ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ ।
ସ କାଳେନେହ ମହତା ଯୋଗୋ ନଷ୍ଟଃ ପରଂତପ ।। ୨।।

ଏବଂ -ଏହିପରି ଭାବରେ; ପରମ୍ପରା- ଧାରାବାହିକ ପ୍ରଥା; ପ୍ରାପ୍ତଂ- ପ୍ରାପ୍ତ; ଇମଂ- ଏହି ବିଜ୍ଞାନ; ରାଜର୍ଷୟଃ - ରାଜର୍ଷିଗଣ; ବିଦୁଃ- ଜାଣିଥିଲେ; ସଃ - ସେହି; କାଳେନ- କାଳକ୍ରମେ; ଇହ-ଏହି ପୃଥିବୀରେ; ମହତା -ମହାନ୍‌; ଯୋଗଃ -ଯୋଗ ବିଜ୍ଞାନ; ନଷ୍ଟଃ - ନଷ୍ଟ (ବିଖଣ୍ଡିତ); ପରଂତପ- ହେ ଶତ୍ରୁନିସୂଦନକାରୀ ଅର୍ଜୁନ ।

ଅନୁବାଦ

BG 4.2: ହେ ଶତ୍ରୁଜିତ! ରାଜର୍ଷିମାନେ ଏକ ଧାରାବାହିକ ପରମ୍ପରା ଭାବରେ ଏହି ଯୋଗର ବିଜ୍ଞାନ ପାଇ ଆସୁଥିଲେ, କିନ୍ତୁ ସମୟକ୍ରମେ ତାହା ସଂସାରରୁ ଲୋପ ପାଇଯାଇଛି ।

ଭାଷ୍ୟ

ଦିବ୍ୟ ଜ୍ଞାନ ପ୍ରାପ୍ତିର ଏହି ଅବରୋହଣ ପଦ୍ଧତିରେ ଶିଷ୍ୟମାନେ ଗୁରୁଙ୍କଠାରୁ ଭଗବତ୍ ପ୍ରାପ୍ତିର ବିଜ୍ଞାନ ଲାଭ କରୁଥିଲେ । ଗୁରୁ ଏହି ଜ୍ଞାନ ତାଙ୍କ ଗୁରୁଙ୍କଠାରୁ ପ୍ରାପ୍ତ କରୁଥିଲେ । ଏହି ପଦ୍ଧତିରେ ନିମି, ଜନକ ଆଦି ରାଜର୍ଷିମାନେ ଯୋଗ ବିଜ୍ଞାନ ଶିକ୍ଷା କରିଥିଲେ । ଏହି ପରମ୍ପରା ଭଗବାନଙ୍କଠାରୁ ହିଁ ଆରମ୍ଭ ହୋଇଛି, ଯିଏ ସଂସାରର ପ୍ରଥମ ଗୁରୁ ଅଟନ୍ତି ।

 ତେନେ ବ୍ରହ୍ମ ହୃଦାୟ ଆଦି -କବୟେ ମୁହ୍ୟନ୍ତି ଯତ୍ ସୂରୟଃ (ଭାଗବତମ୍ ୧.୧.୧.)

ଭଗବାନ ସୃଷ୍ଟିର ଆରମ୍ଭରେ ଏହି ଜ୍ଞାନ ପ୍ରଥମ ପୁରୁଷ ବ୍ରହ୍ମାଙ୍କୁ ଦେଲେ, ଏବଂ ତାଙ୍କଠାରୁ ଏହି ପରମ୍ପରା ପ୍ରଚଳିତ ହେଲା । ପୂର୍ବ ଶ୍ଲୋକରେ ଶ୍ରୀକୃଷ୍ଣ ଏକଥା ମଧ୍ୟ କହିଥିଲେ ଯେ ସେ ଏହି ଜ୍ଞାନ ସୂର୍ଯ୍ୟଦେବ ବିବସ୍ୱାନଙ୍କୁ ମଧ୍ୟ ଦେଇଥିଲେ ଏବଂ ତାଙ୍କଠାରୁ ଏହି ପରମ୍ପରା ଚାଲିଆସୁଛି । କିନ୍ତୁ ଭୌତିକ ଜଗତର ଗୁଣ ଏପରି ଯେ ସମୟକ୍ରମେ ସେହି ଜ୍ଞାନ ଲୋପ ପାଇଗଲା । ଭୌତିକବୁଦ୍ଧିଯୁକ୍ତ ଏବଂ ନିଷ୍ଠାହୀନ ଶିଷ୍ୟମାନେ ଏହି ଜ୍ଞାନକୁ ନିଜର ସ୍ୱାର୍ଥ ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ ରୂପରେ ବ୍ୟାଖ୍ୟା କରିବାକୁ ଲାଗିଲେ । ଯଦ୍ୱାରା ଏହାର ମୌଳିକ ଶୁଦ୍ଧତା ଅପମିଶ୍ରିତ ହେବାରେ ଲାଗିଲା । ଯେତେବେଳେ ଏପରି ହୁଏ, ମନୁଷ୍ୟ ସମାଜର କଲ୍ୟାଣ ନିମନ୍ତେ ଭଗବାନ ତାଙ୍କର ଅକାରଣ କରୁଣା ସ୍ୱଭାବ ବଶତଃ ଏହାର ପୁନଃ ପ୍ରତିଷ୍ଠା କରନ୍ତି । ସେ ଏହି କାର୍ଯ୍ୟ ସ୍ୱୟଂ ଧରାପୃଷ୍ଠରେ ଅବତାର ଗ୍ରହଣ କରି କରନ୍ତି ବା କୌଣସି ମହାନ ଭଗବତ୍‌ପ୍ରାପ୍ତ ସନ୍ଥଙ୍କ ଦ୍ୱାରା କରାଇଥାନ୍ତି, ଯେଉଁମାନେ ପୃଥିବୀରେ ଭଗବାନଙ୍କ କାର୍ଯ୍ୟର ବାହକ ହୋଇଥାନ୍ତି ।

ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ, ଯିଏ କି ଭାରତ ଇତିହାସର ପଞ୍ଚମ ମୂଳ ଜଗଦ୍‌ଗୁରୁ ଅଟନ୍ତି, ଏହିପରି ଜଣେ ଈଶ୍ୱର-ପ୍ରେରିତ ମହାପୁରୁଷ, ଯିଏ ଆଧୁନିକ ଯୁଗରେ ପୁରାତନ ଜ୍ଞାନର ପୁନଃପ୍ରତିଷ୍ଠା କରିଛନ୍ତି । ତାଙ୍କର ଆୟୁ ଯେତେବେଳେ ମାତ୍ର ଚଉତିରିଶ ବର୍ଷ ହୋଇଥିଲା, ପବିତ୍ର ସହର କାଶୀ ସ୍ଥିତ ପାଞ୍ଚଶହ ବୈଦିକ ବିଦ୍ୱାନମାନଙ୍କର ସଭା, କାଶୀ ବିଦ୍ୱତ୍ ପରିଷଦ, ତାଙ୍କୁ ଜଗଦ୍‌ଗୁରୁ ପଦରେ ସମ୍ମାନିତ କରିଥିଲା । ଭାରତ ଇତିହାସରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ, ଜଗଦ୍‌ଗୁରୁ ନିମ୍ବାକାଚାର୍ଯ୍ୟ, ଜଗଦ୍‌ଗୁରୁ ରାମାନୁଜାଚାର୍ଯ୍ୟ ଏବଂ ଜଗଦ୍‌ଗୁରୁ ମାଧ୍ୱାଚାର୍ଯ୍ୟଙ୍କ ପରେ ସେ ପଞ୍ଚମ ମୂଳ ଜଗଦ୍‌ଗୁରୁ ଉପାଧି ପ୍ରାପ୍ତ କରିଛନ୍ତି । ଭଗବଦ୍ ଗୀତାର ଏହି ଭାଷ୍ୟ, ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ଦ୍ୱାରା, ମୋତେ ପ୍ରଦାନ କରାଯାଇଥିବା ଗଭୀର ଜ୍ଞାନର ଆଧାରରେ ଲେଖାଯାଇଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
4. ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency