ଅନ୍ନାଦ୍ଭବନ୍ତି ଭୂତାନି ପର୍ଜନ୍ୟାଦନ୍ନସମ୍ଭବଃ ।
ଯଜ୍ଞଦ୍ଭବତି ପର୍ଜନ୍ୟୋ ଯଜ୍ଞଃ କର୍ମସମୁଦ୍ଭବଃ ।।୧୪।।
ଅନ୍ନାଦ୍- ଶସ୍ୟରୁ; ଭବନ୍ତି- ଉତ୍ପନ୍ନ ହୁଏ; ଭୂତାନି- ଭୌତିକ ଶରୀରଧାରୀ; ପର୍ଜନ୍ୟାତ୍ -ବର୍ଷାରୁ; ଅନ୍ନ- ଖାଦ୍ୟଶସ୍ୟ; ସଂଭବଃ - ସମ୍ଭବପର ହୁଏ; ଯଜ୍ଞାଦ୍- ଯଜ୍ଞ ଅନୁଷ୍ଠାନ ଦ୍ୱାରା; ଭବତି- ସମ୍ଭବ ହୁଏ; ପର୍ଜନ୍ୟୋ- ବୃଷ୍ଟି; ଯଜ୍ଞଃ- ଯଜ୍ଞ; କର୍ମ- ବେଦ ବିହିତ କର୍ମ; ସମୁଦ୍ଭବଃ- ଜାତ ହୁଏ ।
BG 3.14: ସମସ୍ତ ପ୍ରାଣୀ ଜୀବନ ଧାରଣ ପାଇଁ ଖାଦ୍ୟ ଉପରେ ନିର୍ଭର କରନ୍ତି ଏବଂ ବର୍ଷାଦ୍ୱାରା ଖାଦ୍ୟ ଉତ୍ପନ୍ନ ହୁଏ । ଯଜ୍ଞ ଅନୁଷ୍ଠାନ ଦ୍ୱାରା ବୃଷ୍ଟିପାତ ହୁଏ ଏବଂ ଅନୁମୋଦିତ କର୍ତ୍ତବ୍ୟ ପାଳନ ଦ୍ୱାରା ଯଜ୍ଞ ସମ୍ପାଦିତ ହୋଇଥାଏ ।
ଏଠାରେ ଶ୍ରୀକୃଷ୍ଣ ପ୍ରକୃତିର ଚକ୍ର ବର୍ଣ୍ଣନା କରିଛନ୍ତି - ବର୍ଷା ଶସ୍ୟ ଉତ୍ପନ୍ନ କରାଏ । ଶସ୍ୟକୁ ଖାଦ୍ୟ ରୂପରେ ଗ୍ରହଣ କରାଯାଏ ଏବଂ ତାହା ରକ୍ତରେ ରୂପାନ୍ତରିତ ହୁଏ । ରକ୍ତରୁ ବୀର୍ଯ୍ୟ ଉତ୍ପନ୍ନ ହୁଏ । ବୀର୍ଯ୍ୟ ବୀଜ ଅଟେ ଯେଉଁଥିରୁ ମନୁଷ୍ୟର ଶରୀର ସୃଷ୍ଟି ହୁଏ । ମନୁଷ୍ୟ ଯଜ୍ଞ କରେ, ଯାହା ସ୍ୱର୍ଗର ଦେବତାମାନଙ୍କୁ ସନ୍ତୁଷ୍ଟ କରି ବର୍ଷା କରାଇଥାଏ । ଏହିପରି ଭାବରେ ଚକ୍ର ଘୂରିବାରେ ଲାଗିଥାଏ ।
ଅନ୍ନାଦ୍ଭବନ୍ତି ଭୂତାନି ପର୍ଜନ୍ୟାଦନ୍ନସମ୍ଭବଃ ।
ଯଜ୍ଞଦ୍ଭବତି ପର୍ଜନ୍ୟୋ ଯଜ୍ଞଃ କର୍ମସମୁଦ୍ଭବଃ ।।୧୪।।
ସମସ୍ତ ପ୍ରାଣୀ ଜୀବନ ଧାରଣ ପାଇଁ ଖାଦ୍ୟ ଉପରେ ନିର୍ଭର କରନ୍ତି ଏବଂ ବର୍ଷାଦ୍ୱାରା ଖାଦ୍ୟ ଉତ୍ପନ୍ନ ହୁଏ । ଯଜ୍ଞ ଅନୁଷ୍ଠାନ ଦ୍ୱାରା ବୃଷ୍ଟିପାତ ହୁଏ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ