ବୁଦ୍ଧିଯୁକ୍ତୋ ଜହାତୀହ ଉଭେ ସୁକୃତଦୁଷ୍କୃତେ ।
ତସ୍ମାଦ୍‌ଯୋଗାୟ ଯୁଜ୍ୟସ୍ୱ ଯୋଗଃ କର୍ମସୁ କୌଶଳମ୍ ।।୫୦।।

ବୁଦ୍ଧି-ଯୁକ୍ତଃ- ପ୍ରଜ୍ଞାବାନ୍‌; ଜହାତି-ମୁକ୍ତ ହୋଇପାରେ; ଇହ-ଏହି ଜୀବନରେ; ଉଭେ-ଉଭୟ; ସୁକୃତ-ଦୁଷ୍କୃତେ-ଭଲ ଓ ମନ୍ଦ କର୍ମ ଦ୍ୱାରା; ତସ୍ମାତ୍‌-ତେଣୁ; ଯୋଗାୟ-ଯୋଗ ନିମନ୍ତେ; ଯୁଜ୍ୟସ୍ୱ-ଉଦ୍ୟମ କର; ଯୋଗଃ-ଯୋଗ; କର୍ମସୁ କୌଶଳମ୍ -କୁଶଳତା ପୂର୍ବକ ସମସ୍ତ କର୍ମ କରିବାର କଳା ।

ଅନୁବାଦ

BG 2.50: ଯେଉଁ ବ୍ୟକ୍ତି ନିଷ୍ଠାପର ଭାବରେ ଆସକ୍ତି ରହିତ କର୍ମାଭ୍ୟାସ କରିଥାଏ, ସେ ଉଭୟ ଭଲ ମନ୍ଦ କର୍ମର ପ୍ରତିକ୍ରିୟା ଠାରୁ ଏହି ଜନ୍ମରେ ହିଁ ମୁକ୍ତ ହୋଇଯାଏ । ତେଣୁ ଯୋଗ ପାଇଁ ଚେଷ୍ଟିତ ହୁଅ, ଯାହାକି କୁଶଳତା ପୂର୍ବକ (ସଠିକ୍ ଚେତନା ଯୁକ୍ତ ହୋଇ) କର୍ମ କରିବାର କଳା ଅଟେ ।

ଭାଷ୍ୟ

କର୍ମଯୋଗର ବିଜ୍ଞାନ ବିଷୟରେ ଶୁଣିବା ପରେ, ଅନେକ ସମୟରେ ଲୋକେ ଆଶଙ୍କା ପ୍ରକାଶ କରନ୍ତି ଯେ, ଯଦି ସେମାନେ ଫଳପ୍ରତି ଆସକ୍ତି ତ୍ୟାଗ କରନ୍ତି, ତାଙ୍କର କାର୍ଯ୍ୟଦକ୍ଷତା ହ୍ରାସ ପାଇବ କି? ଶ୍ରୀକୃଷ୍ଣ ବୁଝାଉଛନ୍ତି ଯେ ସ୍ୱାର୍ଥ ରହିତ ହୋଇ କାର୍ଯ୍ୟ କରିବା ଦ୍ୱାରା ଆମ କାର୍ଯ୍ୟର ମାନ କମ୍ ହୁଏ ନାହିଁ, ବରଂ ଆମେ ଅଧିକ କୁଶଳୀ ହୋଇଥାଉ । ଉଦାହରଣ ସ୍ୱରୂପ, ଜଣେ ନିଷ୍ଠାପର ଶଲ୍ୟ ଚିକିତ୍ସକଙ୍କ କଥା ବିଚାର କରନ୍ତୁ, ସେ ଲୋକଙ୍କର ଅସ୍ତ୍ରୋପଚାର କରିବା ସମୟରେ ଛୁରୀରେ ତାଙ୍କୁ କାଟି ଦିଅନ୍ତି । ରୋଗୀ ବଞ୍ôଚବ କି ମରିବ ସେଥିରେ ବିଚଳିତ ନ ହୋଇ, ସମଭାବାପନ୍ନ ହୋଇ ସେ ତାଙ୍କର କର୍ତ୍ତବ୍ୟ କରିଥାନ୍ତି । ନିଃସ୍ୱାର୍ଥପର ଭାବରେ, ପୂର୍ଣ୍ଣ ଦକ୍ଷତାର ସହିତ, ଫଳପ୍ରତି ଧ୍ୟାନ ନ ଦେଇ ସେ ତାଙ୍କର କର୍ତ୍ତବ୍ୟ କରିଥାଆନ୍ତି । ତେଣୁ ଅସ୍ତ୍ରୋପଚାର ସମୟରେ ରୋଗୀଟି ଯଦି ମୃତ୍ୟୁବରଣ କରେ, ଡାକ୍ତର ନିଜକୁ ହତ୍ୟା କରିବାର ଦୋଷରେ ଅପରାଧି ମନେ କରନ୍ତି ନାହିଁ । କିନ୍ତୁ ସେହି ଚିକିତ୍ସକଙ୍କୁ ଯଦି ତାଙ୍କ ନିଜ ପୁଅର ଅସ୍ତ୍ରୋପଚାର କରିବାକୁ କୁହାଯାଏ ତେବେ ସେ ସାହସ କରନ୍ତି ନାହିଁ । ଫଳ ପ୍ରତି ତାଙ୍କର ଆସକ୍ତି ଯୋଗୁଁ ସେ ଭୟ କରନ୍ତି ହୁଏତ ଦକ୍ଷତାର ସହ ସେ ଅସ୍ତ୍ରୋପଚାର କରିପାରିବେ ନାହିଁ ଏବଂ ସେଥିପାଇଁ ସେ ଅନ୍ୟ ଶଲ୍ୟ ଚିକିତ୍ସକଙ୍କର ସହାୟତା ନିଅନ୍ତି । ଏଥିରୁ ଜଣାପଡୁଛି ଯେ ଫଳ ପ୍ରତି ଆସକ୍ତି ଆମକୁ ଅଧିକ କାର୍ଯ୍ୟଦକ୍ଷ କରେ ନାହିଁ, ବରଂ ଆମର ଦକ୍ଷତାକୁ ହ୍ରାସ କରିଥାଏ । ତା’ ପରିବର୍ତ୍ତେ ଆମେ ଯଦି ଆସକ୍ତି ରହିତ ହୋଇ କାର୍ଯ୍ୟ କରିବା, ତାହେଲେ ଆମେ ବିଚଳିତ, ଶଂକିତ, ଭୟ, ଚାପଗ୍ରସ୍ତ ବା ଉତ୍ତେଜିତ ନ ହୋଇ ପୂର୍ଣ୍ଣ ଦକ୍ଷତାର ସହିତ କାର୍ଯ୍ୟ କରିପାରିବା ।

ସେହିପରି, ଅର୍ଜୁନଙ୍କର ନିଜସ୍ୱ ଉଦାହରଣ ମଧ୍ୟ ଦର୍ଶାଇ ଥାଏ ଯେ ଫଳ ପ୍ରତି ଆସକ୍ତି ତ୍ୟାଗ କଲେ କାର୍ଯ୍ୟଦକ୍ଷତା ହ୍ରାସ ପାଏ ନାହିଁ । ଭଗବଦ୍ ଗୀତା ଶୁଣିବା ପୂର୍ବରୁ ସେ ରାଜ୍ୟ ଜୟ ଉଦ୍ଦେଶ୍ୟରେ ଯୁଦ୍ଧ କରିବାକୁ ଇଚ୍ଛା କରୁଥିଲେ । ଶ୍ରୀକୃଷ୍ଣଙ୍କ ଠାରୁ ଭଗବଦ୍ ଗୀତା ଶୁଣିସାରିବା ପରେ ସେ ତାଙ୍କର କର୍ତ୍ତବ୍ୟ ଦୃଷ୍ଟିରୁ ଶ୍ରୀକୃଷ୍ଣଙ୍କ ଖୁସୀ ଉଦ୍ଦେଶ୍ୟରେ ଯୁଦ୍ଧ କରିଥିଲେ । ଏବେ ବି ସେ ଜଣେ ଯୋଦ୍ଧା ଥିଲେ କିନ୍ତୁ ତାଙ୍କର ମନୋଭାବର ପରିବର୍ତ୍ତନ ହୋଇଥିଲା । ସେ ଆସକ୍ତି ରହିତ ହୋଇ କର୍ତ୍ତବ୍ୟ କରିଥିଲେ, ସେଥିପାଇଁ ପୂର୍ବାପେକ୍ଷା ସେ କମ୍ ଦକ୍ଷ ହୋଇଯାଇ ନ ଥିଲେ । ପ୍ରକୃତରେ ସେ ଅଧିକ ଉତ୍ସାହର ସହିତ ଯୁଦ୍ଧ କରିଥିଲେ, କାରଣ ତାଙ୍କର କର୍ମ ଭଗବାନଙ୍କର ସେବା ପାଇଁ ଉଦ୍ଦିଷ୍ଟ ଥିଲା ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency