ସର୍ବାଣୀନ୍ଦ୍ରିୟକର୍ମାଣି ପ୍ରାଣକର୍ମାଣି ଚାପରେ ।
ଆତ୍ମସଂଯମଯୋଗାଗ୍ନୌ ଜୁହ୍ୱତି ଜ୍ଞାନଦୀପିତେ ।।୨୭।।
ସର୍ବାଣି- ସମସ୍ତ; ଇନ୍ଦ୍ରିୟ- ଇନ୍ଦ୍ରିୟ; କର୍ମାଣି -କର୍ମ; ପ୍ରାଣ-କର୍ମାଣି - ପ୍ରାଣବାୟୁର କର୍ମ; ଚ-ଏବଂ; ଅପରେ -ଅନ୍ୟମାନେ; ଆତ୍ମ-ସଂଯମ ଯୋଗାଗ୍ନୌ- ଆତ୍ମସଂଯମର ଅଗ୍ନିରେ; ଜୁହ୍ୱତି -ଅର୍ପଣ କରେ; ଜ୍ଞାନ-ଦୀପିତେ - ଜ୍ଞାନଦୀପ୍ତ ।
BG 4.27: କେତେକ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ, ତାଙ୍କର ଇନ୍ଦ୍ରିୟମାନଙ୍କର କର୍ମ ଏବଂ ପ୍ରାଣଶକ୍ତିକୁ ଆତ୍ମସଂଯମିତ ମନର ଅଗ୍ନିରେ ଅର୍ପଣ କରିଦିଅନ୍ତି ।
କେତେକ ଯୋଗୀ ବିଶ୍ଲେଷଣାତ୍ମକ ବା ଜ୍ଞାନଯୋଗର ମାର୍ଗ ଅନୁସରଣ କରିଥାନ୍ତି ଏବଂ ସେମାନେ ତାଙ୍କର ଜ୍ଞାନଶକ୍ତିଦ୍ୱାରା ଇନ୍ଦ୍ରିୟମାନଙ୍କୁ ସଂସାରରୁ ହଟାଇଥାନ୍ତି । ହଟଯୋଗୀ ମାନେ ତାଙ୍କ ଇନ୍ଦ୍ରିୟମାନଙ୍କୁ ପ୍ରବଳ ଇଚ୍ଛାଶକ୍ତି ଦ୍ୱାରା ଦମନ କରୁଥିବା ବେଳେ ଜ୍ଞାନଯୋଗୀମାନେ ତାଙ୍କର ଜ୍ଞାନକୁ ଆଧାର କରି ବାରମ୍ବାର ଅଭ୍ୟାସ ଦ୍ୱାରା ସେହି ଲକ୍ଷ୍ୟ ପ୍ରାପ୍ତ କରିଥାନ୍ତି । ସେମାନେ ସଂସାରର ନଶ୍ୱରତାକୁ ଗଭୀର ଭାବେ ଅନୁଧ୍ୟାନ କରି, ନିଜକୁ ଶରୀର, ମନ, ବୁଦ୍ଧି ଓ ଅହଂକାର ଠାରୁ ପୃଥକ ଭାବେ ଚିହ୍ନନ୍ତି । ଇନ୍ଦ୍ରିୟମାନଙ୍କୁ ସଂସାରରୁ ହଟାଇ, ମନକୁ ଆତ୍ମାର ଧ୍ୟାନରେ ଲଗାନ୍ତି । ସେମାନେ, ଆତ୍ମା ଓ ପରମାତ୍ମାଙ୍କୁ ଏକ ଭାବେ ମାନି ଆତ୍ମଜ୍ଞାନ ନିମନ୍ତେ ତାଙ୍କର ଲକ୍ଷ୍ୟ ସ୍ଥିର କରନ୍ତି । ତାଙ୍କର ଧ୍ୟାନକୁ ଦୃଢ଼ କରିବା ପାଇଁ, ତତ୍ୱମସି “ମୁଁ ସେହି ଅଟେ” (ଛାନ୍ଦୋଗ୍ୟ ଉପନିଷଦ ୬.୮.୭) ଏବଂ ଅହଂ ବ୍ରହ୍ମାସ୍ମି “ମୁଁ ବ୍ରହ୍ମ ଅଟେ” (ବୃହଦାରଣ୍ୟକ ଉପନିଷଦ ୧.୪.୧୦) ର ଜପ କରିଥାନ୍ତି ।
ଜ୍ଞାନଯୋଗର ମାର୍ଗ ଅତ୍ୟନ୍ତ କଠିନ ଅଟେ, ଯାହା ଦୃଢ଼ ସଂକଳ୍ପ ଏବଂ ଶୃଙ୍ଖଳିତ ବୁଦ୍ଧି ଆବଶ୍ୟକ କରେ । ଶ୍ରୀମଦ୍ ଭାଗବତମ୍ (୧୧.୨୦.୭) କହେ: ନିର୍ବିଣ୍ଣାନାମ୍ ଜ୍ଞାନଯୋଗଃ” ଜ୍ଞାନଯୋଗରେ ସଫଳତା କେବଳ ସେହିମାନଙ୍କ ପାଇଁ ସମ୍ଭବ, ଯେଉଁମାନେ ବୈରାଗ୍ୟର ଉଚ୍ଚ ସୋପାନରେ ଅଧିଷ୍ଠିତ ହୋଇଥାଆନ୍ତି ।
ସର୍ବାଣୀନ୍ଦ୍ରିୟକର୍ମାଣି ପ୍ରାଣକର୍ମାଣି ଚାପରେ ।
ଆତ୍ମସଂଯମଯୋଗାଗ୍ନୌ ଜୁହ୍ୱତି ଜ୍ଞାନଦୀପିତେ ।।୨୭।।
କେତେକ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ, ତାଙ୍କର ଇନ୍ଦ୍ରିୟମାନଙ୍କର କର୍ମ ଏବଂ ପ୍ରାଣଶକ୍ତିକୁ ଆତ୍ମସଂଯମିତ ମନର ଅଗ୍ନିରେ ଅର୍ପଣ କରିଦିଅନ୍ତି ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ