ଭୋଗୈଶ୍ୱର୍ଯ୍ୟପ୍ରସକ୍ତାନାଂ ତୟାପହୃତଚେତସାମ୍ ।
ବ୍ୟବସାୟାତ୍ମିକା ବୁଦ୍ଧିଃ ସମାଧୌ ନ ବିଧୀୟତେ ।।୪୪।।
ଭୋଗ-ଭୌତିକ ସୁଖଭୋଗ; ଐଶ୍ୱର୍ଯ୍ୟ-ଐଶ୍ୱର୍ଯ୍ୟ; ପ୍ରସକ୍ତାନାଂ-ଯେଉଁମାନେ ସେଥିରେ ଆସକ୍ତ; ତୟା-ତଦ୍ୱାରା; ଅପହୃତ ଚେତସାମ୍-ବିଚଳିତ ବୁଦ୍ଧି; ବ୍ୟବସାୟାତ୍ମିକା-ଦୃଢନିଶ୍ଚିତ; ବୁଦ୍ଧିଃ-ବୁଦ୍ଧି; ସମାଧୌ-ଏକାଗ୍ର; ନ ବିଧୀୟତେ- ହୁଏ ନାହିଁ ।
BG 2.44: ଯାହାର ମନ ସଂସାରିକ ସୁଖ ପ୍ରତି ଗଭୀର ଭାବରେ ଆସକ୍ତ ରହିଥାଏ ଏବଂ ବୁଦ୍ଧି ସେହି ସୁଖରେ ସମ୍ମୋହିତ ହୋଇଯାଇଥାଏ, ଭଗବତ୍ ପ୍ରାପ୍ତିର ମାର୍ଗରେ ସଫଳ ହେବା ପାଇଁ ସେମାନଙ୍କ ଠାରେ ଦୃଢ଼ ନିଷ୍ଠା ନ ଥାଏ ।
ଯେଉଁମାନଙ୍କର ମନ ଇନ୍ଦ୍ରିୟ ସୁଖରେ ଆସକ୍ତ ରହିଥାଏ, ସେମାନଙ୍କର ଲକ୍ଷ୍ୟ କେବଳ ଭୋଗ ଏବଂ ଐଶ୍ୱର୍ଯ୍ୟ ଅଟେ । ସେମାନେ ତାଙ୍କର ବୁଦ୍ଧିକୁ ଆୟ ବୃଦ୍ଧି କରିବାରେ ଏବଂ ସଂସାରିକ ବସ୍ତୁ ସଂଗ୍ରହ କରି ଅଧିକରୁ ଅଧିକ ଉପଭୋଗ କରିବାରେ ଉପଯୋଗ କରନ୍ତି । ଏହିପରି ଭ୍ରଷ୍ଟବୁଦ୍ଧି ହୋଇ ସେମାନେ ଭଗବତ୍ ପ୍ରାପ୍ତି ପଥରେ ଯାତ୍ରା କରିବା ପାଇଁ ଆବଶ୍ୟକୀୟ ଦୃଢ଼ସଂକଳ୍ପ ହାସଲ କରି ପାରନ୍ତି ନାହିଁ ।
ଭୋଗୈଶ୍ୱର୍ଯ୍ୟପ୍ରସକ୍ତାନାଂ ତୟାପହୃତଚେତସାମ୍ ।
ବ୍ୟବସାୟାତ୍ମିକା ବୁଦ୍ଧିଃ ସମାଧୌ ନ ବିଧୀୟତେ ।।୪୪।।
ଯାହାର ମନ ସଂସାରିକ ସୁଖ ପ୍ରତି ଗଭୀର ଭାବରେ ଆସକ୍ତ ରହିଥାଏ ଏବଂ ବୁଦ୍ଧି ସେହି ସୁଖରେ ସମ୍ମୋହିତ ହୋଇଯାଇଥାଏ, ଭଗବତ୍ ପ୍ରାପ୍ତିର ମାର୍ଗରେ ସଫଳ ହେବା …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ