ଇଷ୍ଟାନ୍ ଭୋଗାନ୍ ହି ବୋ ଦେବା, ଦାସ୍ୟନ୍ତେ ଯଜ୍ଞ ଭାବିତାଃ ।
ତୈର୍ଦତ୍ତାନପ୍ରଦାୟୈଭ୍ୟୋ ଯୋ ଭୁଙ୍‌ତେ ସ୍ତେନ ଏବ ସଃ ।।୧୨।।

ଇଷ୍ଟାନ୍‌- ଅଭିଳଷିତ; ଭେଗାନ୍ - ଭୋଗସମୂହକୁ; ହି- ନିଶ୍ଚିତଭାବେ; ବଃ - ତୁମ୍ଭମାନଙ୍କୁ ଦେବାଃ - ଦେବତାମାନେ; ଦାସ୍ୟନ୍ତେ - ଦିଅନ୍ତି; ଯଜ୍ଞଭାବିତାଃ- ଯଜ୍ଞନୁଷ୍ଠାନଦ୍ୱାରା ସନ୍ତୁଷ୍ଟ ହୋଇ; ତୈଃ- ସେମାନଙ୍କଦ୍ୱାରା; ଦତ୍ତାନ୍‌- ଦିଆଯାଇଥିବ ପଦାର୍ଥ; ଅପ୍ରଦାୟ- ନ ଦେଇ; ଏଭ୍ୟଃ- ଦେବତାମାନଙ୍କୁ; ଯଃ- ଯେ; ଭୁଙକ୍ତେ-ଭପଭୋଗ କରେ; ସ୍ତେନ- ଚୋର; ଏବ - ନିଶ୍ଚିତଭାବେ; ସଃ-ସେ ।

ଅନୁବାଦ

BG 3.12: ଯଜ୍ଞ ଆଦିି କରିବା ଦ୍ୱାରା ଦେବତା ମାନେ ଖୁସି ହୋଇ, ତୁମ ଜୀବନର ସମସ୍ତ ଆବଶ୍ୟକତା ପୂରଣ କରନ୍ତି କିନ୍ତୁ ଏହି ଅବଦାନକୁ, ଦେବତାମାନଙ୍କୁ ଅର୍ପଣ ନ କରି ଯେଉଁ ମାନେ ନିଜେ ହିଁ ଉପଭୋଗ କରନ୍ତି, ସେମାନେ ଚୋର ଅଟନ୍ତି ।

ଭାଷ୍ୟ

ବିଶ୍ୱର ବିଭିନ୍ନ ପ୍ରକ୍ରିୟାର ପ୍ରଶାସକ ଭାବେ, ଦେବତାଗଣ ଆମ୍ଭମାନଙ୍କୁ ବର୍ଷା, ପବନ, ଶସ୍ୟ, ବୃକ୍ଷଲତା, ଖଣିଜ ଦ୍ରବ୍ୟ, ଉର୍ବର ମୃତ୍ତିକା ଇତ୍ୟାଦି ଯୋଗାଇ ଥାଆନ୍ତି । ତାଙ୍କଠାରୁ  ଗ୍ରହଣ କରୁଥିବା ସମସ୍ତ ବସ୍ତୁ ପାଇଁ ଆମ୍ଭେମାନେ ତାଙ୍କ ନିକଟରେ ଋଣି ଅଟୁ । ଦେବତାମାନେ ସେମାନଙ୍କର କର୍ତ୍ତବ୍ୟ କରନ୍ତି ଏବଂ ସେମାନେ ଆମଠାରୁ ଏହା ଆଶା କରନ୍ତି ଯେ ଆମ୍ଭେମାନେ ମଧ୍ୟ ଉଚିତ୍ ଭାବନା ରଖି ସବୁ କାମ କରୁ ।  ଯେହେତୁ  ଦେବତାଗଣ ପରମପୁରୁଷ ଭଗବାନଙ୍କର ସେବକ ଅଟନ୍ତି, ଜଣେ ଜୀବ ଯେତେବେଳେ ଭଗବାନଙ୍କ ଉଦ୍ଦେଶ୍ୟରେ ଯଜ୍ଞର ଅନୁଷ୍ଠାନ କରନ୍ତି, ସେମାନେ ଖୁସି ହୋଇ ତା’ର ସହାୟତା କରିବା ନିମନ୍ତେ ଅନୁକୁଳ ପରିସ୍ଥିତି ସୃଷ୍ଟି କରିଥାଆନ୍ତି । ସୁତରାଂ, ଏପରି କୁହାଯାଏ ଯେ ଭଗବାନଙ୍କର ସେବା କରିବା ପାଇଁ ଆମେ ଯେତେବେଳେ ଦୃଢ ସଂକଳ୍ପ କରୁ, ସମ୍ପୂର୍ଣ୍ଣ ସୃଷ୍ଟି ଆମର ସହାୟତା କରିବାରେ ଲାଗିଯାଏ ।

ଯେତେବେଳେ ପ୍ରକୃତିର ଦାନକୁ ଆମେ ଭଗବାନଙ୍କ ସେବାର ଏକ ମାଧ୍ୟମ ଭାବେ ଗ୍ରହଣ ନ କରି,  ନିଜର ଉପଭୋଗ ସାମଗ୍ରୀ ଭାବରେ ବ୍ୟବହାର କରିଥାଉ, ଶ୍ରୀକୃଷ୍ଣ ତାହାକୁ  “ଚୋର ମନୋବୃତ୍ତି” ଭାବେ ଅଭିହିତ କରନ୍ତି । ଅନେକ ସମୟରେ ଲୋକେ ଏପରି ପ୍ରଶ୍ନ କରନ୍ତି “ମୁଁ ଏକ ଶୁଦ୍ଧ ଜୀବନ ଯାପନ କରୁଅଛି; ମୁଁ କାହାର କ୍ଷତି କରେ ନାହିଁ ବା ମୁଁ କିଛି ଚୋରି କରେ ନାହିଁ , କିନ୍ତୁ ମୁଁ ଭଗବାନଙ୍କୁ ବିଶ୍ୱାସ କରେ ନାହିାଁ  ମୁଁ କିଛି ଭୁଲ କରୁଛି କି ?  ଏହି ପ୍ରଶ୍ନର ଉତ୍ତର  ଉପରୋକ୍ତ ଶ୍ଲୋକରେ ଦିଆ ଯାଇଛି । ଏପରି ବ୍ୟକ୍ତିଗଣ ଲୋକଙ୍କ ଦୃଷ୍ଟିରେ କିଛି ଭୁଲ କରୁନାହାନ୍ତି, କିନ୍ତୁ ଭଗବାନ ନଜରରେ ଭୁଲ କରୁଛନ୍ତି । ମନେ କରନ୍ତୁ, ଆମେ ଜଣେ ଅପରିଚିତ ବ୍ୟକ୍ତିଙ୍କର ଘରକୁ ପ୍ରବେଶ କଲେ, ତାଙ୍କ ସୋଫାରେ ବସିଲେ, ଫ୍ରିଜ୍‌ରୁ ଖାଦ୍ୟ କାଢି ଖାଇଲେ ଏବଂ ତାଙ୍କ ବିଶ୍ରାମ କକ୍ଷକୁ ବ୍ୟବହାର କଲେ । ” ଆମେ କହିପାରୁ, ଆମେ କିଛି ଭୁଲ କରିନାହୁଁ,  କିନ୍ତୁ ଆଇନ ଦୃଷ୍ଟିରେ ଆମେ ଚୋର ସାବ୍ୟସ୍ତ ହେବା, କାରଣ ଘରଟି ଆମର ନୁହେଁ । ସେହିପରି ଆମେ ରହୁଥିବା ପୃଥିବୀଟି ଭଗବାନଙ୍କ ଦ୍ୱାରା ସୃଷ୍ଟ ଏବଂ ସେଥିରେ ଥିବା ସବୁକିଛି ତାଙ୍କର ଅଟେ । ତାଙ୍କର ପ୍ରଭୂତ୍ୱକୁ ଅବମାନନା କରି, ଆମେ ଯଦି ନିଜ ସୁଖ ପାଇଁ  ସେ ସବୁର  ଉପଭୋଗ କରିବା, ତେବେ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆମେ ଚୋରି କରୁଅଛୁ ବୋଲି କୁହାଯିବ ।

ଭାରତ ଇତିହାସର ସୁପ୍ରସିଦ୍ଧ ରାଜା ଚନ୍ଦ୍ରଗୁପ୍ତ, ତାଙ୍କର ଗୁରୁ  ଚାଣକ୍ୟ ପଣ୍ଡିତଙ୍କୁ ପଚାରିଥିଲେ । “ବୈଦିକ ଶାସ୍ତ୍ର ଅନୁସାରେ ରାଜାର  ପ୍ରଜାମାନଙ୍କ ସହିତ ସର୍ମ୍ପକ କ’ଣ ?” ଚାଣକ୍ୟ ପଣ୍ଡିତ ଉତ୍ତର ଦେଲେ । “ରାଜା ପ୍ରଜାମାନଙ୍କର ସେବକ ବ୍ୟତିତ ଅନ୍ୟ କିଛି ନୁହେଁ ।” ତାଙ୍କର ଇଶ୍ୱରଦତ୍ତ କର୍ତ୍ତବ୍ୟ ହେଉଛି, ପ୍ରଜାମାନଙ୍କୁ ଈଶ୍ୱର-ପ୍ରାପ୍ତି ମାର୍ଗରେ ଅଗ୍ରସର ହେବା ନିମନ୍ତେ ସହାୟତା କରିବା । ଜଣେ ରାଜା ହୁଅନ୍ତୁ, ବ୍ୟବସାୟୀ, କୃଷକ ବା ଶ୍ରମିକ ହୁଅନ୍ତୁ, ଭଗବାନଙ୍କ ସୃଷ୍ଟିର ଜଣେ ସଦସ୍ୟ ଭାବରେ,  ତାଙ୍କର ସମସ୍ତ କାର୍ଯ୍ୟ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ କରାଯିବା ଉଚିତ୍ ।                  

Bookmark this Verse

Sign in to save your favorite verses.

Add a Note
Swami Mukundananda
3. କର୍ମ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency