ଅକୀର୍ତିଂ ଚାପି ଭୂତାନି କଥୟିଷ୍ୟନ୍ତି ତେଽବ୍ୟୟାମ୍ ।
ସମ୍ଭାବିତସ୍ୟ ଚାକୀର୍ତିର୍ମରଣାଦତିରିଚ୍ୟତେ ।।୩୪।।
ଅକୀର୍ତିଂ-ଅପଯଶ; ଚ-ଏବଂ; ଅପି-ମଧ୍ୟ; ଭୂତାନି-ଲୋକେ; କଥୟିଷ୍ୟନ୍ତି- କହିବେ; ତେ-ତୁମର; ଅବ୍ୟୟାମ୍ -ନିତ୍ୟ; ସମ୍ଭାବିତସ୍ୟ-ଜଣେ ସମ୍ମାନନୀୟ ବ୍ୟକ୍ତିଙ୍କର; ଚ-ଏବଂ; ଅକୀର୍ତିଃ- ଅପଯଶ; ମରଣାତ୍-ମୃତ୍ୟୁ ଠାରୁ; ଅତିରିଚ୍ୟତେ-ଅଧିକ ।
BG 2.34: ଲୋକମାନେ ତୁମକୁ ଜଣେ ଭୀରୁ ଓ ପଳାୟନପନ୍ଥୀ କହିବେ । ଜଣେ ସମ୍ମାନୀୟ ବ୍ୟକ୍ତି ପକ୍ଷରେ ଅପଯଶ ମୃତ୍ୟୁ ଠାରୁ ମଧ୍ୟ ଅଧିକ କଷ୍ଟଦାୟକ ଅଟେ ।
ସମ୍ଭ୍ରାନ୍ତ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ସାମାଜିକ ପ୍ରତିଷ୍ଠା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । କ୍ଷତ୍ରିୟମାନଙ୍କର ଯେଉଁ ସବୁ ଗୁଣ ସେମାନଙ୍କୁ ସମ୍ମାନ ଓ ଖ୍ୟାତି ପ୍ରଦାନ କରିଥାଏ, ତାହା ତାଙ୍କ ପାଇଁ ବିଶେଷ ଭାବରେ ମୂଲ୍ୟବାନ ଅଟେ । ତାଙ୍କ ପାଇଁ ଅସମ୍ମାନ ମୃତ୍ୟୁ ଠାରୁ ମଧ୍ୟ ଅଧିକ କଷ୍ଟଦାୟକ ଅଟେ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସଚେତନ କରାଇ ଦେଉଛନ୍ତି ଯେ ଯଦି ସେ ଉଚ୍ଚକୋଟୀର ଜ୍ଞାନ ଦ୍ୱାରା ପ୍ରେରିତ ହୋଇନାହାନ୍ତି, ତେବେ ଅନ୍ତତଃଏହି ଛୋଟ ଜ୍ଞାନଟି ଦ୍ୱାରା ଉଦ୍ବୁଦ୍ଧ ହୁଅନ୍ତୁ ।
ସଂସାରର ଅନେକ ସମ୍ପ୍ରଦାୟରେ ଯୁଦ୍ଧରୁ ପଳାୟନ କରୁଥିବା ଯୋଦ୍ଧାଙ୍କୁ ଭୀରୁ ରୂପେ ଆଖ୍ୟାୟିତ କରାଯାଇ ସମାଜରୁ ବାସନ୍ଦ କରାଯାଇଥାଏ । ଅର୍ଜୁନ ଯଦି କର୍ତ୍ତବ୍ୟରେ ଅବହେଳା କରନ୍ତି, ତାଙ୍କୁ ମଧ୍ୟ ଏହିପରି ଅପଯଶ ମିଳିପାରେ ।
ଅକୀର୍ତିଂ ଚାପି ଭୂତାନି କଥୟିଷ୍ୟନ୍ତି ତେଽବ୍ୟୟାମ୍ ।
ସମ୍ଭାବିତସ୍ୟ ଚାକୀର୍ତିର୍ମରଣାଦତିରିଚ୍ୟତେ ।।୩୪।।
ଲୋକମାନେ ତୁମକୁ ଜଣେ ଭୀରୁ ଓ ପଳାୟନପନ୍ଥୀ କହିବେ । ଜଣେ ସମ୍ମାନୀୟ ବ୍ୟକ୍ତି ପକ୍ଷରେ ଅପଯଶ ମୃତ୍ୟୁ ଠାରୁ ମଧ୍ୟ ଅଧିକ କଷ୍ଟଦାୟକ ଅଟେ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ