ସଂନ୍ୟାସସସ୍ତୁ ମହାବାହୋ ଦୁଃଖମାପ୍ତୁମଯୋଗତଃ ।
ଯୋଗଯୁକ୍ତୋ ମୁନିର୍ବ୍ରହ୍ମ ନଚିରେଣାଧିଗଚ୍ଛତି ।।୬।।

ସନ୍ୟାସଃ - ସନ୍ନ୍ୟାସ; ତୁ-କିନ୍ତୁ; ମହାବାହୋ - ହେ ମହାବାହୁ; ଦୁଃଖଂ - ଦୁଃଖ; ଆପ୍ତୁଂ -ଲାଭ କରିବା; ଅଯୋଗତଃ -ଭକ୍ତି ବିନା; ଯୋଗଯୁକ୍ତଃ- ଯେଉଁମାନେ କର୍ମଯୋଗରେ ସିଦ୍ଧ; ମୁନିଃ -ମୁନି; ବ୍ରହ୍ମ - ପରଂବ୍ରହ୍ମ; ନଚିରେଣ- ଅବିଳମ୍ବେ; ଅଧିଗଚ୍ଛତି-ପ୍ରାପ୍ତହୁଏ ।

ଅନୁବାଦ

BG 5.6: ଭକ୍ତିଯୁକ୍ତ କର୍ମ ନ କରି (କର୍ମଯୋଗ), ସମ୍ପୂର୍ଣ୍ଣ ତ୍ୟାଗ (କର୍ମ ସନ୍ୟାସ) ହାସଲ କରିବା କଷ୍ଟକର ଅଟେ; କିନ୍ତୁ ହେ ବୀର ଅର୍ଜୁନ! ଯେଉଁ ସନ୍ଥ କର୍ମଯୋଗରେ ପ୍ରବୀଣ, ସେ ଅତି ଶୀଘ୍ର ପରଂବ୍ରହ୍ମଙ୍କୁ ପ୍ରାପ୍ତ କରିଥାନ୍ତି ।

ଭାଷ୍ୟ

ଜଣେ ଯୋଗୀ ହିମାଳୟର ଗୋଟିଏ ଗୁମ୍ଫାରେ ବାସ କରି ଭାବିପାରନ୍ତି ଯେ ସେ ସଂସାର ତ୍ୟାଗ କରିଛନ୍ତି, କିନ୍ତୁ ତାଙ୍କ ତ୍ୟାଗର ପରୀକ୍ଷା ସେତେବେଳେ ହୋଇଥାଏ ଯେତେବେଳେ ସେ ଏକ ସହରକୁ ଫେରିଆସନ୍ତି । ଉଦାହରଣ ସ୍ୱରୂପ, ଜଣେ ସାଧୁ ବାର ବର୍ଷ ଗରବାଲ୍‌ର ଏକ ଗୁମ୍ଫାରେ ତପସ୍ୟା କରିବା ପରେ କୁମ୍ଭ ମେଳାରେ ଯୋଗଦେବା ପାଇଁ ହରିଦ୍ୱାରକୁ ଆସିଲେ । ମେଳାର ଜନଗହଳିରେ ଆକସ୍ମିକ ଭାବରେ ଜଣଙ୍କର ଜୋତା ସାଧୁଙ୍କର ପାଦ ଉପରେ ପଡ଼ିଗଲା । ସାଧୁ କ୍ରୋଧାନ୍ୱିତ ହୋଇ ଚିତ୍କାର କରି ଉଠିଲେ, “ତୁମେ କ’ଣ ଅନ୍ଧ? ତୁମେ କେଉଁଆଡ଼େ ଯାଉଛ, ତାହା ଦେଖିପାରୁ ନାହଁ?”କ୍ରୋଧ ତାଙ୍କ ବୁଦ୍ଧିକୁ ଗ୍ରାସ କରିଗଲା, ସେଥିପାଇଁ ସେ ପରେ ଅନୁତାପ କଲେ, “ପର୍ବତ ଗୁହାରେ ତାଙ୍କର ବାର ବର୍ଷର ତପସ୍ୟା, ଗୋଟିଏ ଦିନ ସହରରେ ରହି ନଷ୍ଟ ହୋଇଗଲା!” ସଂସାର ହେଉଛି ସେହି ରଣଭୂମି, ଯେଉଁଠାରେ ଆମ ତ୍ୟାଗର ପରୀକ୍ଷା କରାଯାଇ ଥାଏ ।

ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ, ସଂସାରରେ ନିଜର କର୍ତ୍ତବ୍ୟ ପାଳନ କରିବା ସମୟରେ, ଜଣେ ବ୍ୟକ୍ତି କାମ, କ୍ରୋଧ, ଲୋଭ ଇତ୍ୟାଦି କବଳରୁ ଧୀରେ ଧୀରେ ଉପରକୁ ଉଠିବାକୁ ଅଭ୍ୟାସ କରିବା ଉଚିତ । ତାହା ନ କରି ଯଦି ଜଣେ ବ୍ୟକ୍ତି ପ୍ରଥମରୁ ହିଁ କର୍ତ୍ତବ୍ୟକୁ ତ୍ୟାଗ କରିଦିଅନ୍ତି, ତେବେ ମନକୁ ଶୁଦ୍ଧ କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ ଏବଂ ଶୁଦ୍ଧ ମନ ବିନା ପ୍ରକୃତ ବୈରାଗ୍ୟ ପ୍ରାପ୍ତ କରିବା ସ୍ୱପ୍ନ ତୁଲ୍ୟ ଅଟେ ।

ସ୍ୱଭାବତଃ ଆମେ ସମସ୍ତେ କର୍ମ କରିବାରେ ପ୍ରବୃତ୍ତ ହୋଇଥାଏ । ଅର୍ଜୁନ ଜଣେ ଯୋଦ୍ଧା ଥିଲେ, ସେ ଯଦି ତାଙ୍କର କର୍ତ୍ତବ୍ୟ ତ୍ୟାଗ କରି  ଜଙ୍ଗଲରେ ବାସ କରିଥାଆନ୍ତେ, ତେବେ ସେଠାରେ ମଧ୍ୟ ସେ ତାଙ୍କର ସ୍ୱଭାବ ଅନୁଯାୟୀ କାର୍ଯ୍ୟ କରନ୍ତେ । ସେ ହୁଏତ କେତେକ ଆଦିବାସୀଙ୍କୁ ଏକତ୍ରିତ କରି ନିଜକୁ ସେମାନଙ୍କର ରାଜା ଘୋଷିତ କରିଥାନ୍ତେ । ତେଣୁ କର୍ମ ତ୍ୟାଗ ନ କରି, ନିଜର ସ୍ୱାଭାବିକ ଗୁଣ ଓ ମେଧାକୁ ଭଗବାନଙ୍କ ସେବାରେ ଲଗାଇବା ଶ୍ରେୟସ୍କର ଅଟେ । ସେଥିପାଇଁ ଭଗବାନ ତାଙ୍କୁ ଉପଦେଶ ଦେଉଛନ୍ତି, “ଯୁଦ୍ଧ କର, କିନ୍ତୁ ସେଥିରେ ଗୋଟିଏ ପରିବର୍ତ୍ତନ କର । ପ୍ରଥମେ ତୁମେ ଗୋଟିଏ ରାଜ୍ୟକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଯୁଦ୍ଧ କ୍ଷେତ୍ରକୁ ଆସୁଥିଲ । ବର୍ତ୍ତମାନ ତୁମର ସେବା ନିଃସ୍ୱାର୍ଥପର ଭାବେ ଭଗବାନଙ୍କୁ ଅର୍ପଣ କର । ଏହି ଉପାୟରେ ସ୍ୱାଭାବିକ ଭାବରେ ତୁମେ ନିଜ ମନକୁ ଶୁଦ୍ଧ କରିପାରିବ ଏବଂ ଭିତର ମନରେ ତ୍ୟାଗୀ ହୋଇପାରିବ ।

ଗଛରେ ଫଳିଥିବା ଗୋଟିଏ କଞ୍ଚାଫଳ ଗଛର ଡାଳକୁ ଶକ୍ତ ଭାବରେ ଜାବୋଡି ଧରିଥାଏ ଏବଂ ଗଛରୁ ସମସ୍ତ ପୋଷଣ ପାଇଥାଏ । କିନ୍ତୁ ସେହି ଫଳଟି ଯେତେବେଳେ ପାଚିଯାଏ, ସେ ତାର ଆଶ୍ରୟଦାତା ଠାରୁ ସମ୍ପର୍କ ଛିନ୍ନ କରିଦିଏ । ସେହିପରି, ଭୌତିକ ଜଗତରୁ କର୍ମଯୋଗୀମାନେ ଯେଉଁ ଅନୁଭୂତି ଲାଭ କରଥାଆନ୍ତି, ତାହା ପ୍ରଜ୍ଞା ଭାବରେ ପରିପକ୍ୱ ହୋଇଥାଏ । ଯେପରି କଠିନ ପରିଶ୍ରମ କରିବା ଦ୍ୱାରା ନିଦ୍ରା ଗଭୀର ହୋଇଥାଏ, ସେହିପରି କର୍ମଯୋଗ ଦ୍ୱାରା ଯେଉଁମାନେ ମନକୁ ଶୁଦ୍ଧ କରିଥାନ୍ତି, ସେମାନଙ୍କର ଧ୍ୟାନ ଗଭୀର ହୋଇଥାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
5. କର୍ମସନ୍ନ୍ୟାସ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency