ଭୋକ୍ତାରଂ ଯଜ୍ଞତପସାଂ ସର୍ବଲୋକମହେଶ୍ୱରମ୍ ।
ସୁହୃଦଂ ସର୍ବଭୂତାନାଂ ଜ୍ଞାତ୍ୱା ମାଂ ଶାନ୍ତିମୃଚ୍ଛତି ।।୨୯।।

ଭୋକ୍ତାରମ୍‌- ଉପଭୋକ୍ତା; ଯଜ୍ଞ-ଯଜ୍ଞ; ତପସାଂ-ତପସ୍ୟା ଓ ବ୍ରତାନୁଷ୍ଠାନ ମାନଙ୍କର; ସର୍ବଲୋକ-ସମସ୍ତ ଲୋକର; ମହେଶ୍ୱରମ୍‌-ପରମେଶ୍ୱର; ସୁହୃଦଂ-ସୁଦୃଦ; ସର୍ବ-ସମସ୍ତ; ଭୂତାନାମ୍‌-ଜୀବମାନଙ୍କର; ଜ୍ଞାତ୍ୱା-ଏହିପରି ଜାଣି; ମାଂ-ମୋତେ (ଭଗବାନ ଶ୍ରୀକୃଷ୍ଣଙ୍କୁ); ଶାନ୍ତିଂ-ଭୌତିକ ଦୁଃଖଯନ୍ତ୍ରଣାରୁ ମୁକ୍ତି; ଋଚ୍ଛତି- ପ୍ରାପ୍ତ ହୁଏ ।

ଅନୁବାଦ

BG 5.29: ମୋତେ ସମସ୍ତ ଯଜ୍ଞ ଓ ତପସ୍ୟାର ଉପଭୋକ୍ତା ତଥା ସମସ୍ତ ଲୋକର ପ୍ରଭୁ ଏବଂ ସମସ୍ତ ପ୍ରାଣୀଙ୍କର ନିଃସ୍ୱାର୍ଥପର ବନ୍ଧୁ ରୂପରେ ଜାଣି, ମୋର ଭକ୍ତଗଣ ଶାନ୍ତି ପ୍ରାପ୍ତ କରିଥାନ୍ତି ।

ଭାଷ୍ୟ

ପୂର୍ବ ଦୁଇଗୋଟି ଶ୍ଲୋକରେ ବର୍ଣ୍ଣନା କରାଯାଇଥିବା ବୈରାଗ୍ୟ ଯୁକ୍ତ ସାଧନା ଆତ୍ମଜ୍ଞାନ (ନିଜକୁ ଜାଣିବା) କରାଇଥାଏ, କିନ୍ତୁ ବ୍ରହ୍ମଜ୍ଞାନ (ଭଗବାନଙ୍କୁ ଜାଣିବା) ଭଗବାନଙ୍କ କୃପା ଦ୍ୱାରା ହୋଇଥାଏ, ଯାହା କେବଳ ଭକ୍ତି ଦ୍ୱାରା ମିଳିଥାଏ । ସର୍ବଲୋକ ମହେଶ୍ୱରମ୍ ର ଅର୍ଥ “ସମସ୍ତ ବ୍ରହ୍ମାଣ୍ଡମାନଙ୍କର ଏକମାତ୍ର ପ୍ରଭୁ” ଏବଂ ସୁହୃଦମ୍ ସର୍ବ ଭୂତାନାମ୍ ଶବ୍ଦର ଅର୍ଥ “ସମସ୍ତ ପ୍ରାଣୀଙ୍କର ସହୃଦୟ ହିତୈଷୀ ।” ଏହିପରି କହିବା ଦ୍ୱାରା, ସେ ଗୁରୁତ୍ୱ ଦେଉଛନ୍ତି ଯେ ଯେହେତୁ ସମସ୍ତ ସାଧନା ଓ ଯଜ୍ଞର ଉପଭୋକ୍ତା ଭଗବାନ ଅଟନ୍ତି, ସନ୍ୟାସର ପଥ ସହିତ ଭଗବାନଙ୍କର ଶରଣାଗତି ମଧ୍ୟ ମିଶ୍ରିତ ହେବା ଆବଶ୍ୟକ । ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଏହାକୁ ଅତି ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି:

ହରି କା ବିୟୋଗୀ ଜୀବ ଗୋବିନ୍ଦ ରାଧେ, ସାଁଚୋ ଯୋଗ ସୋଈ ଯୋ ହରି ସେ ମିଲାଦେ ।

(ରାଧାଗୋବିନ୍ଦ ଗୀତ)

“ଅନାଦି କାଳରୁ ଆତ୍ମା ପରାମାତ୍ମାଙ୍କ ଠାରୁ ବିମୁଖ ରହିଛି । ଯାହା ଆତ୍ମାକୁ ପରମାତ୍ମାଙ୍କ ସହିତ ମିଳିତ କରାଏ, ତାହା ହିଁ ପ୍ରକୃତ ଯୋଗ ଅଟେ ।”  ତେଣୁ ଭକ୍ତି ସହିତ ଯୁକ୍ତ ନ ହୋଇ କୌଣସି ଯୋଗ ପ୍ରଣାଳୀ ସମ୍ପୂର୍ଣ୍ଣ ନୁହେଁ ।

‘ଭଗବତ୍ ଗୀତା’ରେ ଶ୍ରୀକୃଷ୍ଣ ଆଧ୍ୟାତ୍ମିକ ସାଧନାର ସମସ୍ତ ସମୁଚିତ ମାର୍ଗଗୁଡ଼ିକୁ ଅନ୍ତର୍ଭୁକ୍ତ କରିଛନ୍ତି କିନ୍ତୁ ସର୍ବଶେଷରେ ସେ ସମସ୍ତ ମାର୍ଗର ସଫଳତା ପାଇଁ ଭକ୍ତିର ଆବଶ୍ୟକତାକୁ ଗୁରୁତ୍ୱ ଦେଇଛନ୍ତି । ଉଦାହରଣ ସ୍ୱରୂପ, ଏହିପରି ଉପସ୍ଥାପନା ସେ ଶ୍ଲୋକ ୬.୪୬-୪୭, ୮.୨୨, ୧୧.୫୩-୫୪-୫୫ କରିଛନ୍ତି । ଏଠାରେ ମଧ୍ୟ ଶ୍ରୀକୃଷ୍ଣ, ଭକ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଅଧ୍ୟାୟର ପରିସମାପ୍ତି କରିଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
5. କର୍ମସନ୍ନ୍ୟାସ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency