ଅର୍ଜୁନ ଉବାଚ
ସ୍ଥିତପ୍ରଜ୍ଞସ୍ୟ କା ଭାଷା ସମାଧିସ୍ଥସ୍ୟ କେଶବ ।
ସ୍ଥିତଧୀଃ କିଂ ପ୍ରଭାଷେତ କିମାସୀତ ବ୍ରଜେତ କିମ୍ ।।୫୪।।

ଅର୍ଜୁନ ଉବାଚ- ଅର୍ଜୁନ କହିଲେ; ସ୍ଥିତପ୍ରଜ୍ଞସ୍ୟ- ଯାହାର ବୁଦ୍ଧି ସ୍ଥିର; କା- କ’ଣ; ଭାଷା-ଭାଷା; ସମାଧିସ୍ଥସ୍ୟ-ଯିଏ ଦିବ୍ୟ ଚେତନାରେ ସ୍ଥିତ; କେଶବ- କେଶୀ ଦୈତ୍ୟର ବିନାଶକାରୀ ଶ୍ରୀକୃଷ୍ଣ !; ସ୍ଥିତଧୀଃ- ଜ୍ଞାନୀ; କିଂ-କଣ; ପ୍ରଭାଷେତ- କହେ; କିଂ- କିପରି; ଆସୀତ-ବସେ; ବ୍ରଜେତ-ଚାଲେ; କିଂ-କିପରି ।

ଅନୁବାଦ

BG 2.54: ଅର୍ଜୁନ କହିଲେ: ହେ କେଶବ, ଦିବ୍ୟ ଚେତନାଯୁକ୍ତ ବ୍ୟକ୍ତିର ସ୍ୱଭାବ କ’ଣ ? ଜଣେ ସୁଜ୍ଞାନୀ ବ୍ୟକ୍ତି କିପରି କଥାବାର୍ତ୍ତା କରେ ? କିପରି ବସେ ? କିପରି ଚାଲେ ?

ଭାଷ୍ୟ

ସ୍ଥିତପ୍ରଜ୍ଞ ଏବଂ ସମାଧିସ୍ଥ ଉପାଧିସବୁ ଜ୍ଞାନୀ ବ୍ୟକ୍ତିଙ୍କ ପ୍ରତି ପ୍ରଜୁଯ୍ୟ । ଶ୍ରୀକୃଷ୍ଣଙ୍କ ଠାରୁ ଯୋଗ ବା ସମାଧି ବିଷୟରେ ଶୁଣି, ଅର୍ଜୁନ ଏକ ସ୍ୱାଭାବିକ ପ୍ରଶ୍ନ ପଚାରୁଛନ୍ତି । ସେ ଜାଣିବାକୁ ଚାହୁଁଛନ୍ତି, ଏହି ସ୍ଥିତିରେ ଅବସ୍ଥାପିତ ବ୍ୟକ୍ତିର ମନର ସ୍ୱରୂପ କ’ଣ ? ଆହୁରି ମଧ୍ୟ ଜାଣିବାକୁ ଚାହୁଁଛନ୍ତି, ବ୍ୟକ୍ତିର ବ୍ୟବହାରରେ ମନର ଏହି ଦିବ୍ୟ ଅବସ୍ଥାର ପରିପ୍ରକାଶ କିପରି ଭାବରେ ହୋଇଥାଏ ।

ଏହି ଶ୍ଳୋକଠାରୁ ଆରମ୍ଭ କରି, ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଷୋହଳଟି ପ୍ରଶ୍ନାବଳୀ କରିଛନ୍ତି । ପ୍ରତି ଉତ୍ତରରେ ଶ୍ରୀକୃଷ୍ଣ କର୍ମଯୋଗ, ଜ୍ଞାନଯୋଗ, ଭକ୍ତିଯୋଗ, ତପସ୍ୟା, ଧ୍ୟାନ ଇତ୍ୟାଦିର ଗୁଢ଼ତମ ତତ୍ତ୍ୱକୁ ପ୍ରକାଶିତ କରିଛନ୍ତି । ଅର୍ଜୁନ ପଚାରିଥିବା ଷୋହଳଟି ପ୍ରଶ୍ନ ହେଲା:

୧. ଦିବ୍ୟ ଚେତନାରେ ସ୍ଥିତ ବ୍ୟକ୍ତିର ସ୍ୱଭାବ କ’ଣ ? (ଶ୍ଳୋକ: ୨.୫୪)

୨. ଆପଣ ଯଦି ଜ୍ଞାନକୁ ସକାମ କର୍ମଠାରୁ ଉତ୍କୃଷ୍ଟ ବିଚାର କରୁଛନ୍ତି, ତା ହେଲେ ମୋତେ କାହିଁକି ଏପରି ଭୀଷଣ ଯୁଦ୍ଧ କରିବାକୁ କହୁଛନ୍ତି ? (ଶ୍ଳୋକ: ୩.୧)

୩.  କାହିଁକି ଜଣେ ବ୍ୟକ୍ତି ଅନିଚ୍ଛା ସତ୍ତ୍ୱେ, ବାଧ୍ୟ ହୋଇ ପାପଯୁକ୍ତ କର୍ମପ୍ରତି ଆକର୍ଷିତ ହୁଏ ? (ଶ୍ଳୋକ: ୩.୩୬)

୪. ଆପଣ ବିବସ୍ୱାନଙ୍କ ଠାରୁ ବହୁତ ପରେ ଜନ୍ମ ହୋଇଛନ୍ତି । ତେଣୁ ଆପଣ ସର୍ବପ୍ରଥମେ ତାଙ୍କୁ ଏହି ଜ୍ଞାନ କିପରି ପ୍ରଦାନ କରିଥିଲେ ? (ଶ୍ଳୋକ: ୪.୪)

୫.  ଆପଣ କର୍ମ ତ୍ୟାଗର ପଥକୁ ପ୍ରଶଂସା କରୁଛନ୍ତି ଏବଂ ପୁଣି ସମର୍ପଣ ଯୁକ୍ତ କର୍ମକୁ ମଧ୍ୟ ପ୍ରଶଂସା କରୁଛନ୍ତି । ଦୟାକରି ମୋତେ ସୁନିଶ୍ଚିତ ଭାବରେ କୁହନ୍ତୁ ଯେ, ଏହି ଦୁଇଟି ମଧ୍ୟରୁ କେଉଁଟି ଅଧିକ ଲାଭପ୍ରଦ । (ଶ୍ଳୋକ: ୫.୧)

୬.  ହେ କୃଷ୍ଣ! ମନ ଅତ୍ୟନ୍ତ ଅଶାନ୍ତ, ବିକ୍ଷୁବ୍‌ଧ, ବଳଶାଳୀ ଏବଂ ଜିଦ୍‌ଖୋର ଅଟେ । ମୋର ଏପରି ମନେହେଉଛି ଏହାକୁ ବଶ କରିବା ବାୟୁକୁ ବଶ କରିବା ଠାରୁ ମଧ୍ୟ ଅଧିକ କଷ୍ଟସାଧ୍ୟ ଅଟେ । (ଶ୍ଳୋକ: ୬.୩୩)

୭. ସେହି ବିଫଳ ଯୋଗୀର ଅବସ୍ଥା କ’ଣ ହୁଏ, ଯିଏ ବିଶ୍ୱାସର ସହିତ ଭକ୍ତି ପଥରେ ତା’ର ଯାତ୍ରା ଆରମ୍ଭ କରିଥାଏ, କିନ୍ତୁ ସଂଯମ ହୀନ ବାସନା ଯୋଗୁଁ ଯାହାର ମନ ଭଗବାନଙ୍କ ଠାରୁ ଦୂରେଇଯାଏ ଏବଂ ସେ ଜୀବନରେ ଉଚ୍ଚତମ ପରିପୂର୍ଣ୍ଣତା ହାସଲ କରିପାରେ ନାହିଁ । (ଶ୍ଳୋକ: ୬.୩୭)

୮. ବ୍ରହ୍ମ କ’ଣ ଏବଂ କର୍ମ କ’ଣ ? ଆଧିଭୂତ କ’ଣ ଏବଂ ଆଧିଦୈବ୍ୟ କେଉଁମାନେ ଅଟନ୍ତି? ଆଧିଯଜ୍ଞ କିଏ ଏବଂ ସେ କିପରି ଶରୀରରେ ନିବାସ କରେ ? ହେ ମଧୁ ଦାନବର ବିନାଶକାରୀ! ସ୍ଥିତପ୍ରଜ୍ଞମାନେ ମୃତ୍ୟୁ ସମୟରେ ଆପଣଙ୍କ ସହିତ କିପରି ମିଳିତ  ହୋଇଥାଆନ୍ତି ? (ଶ୍ଳୋକ: ୮.୧-୨)

୯. ଦୟାକରି ଆପଣଙ୍କର ଦିବ୍ୟ ଐଶ୍ୱର୍ଯ୍ୟ ବିଷୟରେ ବର୍ଣ୍ଣନା କରନ୍ତୁ, ଯାହାଦ୍ୱାରା ଆପଣ ସଂପୂର୍ଣ୍ଣ ବିଶ୍ୱରେ ବ୍ୟାପ୍ତ ହୁଅନ୍ତି । (ଶ୍ଳୋକ: ୧୦.୧୬)

୧୦. ହେ ଶ୍ରେଷ୍ଠ ଦିବ୍ୟ ପୁରୁଷ! ମୁଁ ଆପଣଙ୍କର ବିଶ୍ୱରୂପ ଦର୍ଶନ କରିବାକୁ ବ୍ୟାକୁଳ ହେଉଅଛି । (ଶ୍ଳୋକ: ୧୧.୩)

୧୧. ଆପଣ, ଯିଏ କି ସୃଷ୍ଟି ପୂର୍ବରୁ ବିଦ୍ୟମାନ ଅଛନ୍ତି, ମୁଁ ଜାଣିବାକୁ ଚାହୁଁ୍ରଛି ଆପଣ କିଏ, କାରଣ ଆପଣଙ୍କର ସ୍ୱଭାବ ଓ କାର୍ଯ୍ୟ ମୋତେ ମୋହାଚ୍ଛନ୍ନ କରୁଅଛି ।(ଶ୍ଳୋକ: ୧୧.୩୧)

୧୨. ଯେଉଁମାନେ ନିଷ୍ଠାର ସହିତ ଆପଣଙ୍କ ସାକାର ସ୍ୱରୂପର ଅଟଳ ଭକ୍ତି କରନ୍ତି ଏବଂ ଯିଏ ନିରାକାର ବ୍ରହ୍ମର ଉପାସନା କରନ୍ତି, ସେମାନଙ୍କ ମଧ୍ୟରୁ ଆପଣ କାହାକୁ ଯୋଗରେ ଅଧିକ ପରିପୂର୍ଣ୍ଣ ବିଚାର କରନ୍ତି । (ଶ୍ଳୋକ: ୧୨.୧)

୧୩. ମୁଁ ପ୍ରକୃତି ଏବଂ ପୁରୁଷ (ଭୋକ୍ତା) ବିଷୟରେ ଜାଣିବାକୁ ଚାହୁଁଛି । କ୍ଷେତ୍ର କ’ଣ ଏବଂ କ୍ଷେତ୍ରର ଜ୍ଞାତା କିଏ ? ଜ୍ଞାନର ସ୍ୱଭାବ କ’ଣ ଏବଂ ଜ୍ଞାନର ଲକ୍ଷ୍ୟ କ’ଣ ? (ଶ୍ଳୋକ: ୧୩.୧)

୧୪. ହେ ଈଶ୍ୱର ! ଯେଉଁମାନେ ତ୍ରିଗୁଣକୁ ଅତିକ୍ରମ କରିଥାଆନ୍ତି, ସେମାନଙ୍କର ଲକ୍ଷଣ କ’ଣ ? ସେମାନେ କିପରି କର୍ମ କରନ୍ତି ? ସେମାନେ ତ୍ରିଗୁଣର ବନ୍ଧନରୁ କିପରି ମୁକ୍ତ ହୁଅନ୍ତି ? (ଶ୍ଳୋକ: ୧୪.୨୧)

୧୫. ଯେଉଁମାନେ ଶାସ୍ତ୍ର ନିର୍ଦ୍ଦେଶକୁ ଉପେକ୍ଷା କରନ୍ତି କିନ୍ତୁ ବିଶ୍ୱାସର ସହିତ ଭଗବାନଙ୍କର ଉପାସନା କରନ୍ତି, ତାଙ୍କର ସ୍ଥିତି କ’ଣ ? (ଶ୍ଳୋକ: ୧୭.୧)

୧୬. ମୁଁ ସନ୍ୟାସର ସ୍ୱରୂପ ସମ୍ପର୍କରେ ଜାଣିବାକୁ ଚାହୁଁଛି ଏବଂ ଏହା କିପରି ‘ତ୍ୟାଗ’ ବା କର୍ମଫଳର ତ୍ୟାଗ ଠାରୁ ପୃଥକ ଅଟେ? (ଶ୍ଳୋକ: ୧୮.୧)

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency