ଯଜ୍ଜ୍ଞାତ୍ୱା ନ ପୁନର୍ମୋହମେବଂ ଯାସ୍ୟସି ପାଣ୍ଡବ ।
ଯେନ ଭୂତାନ୍ୟଶେଷେଣ ଦ୍ରକ୍ଷ୍ୟସ୍ୟାତ୍ମନ୍ୟଥୋ ମୟି ।। ୩୫ ।।
ଯତ୍ - ଯାହା; ଜ୍ଞାତ୍ୱା- ଜାଣି; ନ - କେବେ ନୁହେଁ; ପୁନଃ - ପୁନର୍ବାର; ମୋହଂ-ଅଜ୍ଞାନ; ଏବଂ - ଏହିପରି; ଯାସ୍ୟସି- ଯିବ; ପାଣ୍ଡବ - ହେ ପାଣ୍ଡୁପୁତ୍ର; ଯେନ -ଯାହାଦ୍ୱାରା; ଭୂତାନି- ପ୍ରାଣୀ; ଅଶେଷାଣି -ସମସ୍ତ; ଦ୍ରକ୍ଷ୍ୟସି -ତୁମେ ଦେଖିବ; ଆତ୍ନନି -ମୋ ଭିତରେ; ଅଥୋ- କିମ୍ବା; ମୟି - ମୋ ଠାରେ ।
BG 4.35: ହେ ଅର୍ଜୁନ! ଏହି ପଥ ଅନୁସରଣ କରି ତଥା ଗୁରୁଙ୍କ ଦ୍ୱାରା ଜ୍ଞାନୋଦ୍ଦୀପ୍ତ ହୋଇ, ତୁମେ ଆଉ ଭ୍ରମିତ ହେବ ନାହିଁ । ସେହି ଜ୍ଞାନର ଆଲୋକରେ, ତୁମେ ସମସ୍ତ ପ୍ରାଣୀଙ୍କୁ ପରମାତ୍ମାଙ୍କର ଅଂଶ ଭାବରେ ଏବଂ ମୋ ମଧ୍ୟରେ ଦେଖିବ ।
ଅନ୍ଧକାର ଯେପରି କେବେ ବି ସୂର୍ଯ୍ୟଙ୍କୁ ଆଚ୍ଛାଦିତ କରିପାରେ ନାହିଁ, ସେହିପରି, ଥରେ ଜ୍ଞାନୋଦୟ ହେଲେ, ପୁନର୍ବାର ମାୟା ଜୀବକୁ ଭ୍ରମିତ କରିପାରେ ନାହିଁ । ତଦ୍ବିଷ୍ଣୋଃ ପରମଂ ପଦଂ ସଦା ପଶ୍ୟନ୍ତି ସୂରୟଃ “ଯେଉଁମାନେ ଭଗବତ୍ ପ୍ରାପ୍ତି କରିସାରି ଥାଆନ୍ତି, ସେମାନେ ସର୍ବଦା ଭଗବତ୍-ଚେତନାରେ ରୁହନ୍ତି ।”
ମାୟାର ଭ୍ରମରେ ଆମେ ସଂସାରକୁ ଭଗବାନଙ୍କ ଠାରୁ ପୃଥକ ମନେ କରିଥାଏ ଏବଂ ବ୍ୟକ୍ତି ବିଶେଷ ଆମର ସ୍ୱାର୍ଥ ପୂରଣ କରୁଛନ୍ତି ବା ଆମର କ୍ଷତି କରୁଛନ୍ତି, ତା’ ଉପରେ ନିର୍ଭର କରି ତାଙ୍କ ସହିତ ମିତ୍ରତା ବା ଶତ୍ରୁତା ଆଚରଣ କରିଥାଏ । ହୃଦୟକୁ ଭଦ୍ଭାସିତ କରୁଥିବା ଦିବ୍ୟଜ୍ଞାନ, ଆମର ସଂସାର ପ୍ରତି ଦୃଷ୍ଟିକୋଣ ବଦଳାଇ ଦେଇଥାଏ । ଜ୍ଞାନୀ ମହାପୁରୁଷ ମାନେ ସଂସାରକୁ ଭଗବାନଙ୍କର ଶକ୍ତି ରୂପରେ ଦେଖନ୍ତି, ଏବଂ ସଂସାରର ଉପଯୋଗ ଭଗବାନଙ୍କ ସେବା ଭାବରେ କରନ୍ତି । ସେମାନେ ସମସ୍ତ ମନୁଷ୍ୟଙ୍କୁ ଭଗବାନଙ୍କର ଅଂଶ ରୂପରେ ଦେଖନ୍ତି ଏବଂ ତାଙ୍କ ପ୍ରତି ଦିବ୍ୟ ଭାବ ପୋଷଣ କରନ୍ତି । ସୁତରାଂ, ହନୁମାନ କହନ୍ତି:
ସୀୟା ରାମମୟ ସବ ଜଗ ଜାନୀ, କରଉଁ ପ୍ରଣାମ ଜୋରି ଜୁଗ ପାନୀ (ରାମାୟଣ)
“ମୁଁ ସମସ୍ତଙ୍କ ମଧ୍ୟରେ ପ୍ରଭୁ ରାମ ଓ ମାତା ସୀତାଙ୍କୁ ଦର୍ଶନ କରେ । ତେଣୁ ମୁଁ ହାତଯୋଡ଼ି ସମସ୍ତଙ୍କୁ ପ୍ରଣାମ କରେ ।
ଯଜ୍ଜ୍ଞାତ୍ୱା ନ ପୁନର୍ମୋହମେବଂ ଯାସ୍ୟସି ପାଣ୍ଡବ ।
ଯେନ ଭୂତାନ୍ୟଶେଷେଣ ଦ୍ରକ୍ଷ୍ୟସ୍ୟାତ୍ମନ୍ୟଥୋ ମୟି ।। ୩୫ ।।
ହେ ଅର୍ଜୁନ! ଏହି ପଥ ଅନୁସରଣ କରି ତଥା ଗୁରୁଙ୍କ ଦ୍ୱାରା ଜ୍ଞାନୋଦ୍ଦୀପ୍ତ ହୋଇ, ତୁମେ ଆଉ ଭ୍ରମିତ ହେବ ନାହିଁ । ସେହି ଜ୍ଞାନର ଆଲୋକରେ, …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ