକ୍ତ ହୋଇ ପଚାରିଲେ, “ତୁମେ କ’ଣ ଦେଖିପାରୁନ କେଉଁ ରାସ୍ତାରେ ଚାଲୁଛ? କିଏ ତୁମେ ?” ସକ୍ରେଟିସ୍ କୌତୁହଳ ପୂର୍ବକ ଉତ୍ତର ଦେଲେ, “ପ୍ରିୟ ବନ୍ଧୁ, ମୁଁ ଏହି ପ୍ରଶ୍ନର ଉତ୍ତର ଗତ ଚାଳିଶ ବର୍ଷ ଧରି ଖୋଜୁଛି । ତୁମେ ଯଦି କେବେ ଜାଣି ପାରିବ ମୁଁ କିଏ, ତାହାହେଲେ ଦୟା କରି ମୋତେ ଜଣାଇବ ।”
ବୈଦିକ ପରମ୍ପରା ଅନୁଯାୟୀ, ଦିବ୍ୟ ଜ୍ଞାନ ପ୍ରଦାନ କରିବାର ପ୍ରକ୍ରିୟା ଆତ୍ମଜ୍ଞାନରୁ ଆରମ୍ଭ ହୋଇଥାଏ । ଭଗବଦ୍ ଗୀତାରେ ଶ୍ରୀକୃଷ୍ଣ ସେହି ପଦ୍ଧତିର ଅନୁସରଣ କରି ଯେଉଁ ଜ୍ଞାନ ଦେଇଛନ୍ତି ତାହା ସକ୍ରେଟିସଙ୍କ ପାଦ ତଳୁ ଭୂମି ଖସାଇ ଦେଇଥାନ୍ତା । ଶ୍ରୀକୃଷ୍ଣ ବ୍ୟାଖ୍ୟା ଆରମ୍ଭ କରିବାକୁ ଯାଇ କହୁଛନ୍ତି, ଆମ୍ଭେମାନେ ଯେଉଁ ତତ୍ତ୍ୱକୁ ‘ମୁଁ’ ବୋଲି କହିଥାଏ ତାହା ବାସ୍ତବରେ ଆତ୍ମା ଅଟେ, ମାୟିକ ଶରୀର ନୁହେଁ । ଭଗବାନଙ୍କ ପରି ତାହା ନିତ୍ୟ ଅଟେ । ଶ୍ୱେତାଶ୍ୱତର ଉପନିଷଦ କହେ:
ଜ୍ଞାଜେ୍ଞø ଦ୍ୱାବଜା ବୀଶନୀଶାବଜା ହୈକା ଭୋକ୍ତୃ ଭୋଗ୍ୟାର୍ଥ ଯୁକ୍ତା ।
ଅନନ୍ତଶ୍ଚାତ୍ମା ବିଶ୍ୱରୂପୋ ହ୍ୟକର୍ତା ତ୍ରୟଂ ଯଦା ବିନ୍ଦତେ ବ୍ରହ୍ମମେତତ୍ । (୧.୯)
ଉପରୋକ୍ତ ଶ୍ଳୋକ ବର୍ଣ୍ଣନା କରୁଛି ଯେ, ସୃଷ୍ଟି ତିନୋଟି ତତ୍ତ୍ୱର ସମାହାର ଅଟେ - ବ୍ରହ୍ମ, ଜୀବ ଓ ମାୟା ଏବଂ ଏହି ତିନୋଟି ତତ୍ତ୍ୱ ନିତ୍ୟ ଅଟନ୍ତି । ଆମେ ଯଦି ବିଶ୍ୱାସ କରୁଥାଏ ଯେ ଜୀବ ନିତ୍ୟ ଅଟେ, ତାହେଲେ ଏହା ଯୁକ୍ତିସଂଗତ ଯେ ମାୟିକ ଶରୀରର ମୃତ୍ୟୁ ପରେ ମଧ୍ୟ ଜୀବନ ଅଛି । ଶ୍ରୀକୃଷ୍ଣ ଏହି ବିଷୟରେ ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି ।
ନ ତ୍ୱେବାହଂ ଜାତୁ ନାସଂ ନ ତ୍ୱଂ ନେମେ ଜନାଧିପାଃ ।
ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରମ୍ ।।୧୨।।
ଏମିତି କୌଣସି ସମୟ ନ ଥିଲା ଯେତେବେଳେ ମୁଁ ନ ଥିଲି, ତୁମେ ନ ଥିଲ, ବା ଏହି ରାଜାମାନେ ନ ଥିଲେ; ଭବିଷ୍ୟତରେ ମଧ୍ୟ ଏପରି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ