ଯତତୋ ହ୍ୟପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ ।
ଇନ୍ଦ୍ରିୟାଣି ପ୍ରମାଥୀନି ହରନ୍ତି ପ୍ରସଭଂ ମନଃ ।।୬୦।।

ଯତତଃ- ଆତ୍ମ-ସଂଯମର ଅଭ୍ୟାସ କରୁଥିବା ବେଳେ; ହି-ନିଶ୍ଚିତ ଭାବେ; ଅପି-ସତ୍ତ୍ୱେ; କୌନ୍ତେୟ-ହେ କୁନ୍ତିପୁତ୍ର!; ପୁରୁଷସ୍ୟ-ବ୍ୟକ୍ତିର; ବିପଶ୍ଚିତଃ-ବିବେକବାନ୍‌; ଇନ୍ଦ୍ରିୟାଣି- ଇନ୍ଦ୍ରିୟଗୁଡ଼ିକ; ପ୍ରମାଥୀନି-ବିକ୍ଷୁବ୍‌ଧ; ହରନ୍ତି-ହରଣ କରନ୍ତି; ପ୍ରସଭଂ-ବଳପୂର୍ବକ; ମନଃ-ମନ ।

ଅନୁବାଦ

BG 2.60: ହେ କୁନ୍ତି ପୁତ୍ର ! ଇନ୍ଦ୍ରିୟମାନେ ଏତେ ଶକ୍ତିଶାଳୀ ଏବଂ ବିକ୍ଷୁବ୍‌ଧ ଯେ ଜଣେ ବିଚାରଶକ୍ତି ଯୁକ୍ତ ଏବଂ ଆତ୍ମନିୟନ୍ତ୍ରଣ ସାଧନା କରୁଥିବା ବ୍ୟକ୍ତିର ମନକୁ ମଧ୍ୟ ସେମାନେ ବଳପୂର୍ବକ ହରଣ କରିନିଅନ୍ତି ।

ଭାଷ୍ୟ

ଇନ୍ଦ୍ରିୟଗୁଡ଼ିକ ନୂତନ ଲଗାମ ଲଗାଯାଇଥିବା ଜଙ୍ଗଲୀ ଘୋଡ଼ା ସଦୃଶ ଅଟନ୍ତି । ସେମାନେ ସ୍ୱେଚ୍ଛାଚାରୀ ଓ ବିଶୃଙ୍ଖଳ । ତାଙ୍କୁ ଶୃଙ୍ଖଳିତ କରିବା ପାଇଁ ସାଧକମାନଙ୍କୁ ନିଜ ଅନ୍ତର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସଂଘର୍ଷ କରିବାକୁ ପଡ଼ିବ । ଇନ୍ଦ୍ରିୟମାନେ କାମନା ଏବଂ ଲୋଭରେ ମତୁଆଲା ଅଟନ୍ତି । ତେଣୁ ଯେଉଁମାନେ ଆଧ୍ୟାତ୍ମିକ ଉନ୍ନତି ଚାହୁଁଛନ୍ତି, ସେମାନେ ସ୍ୱେଚ୍ଛାଚାରୀ ଇନ୍ଦ୍ରିୟମାନଙ୍କୁ ବଶ କରିବାକୁ ଚେଷ୍ଟାରତ ରହିବା ଉଚିତ । ନଚେତ୍ ଉଚ୍ଚକୋଟୀର ଯୋଗୀମାନଙ୍କର ଆଧ୍ୟାତ୍ମିକ ପ୍ରକ୍ରିୟାକୁ ନଷ୍ଟ-ଭ୍ରଷ୍ଟ କରିବାର ଶକ୍ତି ସେମାନଙ୍କର ଅଛି ।

ଶ୍ରୀମଦ୍ ଭାଗବତମ୍‌ରେ ଉକ୍ତ ପ୍ରସଙ୍ଗକୁ ବର୍ଣ୍ଣନା କରିବା ପାଇଁ ଏକ ଉପାଖ୍ୟାନ ଅଛି (ସ୍କନ୍ଧ ୯, ଅଧ୍ୟାୟ ୬) । ପୁରାତନ କାଳରେ ସୌଭରି ନାମକ ଜଣେ ପ୍ରସିଦ୍ଧ ଯୋଗୀ ଥିଲେ । ୠଗ୍‌ବେଦରେ ‘ସୌଭରି ସୂତ୍ର’ ନାମରେ ଏକ ମନ୍ତ୍ର ଅଛି । ସୌଭରି ସଂହିତା ନାମକ ଏକ ଗ୍ରନ୍ଥ ମଧ୍ୟ ଅଛି । ତେଣୁ ସେ ଜଣେ ସାମାନ୍ୟ ମୁନି ନ ଥିଲେ । ସୌଭରି ମୁନିଙ୍କର ନିଜ ଶରୀର ଉପରେ ଏତେ ନିୟନ୍ତ୍ରଣ ଥିଲା ଯେ, ସେ ଯମୁନା ଜଳରେ ବୁଡି ରହି ତପସ୍ୟା କରୁଥିଲେ । ଦିନେ ସେ ଦୁଇଟି ମତ୍ସ୍ୟ ମୈଥୁନ କରୁଥିବାର ଦେଖିଲେ । ଏହି ଦୃଶ୍ୟ ତାଙ୍କର ମନ ଓ ଇନ୍ଦ୍ରିୟକୁ ବିଚଳିତ କରିଦେଲା ଏବଂ ତାଙ୍କର ଯୌନ ସମ୍ଭୋଗର ଇଚ୍ଛା ଜାଗ୍ରତ ହେଲା । ସେହି ଇଚ୍ଛା ପୂର୍ତ୍ତିର ଅଭିଳାଷରେ ସେ ତପସ୍ୟା ପରିତ୍ୟାଗ କରି ଜଳ ମଧ୍ୟରୁ ବାହାରି ଆସିଲେ ।

ସେହି ସମୟରେ ମାନ୍ଧାତା ଅଯୋଧ୍ୟାର ରାଜା ଥିଲେ । ସେ ଜଣେ ଅତ୍ୟନ୍ତ ଯଶସ୍ୱୀ ଏବଂ ଧର୍ମପରାୟଣ ଶାସକ ଥିଲେ । ତାଙ୍କର ପଚାଶ ଜଣ  ଏକରୁ ଏକ ବଳି ସୁନ୍ଦରୀ କନ୍ୟା ଥିଲେ । ରାଜାଙ୍କ ପାଖକୁ ଯାଇ ସୌଭରି ମୁନି ସେହି ପଚାଶ ଜଣଙ୍କ ମଧ୍ୟରୁ ଜଣେ ରାଜକନ୍ୟାକୁ ବିବାହ କରିବାର ପ୍ରସ୍ତାବ ଦେଲେ ।

“ଜଣେ ବୃଦ୍ଧ ତପସ୍ୱୀ ବିବାହ କରିବାକୁ ଚାହୁଁଛନ୍ତି !” ଚିନ୍ତା କରି ରାଜା ମାନ୍ଧାତା ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ ଏବଂ ସେ ଭାବିଲେ ଋଷିଙ୍କର ବୁଦ୍ଧି ନିଶ୍ଚିତ ଭାବରେ ଭ୍ରଷ୍ଟ ହୋଇଯାଇଛି । ସୌଭରି ମୁନି ଜଣେ ତେଜସ୍ୱୀ ଋଷି ଥିଲେ, ଏକଥା ରାଜା ମାନ୍ଧାତା ଜାଣିଥିଲେ ଏବଂ ତାଙ୍କର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ସେ ହୁଏତ ଅଭିଶାପ ଦେଇପାରନ୍ତି ଏହା ଚିନ୍ତା କରି ରାଜା ଭୟଭୀତ ହୋଇ ଉଠିଲେ । କିନ୍ତୁ ସେ ଯଦି ପ୍ରସ୍ତାବକୁ ସ୍ୱୀକାର କରନ୍ତି ତାଙ୍କର ଜଣେ କନ୍ୟାଙ୍କର ଜୀବନ ନଷ୍ଟ ହୋଇଯିବ । ସେ କହିଲେ “ହେ ସାଧୁ! ଆପଣଙ୍କ ପ୍ରସ୍ତାବକୁ ମୁଁ ସମ୍ମାନ ଜଣାଉଛି । ଦୟାକରି ଆସନ ଗ୍ରହଣ କରନ୍ତୁ । ମୁଁ ମୋର ପଚାଶଜଣ କନ୍ୟାଙ୍କୁ ଆପଣଙ୍କ ସମ୍ମୁଖକୁ ଆଣୁଛି । ତାଙ୍କ ମଧ୍ୟରୁ ଯିଏବି ଆପଣଙ୍କୁ ବରଣ କରିବ ସେ ଆପଣଙ୍କୁ ବିବାହ କରିବ ।” ରାଜା ନିଶ୍ଚିନ୍ତ ଥିଲେ ଯେ ତାଙ୍କର କୌଣସି କନ୍ୟା ମୁନିଙ୍କୁ ବରଣ କରିବେ ନାହିଁ ଏବଂ ଏହିପରି ଭାବରେ ସେ ମୁନିଙ୍କର ଅଭିଶାପରୁ ରକ୍ଷା ପାଇଯିବେ ।

ସୌଭରି ମଧ୍ୟ ରାଜାଙ୍କର ଉଦ୍ଦେଶ୍ୟ ବୁଝିପାରିଲେ । ସେ ପରଦିନ ଆସିବେ କହି ରାଜାଙ୍କ ଠାରୁ ବିଦାୟ ନେଲେ । ସନ୍ଧ୍ୟାବେଳେ ସେ ତାଙ୍କର ଯୋଗଶକ୍ତି ଦ୍ୱାରା ନିଜକୁ ଏକ ସୁନ୍ଦର ଯୁବକରେ ପରିଣତ କଲେ ଏବଂ ତା’ ପରଦିନ ଯେତେବେଳେ ସେ ରାଜପ୍ରାସାଦରେ ଉପସ୍ଥିତ ହେଲେ ରାଜାଙ୍କର ପଚାଶ ଜଣ କନ୍ୟା ତାଙ୍କୁ ପତିରୂପେ ବରଣ କରିନେଲେ । ରାଜା ସତ୍ୟ କରିଥିବା ବାକ୍ୟ ପ୍ରତି ବଚନବଦ୍ଧ ଥିଲେ ତେଣୁ ସେ ସମସ୍ତ କନ୍ୟାଙ୍କୁ ତାଙ୍କ ସହିତ ବିବାହ କରିବାକୁ ବାଧ୍ୟ ହେଲେ ।

ରାଜା ପୁନଶ୍ଚ ଚିନ୍ତିତ ଥିଲେ ଯେ ତାଙ୍କ କନ୍ୟାମାନଙ୍କ ମଧ୍ୟରେ ଏବେ କଳହ ସୃଷ୍ଟି ହେବ ଯେହେତୁ ତାଙ୍କ ସ୍ୱାମୀଙ୍କୁ ଅନ୍ୟମାନଙ୍କ ସହିତ ଭାଗ କରିବାକୁ ପଡ଼ିବ । କିନ୍ତୁ ସୌଭରି ମୁନି ନିଜ ତପଶକ୍ତିର ଉପଯୋଗ କରି ନିଜକୁ ପଚାଶଟି ଶରୀରରେ ରୂପାନ୍ତରିତ କଲେ ଏବଂ ପଚାଶଟି ଭବନ ସୃଷ୍ଟି କରି, ପ୍ରତ୍ୟେକଙ୍କ ସହିତ ଅଲଗା ଅଲଗା ବାସ କଲେ । ଏହିପରି ଭାବରେ ହଜାର ହଜାର ବର୍ଷ ବିତିଗଲା । ପୁରାଣ କହେ ସୌଭରିଙ୍କ ପ୍ରତ୍ୟେକ ସ୍ତ୍ରୀଙ୍କର ଅନେକ ସନ୍ତାନ ଥିଲେ ଏବଂ ସେହି ସନ୍ତାନମାନଙ୍କର ପୁଣି ସନ୍ତାନ ହେଲେ, ଏହିପରି ଭାବରେ ଏକ ବିରାଟ ସହର ଗଢ଼ିଉଠିଲା । ଦିନେ ତାଙ୍କର ବିବେକ ଉଦ୍ରେକ ହେଲା ଏବଂ ସେ କହିଲେ “ଅହୋ ଇମଂ ପଶ୍ୟତ ମେ ବିନାଶମ୍ (ଭାଗବତମ୍ ୯.୬.୫୦) ।” ହେ ମନୁଷ୍ୟଗଣ ! ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ମାୟିକ ବସ୍ତୁରେ ସୁଖର ସନ୍ଧାନ କରୁଅଛ, ସାବଧାନ ହୋଇଯାଅ । ମୋର ପତନକୁ ଲକ୍ଷ୍ୟ କର । ମୁଁ କେଉଁଠି ଥିଲି ଏବଂ ଆଜି କେଉଁଠି ଅଛି । ମୁଁ ଯୋଗଶକ୍ତି ଦ୍ୱାରା ପଚାଶଟି ଶରୀର ସୃଷ୍ଟି କରି ପଚାଶ ଜଣ ସ୍ତ୍ରୀଙ୍କ ସହିତ ହଜାର ହଜାର ବର୍ଷ ଧରି ବାସ କଲି । ତଥାପି ମୋର ଇନ୍ଦ୍ରିୟମାନେ ପରିତୃପ୍ତ ହେଲେନାହିଁ । ସେମାନେ କେବଳ ଅଧିକରୁ ଅଧିକତର ପାଇଁ ଲାଳାୟିତ ରହିଲେ । ମୋର ପତନରୁ ଶିକ୍ଷା ନିଅ ଏବଂ ଏହି ଦିଗରେ ଅଗ୍ରସର ନ ହେବାକୁ ସାବଧାନ ହୁଅ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency