ଶ୍ରୀଭଗବାନୁବାଚ
କାମ ଏଷ କ୍ରୋଧ ଏଷ ରଜୋଗୁଣସମୁଦ୍ଭବଃ ।
ମହାଶନୋ ମହାପାପ୍ମା ବିଦ୍ଧ୍ୟେନମିହ ବୈରିଣମ୍ ।।୩୭ ।।
ଶ୍ରୀ ଭଗବାନୁବାଚ - ପରମ ପୁରୁଷ ଭଗବାନ କହିଲେ; କାମଃ - କାମନା; ଏଷଃ - ସବୁ; କ୍ରୋଧଃ - କ୍ରୋଧ; ଏଷଃ - ସବୁ; ରଜୋଗୁଣ-ରଜଗୁଣ; ସମୁଦ୍ଭବଃ- ଜାତ; ମହାଶନଃ- ସର୍ବଗ୍ରାସୀ; ମହାପାପ୍ମା- ଅତ୍ୟନ୍ତ ପାପପୂର୍ଣ୍ଣ; ବିଦ୍ଧି -ଜାଣ; ଏନମ୍- ଏହାକୁ; ଇହ - ଏ ଭୌତିକ ଜଗତରେ; ବୈରିଣମ୍- ମହାନ୍ ଶତ୍ରୁ ।
BG 3.37: ଶ୍ରୀ ଭଗବାନ କହିଲେ: ଏହା କାମନା ହିଁ ଅଟେ, ଯାହାର ଉଦ୍ଭବ ରଜଗୁଣରୁ ହୋଇଥାଏ ଏବଂ ପରବର୍ତ୍ତୀ ସମୟରେ ଏହା କ୍ରୋଧର ରୂପ ନେଇଥାଏ । ଏହାକୁ ସଂସାରର ପାପମୟ ତଥା ସର୍ବଗ୍ରାସୀ ଶତ୍ରୁ ଭାବରେ ଜାଣ ।
ବେଦରେ କାମ ଶବ୍ଦ କେବଳ ଯୌନ ଇଚ୍ଛାକୁ ବୁଝାଇ ନ ଥାଏ । ଆତ୍ମାର ଶାରୀରିକ ଅବଧାରଣାର ଆଧାରରେ ଭୌତିକ ଆନନ୍ଦ ପ୍ରାପ୍ତ କରିବାର ସମସ୍ତ ପ୍ରକାରର ଇଚ୍ଛା ଏହାର ଅନ୍ତର୍ଭୁକ୍ତ ଅଟେ । ତେଣୁ କାମନା ଅନେକ ରୂପରେ ପ୍ରକାଶିତ ହୋଇଥାଏ- ଅର୍ଥ କାମନା, ଭୋଗ୍ୟବସ୍ତୁର କାମନା, ପ୍ରତିଷ୍ଠାର ଲାଳସା, କ୍ଷମତାର ଲାଳସା, ଇତ୍ୟାଦି । ଭଗବତ୍ ପ୍ରେମ ପ୍ରାପ୍ତ କରିବାର ଅଭିଳାଷ, ଯାହାକି ସବୁ ଜୀବଙ୍କର ସହଜାତ ସ୍ୱଭାବ, ଏହି କାମନା ତାହାର ଏକ ବିକୃତ ରୂପ ଅଟେ । ଆତ୍ମା ଯେତେବେଳେ ଶରୀର ରୂପରେ ମାୟା ଶକ୍ତି ସହିତ ସମ୍ବନ୍ଧିତ ହୋଇଯାଏ, ଭଗବାନଙ୍କ ପ୍ରତି ଥିବା ତା’ର ଦିବ୍ୟ ପ୍ରେମ ରଜୋଗୁଣ ସଂସ୍ପର୍ଶରେ ଆସି କାମନାରେ ପରିଣତ ହୁଏ । ଯେହେତୁ ଦିବ୍ୟ ପ୍ରେମ ଭଗବାନଙ୍କର ସର୍ବଶ୍ରେଷ୍ଠ ଶକ୍ତି ଅଟେ, ମାୟିକ ଜଗତରେ ଏହାର ବିକୃତ ରୂପ କାମନା ମଧ୍ୟ ସଂସାରର ସବୁଠାରୁ ପ୍ରଭାବଶାଳୀ ଶକ୍ତି ଅଟେ । ଶ୍ରୀକୃଷ୍ଣ ସଂସାରିକ ସୁଖ ଭୋଗର ଏହି କାମନାକୁ ପାପର କାରଣ ରୂପେ ଅଭିହିତ କରିଛନ୍ତି, ଯାହାକି ଆମ ଅନ୍ତରରେ ନିବାସ କରିଥିବା ସବୁଠାରୁ ହାନିକାରକ ଲାଳସା ଅଟେ । ମାୟିକ ରଜୋଗୁଣର ସଂସ୍ପର୍ଶରେ ଆସି ଭ୍ରମବଶତଃ ଆତ୍ମା ଏପରି ମନେ କରିଥାଏ ଯେ ସାଂସାରିକ ବସ୍ତୁ ତାକୁ ସୁଖ ପ୍ରଦାନ କରିପାରିବ ଏବଂ ସେଥିପାଇଁ ସେ ସେଗୁଡିକ ପ୍ରାପ୍ତ କରିବାର କାମନା କରିଥାଏ । ଯେତେବେଳେ କାମନା ପୁର୍ଣ୍ଣ ହୁଏ, ତାହା ଲୋଭ ଉଦ୍ରେକ କରାଏ ଏବଂ ଯେତେବେଳେ କାମନା ପୁର୍ଣ୍ଣ ହୁଏ ନାହିଁ, ସେତେବେଳେ କ୍ରୋଧ ଉତ୍ପନ୍ନ ହୁଏ । କାମ-କ୍ରୋଧ-ଲୋଭ - ଏହି ତିନି ଜଣଙ୍କର ପ୍ରଭାବରେ ବ୍ୟକ୍ତି ପାପ କରିଥାଏ । ଲୋଭ କାମନାର ଅତିଶୟତା ଅଟେ ଏବଂ କ୍ରୋଧ ଆଶାଭଙ୍ଗ କାମନାର ରୂପ ଅଟେ । ସେଥିପାଇଁ କାମନା-ବାସନାକୁ ଶ୍ରୀକୃଷ୍ଣ ସମସ୍ତ ପାପର ମୂଳ କାରଣ ରୂପେ ଅଭିହିତ କରୁଛନ୍ତି ।
ଶ୍ରୀଭଗବାନୁବାଚ
କାମ ଏଷ କ୍ରୋଧ ଏଷ ରଜୋଗୁଣସମୁଦ୍ଭବଃ ।
ମହାଶନୋ ମହାପାପ୍ମା ବିଦ୍ଧ୍ୟେନମିହ ବୈରିଣମ୍ ।।୩୭ ।।
ଶ୍ରୀ ଭଗବାନ କହିଲେ: ଏହା କାମନା ହିଁ ଅଟେ, ଯାହାର ଉଦ୍ଭବ ରଜଗୁଣରୁ ହୋଇଥାଏ ଏବଂ ପରବର୍ତ୍ତୀ ସମୟରେ ଏହା କ୍ରୋଧର ରୂପ ନେଇଥାଏ । ଏହାକୁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ