ନିରାଶୀର୍ଯତଚିତ୍ତାତ୍ମା ତ୍ୟକ୍ତସର୍ବପରିଗ୍ରହଃ ।
ଶାରୀରଂ କେବଳଂ କର୍ମ କୁର୍ବନ୍ନାପ୍ନୋତି କିଳ୍ବିଷମ୍ ।।୨୧।।
ନିରାଶୀଃ- ଫଳକାମନାହୀନ; ଯତ- ସଂଯତ; ଚିତ୍ତ-ଆତ୍ମା- ମନ ଏବଂ ବୁଦ୍ଧି; ତ୍ୟକ୍ତ-ତ୍ୟାଗ କରି; ସର୍ବ-ସମସ୍ତ; ପରିଗ୍ରହଃ- ଅଧିକାରୀଭାବ; ଶାରୀରଂ- ଶାରୀରିକ; କେବଳଂ-କେବଳ; କର୍ମ-କର୍ମ; କୁର୍ବନ୍-ଏପରି କରି; ନ-ନୁହେଁ; ଆପ୍ନୋତି-ଅର୍ଜନ କରେନାହିଁ; କିଳ୍ବିଷମ୍- ପାପ ।
BG 4.21: ଆଶା ଓ ଅଧିକାରୀଭାବରୁ ମୁକ୍ତ ହୋଇ, ମନ ଓ ବୁଦ୍ଧିକୁ ପୂର୍ଣ୍ଣତଃ ବଶକରି, ଜଣେ ବ୍ୟକ୍ତି ଶରୀର ଦ୍ୱାରା କର୍ମ କରୁଥିଲେ ମଧ୍ୟ ପାପ ଯୁକ୍ତ ହୁଅନ୍ତି ନାହିଁ ।
ସଂସାରର ଆଇନ ଅନୁସାରେ ମଧ୍ୟ, ଆକସ୍ମିକ ଭାବରେ ହୋଇଥିବା କୌଣସି ହିଂସାତ୍ମକ କାର୍ଯ୍ୟକୁ ଦଣ୍ଡନୀୟ ଅପରାଧ ଭାବେ ଧରାଯାଏ ନାହିଁ । ଯଦି ଜଣେ ରାସ୍ତାର ସଠିକ୍ ପାଶ୍ୱର୍ରେ, ସଠିକ୍ ଗତିରେ ଏବଂ ରାସ୍ତା ଉପରେ ଦୃଷ୍ଟି ବଦ୍ଧ କରି କାର୍ ଚଳାଉଥିବା ସମୟରେ ହଠାତ୍ କେହି ଜଣେ କାର୍ ସମ୍ମୁଖକୁ ଆସି ପଡ଼ିଯିବା ଫଳରେ ଧକ୍କା ଲାଗି ତା’ର ମୃତ୍ୟୁ ହୁଏ ଏବଂ ଯଦି ଏହା ପ୍ରମାଣିତ ହୁଏ ଯେ ଚାଳକର ସେହି ବ୍ୟକ୍ତିକୁ ଆହତ ବା ହତ୍ୟା କରିବାର କୌଣସି ଉଦ୍ଦେଶ୍ୟ ନ ଥିଲା, ତେବେ ଅଦାଲତ ମଧ୍ୟ ଏହାକୁ ଧର୍ତବ୍ୟ ଅପରାଧ ଭାବେ ଗ୍ରହଣ କରେ ନାହିଁ । ବ୍ୟକ୍ତିର ମନର ଉଦ୍ଦେଶ୍ୟକୁ କାର୍ଯ୍ୟ ଅପେକ୍ଷା ଅଧିକ ମହତ୍ତ୍ୱ ଦିଆଯାଇଥାଏ । ସେହିପରି ଭଗବତ୍ ଚେତନାରେ ଉଦ୍ବୁଦ୍ଧ ଜଣେ ମହାପୁରୁଷ ଯେଉଁ କାର୍ଯ୍ୟକରନ୍ତି ତାହା ପାପ ରହିତ ହୋଇଥାଏ । କାରଣ ତାଙ୍କର ମନ ପ୍ରତ୍ୟାଶା ଓ ଅଧିକାରୀତ୍ୱ ଭାବରୁ ମୁକ୍ତ ଥାଏ ଏବଂ ତାହା ଭଗବତ୍ ପ୍ରୀତ୍ୟର୍ଥ ଦିବ୍ୟଭାବନାରେ କରାଯାଇଥାଏ ।
ନିରାଶୀର୍ଯତଚିତ୍ତାତ୍ମା ତ୍ୟକ୍ତସର୍ବପରିଗ୍ରହଃ ।
ଶାରୀରଂ କେବଳଂ କର୍ମ କୁର୍ବନ୍ନାପ୍ନୋତି କିଳ୍ବିଷମ୍ ।।୨୧।।
ଆଶା ଓ ଅଧିକାରୀଭାବରୁ ମୁକ୍ତ ହୋଇ, ମନ ଓ ବୁଦ୍ଧିକୁ ପୂର୍ଣ୍ଣତଃ ବଶକରି, ଜଣେ ବ୍ୟକ୍ତି ଶରୀର ଦ୍ୱାରା କର୍ମ କରୁଥିଲେ ମଧ୍ୟ ପାପ ଯୁକ୍ତ ହୁଅନ୍ତି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ