ମୟି ସର୍ବାଣି କର୍ମାଣି ସଂନ୍ୟସ୍ୟାଧ୍ୟାତ୍ମଚେତସା ।
ନିରାଶୀର୍ନିର୍ମମୋ ଭୂତ୍ୱା ଯୁଧ୍ୟସ୍ୱ ବିଗତଜ୍ୱରଃ ।।୩୦।।
ମୟି - ମୋ ଠାରେ; ସର୍ବାଣି - ସମସ୍ତ ପ୍ରକାର; କର୍ମାଣି - କର୍ମ; ସନ୍ୟସ୍ୟ - ପୂର୍ଣ୍ଣରୂପେ ସମର୍ପଣ କରି; ଅଧ୍ୟାତ୍ମ ଚେତସା - ଭଗବତ୍ ଚେତନାରେ; ନିରାଶୀଃ-କୌଣସି ଫଳ କାମନା ନ ରଖି; ନିର୍ମମଃ - ମମତ୍ୱହୀନତା; ଭୂତ୍ୱା - ହୋଇ; ଯୁଧ୍ୟସ୍ୱ- ଯୁଦ୍ଧ କର; ବିଗତ ଜ୍ୱରଃ- ଶୋକରହିତ ।
BG 3.30: ସମସ୍ତ କର୍ମକୁ ମୋତେ ଅର୍ପଣ କରି, ପରମାତ୍ମା ରୂପରେ ନିରନ୍ତର ମୋର ଧ୍ୟାନ କର । ସମସ୍ତ ପ୍ରକାରର କାମନା ଓ ମମତାରୁ ମୁକ୍ତ ରହି ଶୋକରହିତ ଭାବରେ ଯୁଦ୍ଧ କର ।
ଶ୍ରୀକୃଷ୍ଣ, ତାଙ୍କର ନିଜସ୍ୱ ଶୈଳୀରେ, ଗୋଟିଏ ବିଷୟରେ ବିସ୍ତୃତ ବର୍ଣ୍ଣନା କରି ପରିଶେଷରେ ତାର ସାରାଂଶ ଉପସ୍ଥାପନ କରୁଛନ୍ତି । “ଅଧ୍ୟାତ୍ମ ଚେତସା” ଅର୍ଥାତ୍ ଭଗବତ୍ ଚେତନାଯୁକ୍ତ, “ସନ୍ୟସ୍ୟ” ଅର୍ଥାତ୍ ଭଗବାନଙ୍କ ପ୍ରତି ଉଦ୍ଦିଷ୍ଟ ହୋଇ ନ ଥିବା ସମସ୍ତ କର୍ମକୁ ତ୍ୟାଗ କରିବା, “ନିରାଶୀଃ” ଅର୍ଥାତ୍ କର୍ମଫଳରେ ଅନାସକ୍ତ । ଭଗବତ୍ ଚେତନାରେ, ଭଗବାନଙ୍କୁ ଅର୍ପଣ କରି କର୍ମ କରିବା ପାଇଁ, କର୍ତ୍ତୃତ୍ୱାଭିମାନ ତ୍ୟାଗ କରିବା, ସ୍ୱସୁଖ ବାସନା ଓ ଲାଳସା ତ୍ୟାଗ କରିବା ଏବଂ ଶୋକ ରହିତ ହେବା ପରମାବଶ୍ୟକ ଅଟେ ।
ପୃର୍ବବର୍ତ୍ତି ଶ୍ଲୋକ ଗୁଡିକରେ ଦିଆ ଯାଇଥିବା ନିର୍ଦ୍ଦେଶ ଗୁଡିକର ସାଂରାଶ ଏହା ଯେ ମନୁଷ୍ୟ ନିଷ୍ଠାପୂର୍ବକ ଏହାର ବିଚାର କରିବା ଆବଶ୍ୟକ, “ମୋର ଆତ୍ମା, ପରମାତ୍ମା ଶ୍ରୀକୃଷ୍ଣଙ୍କର ଏକ ଅତି କ୍ଷୁଦ୍ର ଅଂଶ ଅଟେ । ସେ ସବୁକିଛିର ଭୋକ୍ତା ଏବଂ ସମସ୍ତଙ୍କର ଇଷ୍ଟ ଅଟନ୍ତି । ମୋର ସମସ୍ତ କର୍ମ ତାଙ୍କର ସେବା ପାଇଁ ଉଦ୍ଦିଷ୍ଟ, ଅତଏବ ମୁଁ ନିଜର ସମସ୍ତ କର୍ମ ଏକ ଯଜ୍ଞ ଭାବରେ ତାଙ୍କୁ ଅର୍ପଣ କରିବି । ସେ ମୋତେ ଶକ୍ତି ପ୍ରଦାନ କରୁଛନ୍ତି, ଯଦ୍ୱାରା ମୁଁ ସମସ୍ତ କର୍ମ ଯଜ୍ଞ ଭାବରେ କରିପାରୁଛି । ତେଣୁ ମୁଁ ଯେଉଁ କର୍ମ କରୁଛି ସେଥିପାଇଁ ମୁଁ ନିଜେ ଶ୍ରେୟ ନେବା ଉଚିତ୍ ନୁହେଁ ।”
ମୟି ସର୍ବାଣି କର୍ମାଣି ସଂନ୍ୟସ୍ୟାଧ୍ୟାତ୍ମଚେତସା ।
ନିରାଶୀର୍ନିର୍ମମୋ ଭୂତ୍ୱା ଯୁଧ୍ୟସ୍ୱ ବିଗତଜ୍ୱରଃ ।।୩୦।।
ସମସ୍ତ କର୍ମକୁ ମୋତେ ଅର୍ପଣ କରି, ପରମାତ୍ମା ରୂପରେ ନିରନ୍ତର ମୋର ଧ୍ୟାନ କର । ସମସ୍ତ ପ୍ରକାରର କାମନା ଓ ମମତାରୁ ମୁକ୍ତ ରହି ଶୋକରହିତ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ