ଅର୍ଜୁନ ଉବାଚ
ସନ୍ୟାସଂ କର୍ମଣାଂ କୃଷ୍ଣ ପୁନର୍ଯୋଗଂ ଚ ଶଂସସି ।
ଯଚ୍ଛ୍ରେୟ ଏତୟୋରେକଂ ତନ୍ମେ ବ୍ରୂହି ସୁନିଶ୍ଚିତମ୍ ।।୧।।

ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ସଂନ୍ୟାସଂ -ତ୍ୟାଗ; କର୍ମଣାଂ - ସମସ୍ତ କର୍ମର; କୃଷ୍ଣ -ହେ କୃଷ୍ଣ; ପୁନଃ -ପୁନଶ୍ଚ; ଯୋଗଂ- କର୍ମଯୋଗ; ଚ-ମଧ୍ୟ; ଶଂସସି - ଆପଣ ପ୍ରଶଂସା କରୁଛନ୍ତି; ଯତ୍ -ଯାହା; ଶ୍ରେୟଃ- ବିଶେଷ ଲାଭଦାୟକ; ଏତୟୋଃ - ଏହି ଦୁଇଟି ମଧ୍ୟରୁ; ଏକଂ - ଗୋଟିଏ; ତତ୍ -ତାହା; ମେ-ମୋତେ; ବ୍ରୂହି - ଦୟାକରି କୁହନ୍ତୁ; ସୁନିଶ୍ଚିତମ୍ - ନିଶ୍ଚିତଭାବରେ ।

ଅନୁବାଦ

BG 5.1: ଅର୍ଜୁନ କହିଲେ: ହେ ଶ୍ରୀକୃଷ୍ଣ, ଆପଣ କର୍ମସନ୍ୟାସର (କର୍ମ ତ୍ୟାଗର ମାର୍ଗ) ପ୍ରଶଂସା କଲେ ଏବଂ ଆପଣ ମଧ୍ୟ କର୍ମଯୋଗର (କର୍ମ ସହିତ ଭକ୍ତି) ଉପଦେଶ ଦେଲେ । ଦୟା କରି ମୋତେ ସ୍ପଷ୍ଟ ଭାବରେ କୁହନ୍ତୁ ଏହି ଦୁଇଟି ମଧ୍ୟରୁ କେଉଁଟି ଅଧିକ ଉପାଦେୟ ।

ଭାଷ୍ୟ

ଅର୍ଜୁନଙ୍କର ଷୋହଳଟି ପ୍ରଶ୍ନ ମଧ୍ୟରୁ ଏହା ପଞ୍ଚମ ପ୍ରଶ୍ନ ଅଟେ । ଶ୍ରୀକୃଷ୍ଣ ଉଭୟ କର୍ମତ୍ୟାଗ ଏବଂ ଭକ୍ତିଯୁକ୍ତ କର୍ମର ପ୍ରଶଂସା କରିଛନ୍ତି । ତାଙ୍କର ଏହି ବିଷମ ନିର୍ଦ୍ଦେଶ ଅର୍ଜୁନଙ୍କ ମନରେ ଦ୍ୱନ୍ଦ୍ୱ ଉତ୍ପନ୍ନ କରୁଛି ଏବଂ ସେ ଜାଣିବାକୁ ଚାହୁଁଛନ୍ତି ଯେ ଏହି ଦୁଇଟି ମଧ୍ୟରୁ ତାଙ୍କ ପାଇଁ କେଉଁଟି ଅଧିକ ଉପାଦେୟ । ଆସନ୍ତୁ, ଏହି ପ୍ରଶ୍ନର ପୃଷ୍ଠଭୂମିକୁ ଅନୁଧ୍ୟାନ କରିବା ।

ପ୍ରଥମ ଅଧ୍ୟାୟଟି ଅର୍ଜୁନଙ୍କର ସଂଶୟ ବର୍ଣ୍ଣନା କରି ଶ୍ରୀକୃଷ୍ଣଙ୍କ ଦ୍ୱାରା ଅର୍ଜୁନଙ୍କୁ ଦିବ୍ୟଜ୍ଞାନ ଦେବା ପାଇଁ ପୃଷ୍ଠଭୂମି ପ୍ରସ୍ତୁତ କରିଥିଲା । ଦ୍ୱିତୀୟ ଅଧ୍ୟାୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କଲେ ଏବଂ ବୁଝାଇ କହିଲେ ଯେ ଆତ୍ମା ଅମର ହୋଇଥିବା ଦୃଷ୍ଟିରୁ ଯୁଦ୍ଧରେ କେହି ମଧ୍ୟ ମୃତ୍ୟୁବରଣ କରିବେ ନାହିଁ, ଅତଏବ ସେଥିପାଇଁ ଶୋକ କରିବା ମୁର୍ଖାମୀ ଅଟେ । ତାପରେ ସେ ଅର୍ଜୁନଙ୍କୁ ସ୍ମରଣ କରାଇ ଦେଉଛନ୍ତି ଯେ ଜଣେ ଯୋଦ୍ଧା ଭାବରେ ତାଙ୍କର କର୍ମ (ଲୌକିକ କର୍ତ୍ତବ୍ୟ) ହେଉଛି ଧର୍ମ ପକ୍ଷରୁ ଯୁଦ୍ଧ କରିବା । ଯେହେତୁ କର୍ମଫଳରେ ଆସକ୍ତି ବ୍ୟକ୍ତିଙ୍କୁ କର୍ମ ବନ୍ଧନରେ ପକାଇ ଥାଏ, ଅର୍ଜୁନଙ୍କୁ ତାଙ୍କ କର୍ମର ଫଳକୁ ଭଗବାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ଶ୍ରୀକୃଷ୍ଣ ପ୍ରୋତ୍ସାହିତ କରୁଛନ୍ତି, ଯଦ୍ୱାରା ତାଙ୍କର କର୍ମ ‘କର୍ମଯୋଗ’ ବା ‘କର୍ମ ମାଧ୍ୟମରେ ଭଗବାନଙ୍କ ସହିତ ଯୋଗ’ ରେ ପରିଣତ ହେବ ।

ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ଯେ କର୍ମ କରିବା ଆବଶ୍ୟକ ଅଟେ, କାରଣ ଏହା ମନକୁ ପବିତ୍ର କରେ । କିନ୍ତୁ ସେ ଏ କଥା ମଧ୍ୟ କହୁଛନ୍ତି ଯେ ଯେଉଁମାନେ ମନର ଶୁଦ୍ଧତା ହାସଲ କରି ସାରିଥାଆନ୍ତି, ସେମାନେ ସାଂସାରିକ କର୍ତ୍ତବ୍ୟ କରିବା ପାଇଁ ବାଧ୍ୟ ନୁହଁନ୍ତି । (ଶ୍ଲୋ ୩:୧୩)

ଚତୁର୍ଥ ଅଧ୍ୟାୟରେ, ଭଗବାନ ବିଭିନ୍ନ ପ୍ରକାରର ଯଜ୍ଞ (ଯେଉଁ କର୍ମ ଭଗବାନଙ୍କର ଖୁସୀ ପାଇଁ କରାଯାଏ) ବିଷୟରେ ବର୍ଣ୍ଣନା କରି, ଶେଷରେ ଏହା କହିଲେ ଯେ ବିଧିବିଧାନ ଯୁକ୍ତ ଯଜ୍ଞର ଯନ୍ତ୍ରବତ୍ ଅନୁଷ୍ଠାନ ଅପେକ୍ଷା ଜ୍ଞାନଯୁକ୍ତ ଯଜ୍ଞ ଶ୍ରେଷ୍ଠତର ଅଟେ । ସେ ପୁଣି କହିଲେ, ସମସ୍ତ ଯଜ୍ଞର ପରିସମାପ୍ତି ନିଜ ସହିତ ଭଗବାନଙ୍କର ସମ୍ବନ୍ଧ ଜ୍ଞାନରେ ହୋଇଥାଏ । ଶେଷରେ ଶ୍ଲୋକ ୪.୪୧ରେ ସେ କର୍ମ ସନ୍ୟାସର ସିଦ୍ଧାନ୍ତ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ବିଧିଯୁକ୍ତ କର୍ମ ଏବଂ ସମସ୍ତ ଲୌକିକ କର୍ମ ତ୍ୟାଗ କରି ଜଣେ ଶରୀର, ମନ ଓ ଆତ୍ମାରେ ଭଗବାନଙ୍କର ଭକ୍ତିଯୁକ୍ତ ସେବାରେ ନିୟୋଜିତ ରହିଥାଏ ।

ଏହିସବୁ ନିର୍ଦ୍ଦେଶ ଅର୍ଜୁନଙ୍କର ବୁଦ୍ଧିକୁ ଭ୍ରମିତ କରିଦେଲା । ସେ ଭାବିଲେ କର୍ମସନ୍ୟାସ (କର୍ମ ତ୍ୟାଗ) ଏବଂ କର୍ମଯୋଗ (ଭକ୍ତିଯୁକ୍ତ କର୍ମ) ବିପରୀତ ଗୁଣ ଯୁକ୍ତ ଅଟନ୍ତି ଏବଂ ଏକ ସମୟରେ ଉଭୟର ଆଚରଣ କରିବା ସମ୍ଭବ ନୁହେଁ । ସୁତରାଂ, ସେ ତାଙ୍କର ସଂଶୟ ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
5. କର୍ମସନ୍ନ୍ୟାସ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency