କର୍ମଣୋ ହ୍ୟପି ବୋଦ୍ଧବ୍ୟଂ ବୋଦ୍ଧବ୍ୟଂ ଚ ବିକର୍ମଣଃ ।
ଅକର୍ମଣଶ୍ଚ ବୋଦ୍ଧବ୍ୟଂ ଗହନା କର୍ମଣୋ ଗତିଃ ।।୧୭।।
କର୍ମଣଃ-ବିହିତ କର୍ମ; ହି- ନିଶ୍ଚିତଭାବେ; ଅପି-ମଧ୍ୟ; ବୋଦ୍ଧବ୍ୟଂ-ଜାଣିବା ଉଚିତ୍; ବୋଦ୍ଧବ୍ୟଂ- ବୁଝିବା ଉଚିତ୍; ଚ-ଏବଂ; ବିକର୍ମଣଃ- ନିଷିଦ୍ଧ କର୍ମ; ଅକର୍ମଣଃ-ଅକର୍ମ; ବୋଦ୍ଧବ୍ୟଂ-ବୁଝିବା ଉଚିତ୍; ଗହନା-ଅତି ଜଟିଳ; କର୍ମଣଃ- କର୍ମର; ଗତିଃ- ବାସ୍ତବ ପନ୍ଥା ।
BG 4.17: ତୁମେ ଏହି ତିନୋଟିର ସ୍ୱରୂପ ବୁଝିବା ନିତାନ୍ତ ଆବଶ୍ୟକ - କର୍ମ, ବିକର୍ମ ଓ ଅକର୍ମ । ଏହାର ସଠିକ୍ ନିରୂପଣ ଅତ୍ୟନ୍ତ ଗହନ ଏବଂ ଏହାକୁ ବୁଝିବା କଷ୍ଟକର ।
ଶ୍ରୀକୃଷ୍ଣ କର୍ମକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି - କର୍ମ, ବିକର୍ମ ଓ ଅକର୍ମ ।
କର୍ମ - ଯେଉଁ ଶୁଭ କର୍ମ ଶାସ୍ତ୍ର ନିର୍ଦ୍ଦେଶ ଅନୁଯାୟୀ ଅନ୍ତଃକରଣର ଶୁଦ୍ଧି ନିମନ୍ତେ କରାଯାଏ ।
ବିକର୍ମ - ବିକର୍ମ ହେଉଛି ଅଶୁଭ କର୍ମ, ଯାହା ଶାସ୍ତ୍ରମାନଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି, କାରଣ ଏହାର ଫଳ ହାନିକାରକ ଅଟେ ଏବଂ ଏହା ଆତ୍ମାର ଅଧଃପତନ କରାଇଥାଏ ।
ଅକର୍ମ - ଫଳରେ ଆସକ୍ତି ନ ରଖି କେବଳ ଭଗବାନଙ୍କ ସୁଖ ପାଇଁ କରାଯାଉଥିବା କର୍ମକୁ ଅକର୍ମ କୁହାଯାଏ । ଏହି କର୍ମର କୌଣସି ପ୍ରତିକ୍ରିୟା ନାହିଁ ଅଥବା ଏହା ଆତ୍ମାକୁ ବନ୍ଧନରେ ପକାଏ ନାହିଁ ।
କର୍ମଣୋ ହ୍ୟପି ବୋଦ୍ଧବ୍ୟଂ ବୋଦ୍ଧବ୍ୟଂ ଚ ବିକର୍ମଣଃ ।
ଅକର୍ମଣଶ୍ଚ ବୋଦ୍ଧବ୍ୟଂ ଗହନା କର୍ମଣୋ ଗତିଃ ।।୧୭।।
ତୁମେ ଏହି ତିନୋଟିର ସ୍ୱରୂପ ବୁଝିବା ନିତାନ୍ତ ଆବଶ୍ୟକ - କର୍ମ, ବିକର୍ମ ଓ ଅକର୍ମ । ଏହାର ସଠିକ୍ ନିରୂପଣ ଅତ୍ୟନ୍ତ ଗହନ ଏବଂ ଏହାକୁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ