ଗତସଙ୍ଗସ୍ୟ ମୁକ୍ତସ୍ୟ ଜ୍ଞାନାବସ୍ଥିତଚେତସଃ ।
ଯଜ୍ଞାୟାଚରତଃ କର୍ମ ସମଗ୍ରଂ ପ୍ରବିଲୀୟତେ ।।୨୩।।
ଗତ-ସଙ୍ଗସ୍ୟ -ମାୟିକ ଆସକ୍ତି ରହିତ; ମୁକ୍ତସ୍ୟ -ମୁକ୍ତର; ଜ୍ଞାନ-ଅବସ୍ଥିତ - ଦିବ୍ୟଜ୍ଞାନରେ ସ୍ଥିତ; ଚେତସଃ- ଯାହାର ବୁଦ୍ଧି; ଯଜ୍ଞାୟ - ଯଜ୍ଞ ଭାବରେତ୍ତ; ଆଚରତଃ -କରାଯାଇ ଥାଏ; କର୍ମ -କର୍ମ; ସମଗ୍ରଂ -ପୂର୍ଣ୍ଣତଃ; ବ୍ରବିଲୀୟତେ - ମୁକ୍ତ ହୋଇଯାଏ ।
BG 4.23: ସେମାନେ ଭୌତିକ ଆସକ୍ତି ରୂପକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି ଏବଂ ସେମାନଙ୍କର ଚେତନା ଦିବ୍ୟଜ୍ଞାନ ସ୍ତରରେ ସ୍ଥିତ ହୁଏ । ଯେହେତୁ ସେମାନେ ସମସ୍ତ କର୍ମ ଯଜ୍ଞ (ଭଗବାନଙ୍କ ଉଦ୍ଦେଶ୍ୟରେ) ରୂପରେ କରିଥାଆନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇଯା’ନ୍ତି ।
ଏହି ଶ୍ଲୋକରେ ଶ୍ରୀକୃଷ୍ଣ ପୂର୍ବବର୍ତ୍ତୀ ପାଞ୍ଚୋଟି ଶ୍ଲୋକର ସାରାଂଶ କହିଛନ୍ତି । ଯେତେବେଳେ ଜଣେ ବ୍ୟକ୍ତି ବୁଝିପାରେ ଯେ ଜୀବ ଭଗବାନଙ୍କର ନିତ୍ୟ ଦାସ ଅଟେ, ସେତେବେଳେ ସେ ତା’ର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିଥାଏ । ଚୈତନ୍ୟ ମହାପ୍ରଭୁ କହିଥିଲେ: ଜୀବେର ସ୍ୱରୂପ ହୟ କୃଷ୍ଣେର ନିତ୍ୟ-ଦାସ (ଚୈତନ୍ୟ ଚରିତାମୃତ, ମଧ୍ୟ ଲୀଳା ୨୦.୧୦୮) । “ଜୀବ ସ୍ୱରୂପତଃ ଭଗବାନଙ୍କର ଦାସ ଅଟେ” । ଯେଉଁମାନେ ଜ୍ଞାନର ଏହି ସ୍ତରରେ ସ୍ଥିତ, ସେମାନେ ତାଙ୍କର ସମସ୍ତ କର୍ମ ଭଗବାନଙ୍କ ପ୍ରତି ଉତ୍ସର୍ଗ କରନ୍ତି ଏବଂ କର୍ମର ପାପମୟ ପ୍ରତିକ୍ରିୟାରୁ ମୁକ୍ତ ହୁଅନ୍ତି । ଏପରି ଜୀବ କେଉଁ ପ୍ରକାରର ଦୃଷ୍ଟିକୋଣ ରଖିଥାଆନ୍ତି, ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ତାହା ବର୍ଣ୍ଣନା କରିଛନ୍ତି ।
ଗତସଙ୍ଗସ୍ୟ ମୁକ୍ତସ୍ୟ ଜ୍ଞାନାବସ୍ଥିତଚେତସଃ ।
ଯଜ୍ଞାୟାଚରତଃ କର୍ମ ସମଗ୍ରଂ ପ୍ରବିଲୀୟତେ ।।୨୩।।
ସେମାନେ ଭୌତିକ ଆସକ୍ତି ରୂପକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି ଏବଂ ସେମାନଙ୍କର ଚେତନା ଦିବ୍ୟଜ୍ଞାନ ସ୍ତରରେ ସ୍ଥିତ ହୁଏ । ଯେହେତୁ ସେମାନେ ସମସ୍ତ କର୍ମ ଯଜ୍ଞ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ