କର୍ମ ବ୍ରହ୍ମୋଦ୍ଭବଂ ବିଦ୍ଧି ବ୍ରହ୍ମାକ୍ଷରସମୁଦ୍ଭବମ୍ ।
ତସ୍ମାତ୍ସର୍ବଗତଂ ବ୍ରହ୍ମ ନିତ୍ୟଂ ଯଜେ୍ଞ ପ୍ରତିଷ୍ଠିତମ୍ ।।୧୫।।
କର୍ମ- କର୍ମ ; ବ୍ରହ୍ମ-ବେଦ (ରୁ) ; ଉଦ୍ଭବଂ-ଜାତ; ବିଦ୍ଧି - ଏହା ଜାଣିରଖିବା ଉଚିତ୍; ବ୍ରହ୍ମ - ବେଦ; ଅକ୍ଷର- ପରମ ବ୍ରହ୍ମ(ପରମପୁରୁଷ ଭଗବାନ୍), ସମୁଦ୍ଭବମ୍- ପ୍ରତ୍ୟକ୍ଷ ଭାବରେ ପ୍ରକଟିତ, ତସ୍ମାତ୍ - ତେଣୁ, ସର୍ବଗତଂ- ସର୍ବବ୍ୟାପକ, ବ୍ରହ୍ମ-ବ୍ରହ୍ମ, ନିତ୍ୟ-ଶାଶ୍ୱତଭାବେ, ଯଜେ୍ଞ- ଯଜ୍ଞରେ, ପ୍ରତିିଷ୍ଠିିତମ୍ - ପ୍ରତିଷ୍ଠିିତ ।
BG 3.15: ମନୁଷ୍ୟମାନଙ୍କର କର୍ତ୍ତବ୍ୟ ବେଦରେ ବର୍ଣ୍ଣନା କରାଯାଇଅଛି ଏବଂ ବେଦ ସ୍ୱୟଂ ଭଗବାନଙ୍କ ଦ୍ୱାରା ପ୍ରକଟିତ । ସେଥିପାଇଁ ଯଜ୍ଞାଦିକ କାର୍ଯ୍ୟରେ, ସର୍ବବ୍ୟାପୀ ପରମାତ୍ମା ସର୍ବଦା ଉପସ୍ଥିତ ରହନ୍ତି ।
ଭଗବାନଙ୍କ ଶ୍ୱାସରୁ ବେଦ ପ୍ରକଟିତ: ଅସ୍ୟ ମହତୋ ଭୂତସ୍ୟ ନିଶ୍ୱସିତମେତଦ୍ୟଦ୍ରିଗ୍ବେଦୋ ଯଜୁର୍ବେଦଃ ସାମବେଦୋଽର୍ଥବାଙ୍ଗିରସଃ (ବୃହଦାରଣ୍ୟକ ଉପନିଷଦ ୪.୫.୧୧) “ ପରମ ପୁରୁଷ ଭଗବାନଙ୍କର ଶ୍ୱାସରୁ ଚାରିବେଦ ଯଥା- ଋଗ୍ ବେଦ, ଯଯୁର୍ବେଦ, ସାମବେଦ ଏବଂ ଅଥର୍ବ ବେଦ ପ୍ରକଟ କରିଥାଆନ୍ତି ” ଏହି ଚିରନ୍ତନ ବେଦ ଗୁଡିିକରେ ସ୍ୱୟଂ ଭଗବାନ ମନୁଷ୍ୟ ମାନଙ୍କର କର୍ତ୍ତବ୍ୟ ନିର୍ଦ୍ଧାରିତ କରିଛନ୍ତି । ଏହିସବୁ କର୍ତ୍ତବ୍ୟର ପରିଯୋଜନା ଏପରି ଭାବରେ କରାଯାଇଛି ଯେ କର୍ତ୍ତବ୍ୟ ପାଳନ ଦ୍ୱାରା ଜଣେ ମାୟାବଦ୍ଧ ମନୁଷ୍ୟ କ୍ରମଶଃ ନିଜର କାମନାକୁ ନିୟନ୍ତ୍ରଣ କରି ଗୁଣାତ୍ମକ ସ୍ତରରେ ଧୀରେ ଧୀରେ ନିଜକୁ ତାମସିକ ଗୁଣରୁ ରାଜସିକ ଗୁଣ ଓ ରାଜସିକ ଗୁଣରୁ ସ୍ୱାତ୍ତ୍ୱିକ ଗୁଣ ଅଭିମୁଖରେ ଉନ୍ନୀତ କରିଥାଏ । ଏହିସବୁ କର୍ତ୍ତବ୍ୟ ଭଗବାନଙ୍କ ପ୍ରତି ଯଜ୍ଞ ଭାବରେ ସମର୍ପିତ ହେବା ପାଇଁ ଉଦ୍ଦିଷ୍ଟ । ସୁତରାଂ, ଭଗବାନଙ୍କୁ ଯଜ୍ଞରୂପରେ ଅର୍ପିତ କର୍ମ ବାସ୍ତବରେ ଭଗବଦୀୟ ଗୁଣ ଯୁକ୍ତ ତଥା ଭଗବାନଙ୍କ ଠାରୁୁ ଅଭିନ୍ନ ହୋଇଥାଏ ।
ତନ୍ତ୍ର ସାର ଯଜ୍ଞକୁ ସ୍ୱୟଂ ପରମ ପୁରୁଷ ଭଗବାନ ରୂପେ ଅଭିହିତ କରିଥାଏ ।
ଯଜେ୍ଞା ଯଜ୍ଞ ପୁମାଂଶ ଚୈବ ଯଜ୍ଞଶୋ ଯଜ୍ଞ ଯଜ୍ଞଭାବନଃ
ଯଜ୍ଞଭୂକ୍ ଚେତି ପଞ୍ଚାତ୍ମା ଯଜେ୍ଞଷି୍ୱଜ୍ୟୋ ହରିଃ ସ୍ୱୟଂ
ଭାଗବତ ମହାପୁରାଣ(୧୧.୧୯.୩୯)ରେ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହୁଛନ୍ତି : ଯଜେ୍ଞାଽହଂ ଭଗବତ୍ତମଃ “ମୁଁ, ବାସୁଦେବ, ସ୍ୱୟଂ ଯଜ୍ଞ ଅଟେ । ” ବେଦ କହୁୁଛି : ଯଜେ୍ଞା ବୈ ବିଷ୍ଣୁଃ “ଯଜ୍ଞ ବାସ୍ତବରେ ଭଗବାନ ବିଷ୍ଣୁ ହିଁ ଅଟନ୍ତି ।” ଏହି ସିଦ୍ଧାନ୍ତର ପୁନରାବୃତ୍ତି କରିବାକୁ ଯାଇ ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ପ୍ରତ୍ୟେକ ଯଜ୍ଞ କାର୍ଯ୍ୟରେ ସେ ସର୍ବଦା ବିଦ୍ୟମାନ ରହନ୍ତି ।
କର୍ମ ବ୍ରହ୍ମୋଦ୍ଭବଂ ବିଦ୍ଧି ବ୍ରହ୍ମାକ୍ଷରସମୁଦ୍ଭବମ୍ ।
ତସ୍ମାତ୍ସର୍ବଗତଂ ବ୍ରହ୍ମ ନିତ୍ୟଂ ଯଜେ୍ଞ ପ୍ରତିଷ୍ଠିତମ୍ ।।୧୫।।
ମନୁଷ୍ୟମାନଙ୍କର କର୍ତ୍ତବ୍ୟ ବେଦରେ ବର୍ଣ୍ଣନା କରାଯାଇଅଛି ଏବଂ ବେଦ ସ୍ୱୟଂ ଭଗବାନଙ୍କ ଦ୍ୱାରା ପ୍ରକଟିତ । ସେଥିପାଇଁ ଯଜ୍ଞାଦିକ କାର୍ଯ୍ୟରେ, ସର୍ବବ୍ୟାପୀ ପରମାତ୍ମା ସର୍ବଦା ଉପସ୍ଥିତ ରହନ୍ତି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ