ନୈବ କିଞ୍ଚିତ୍ କରୋମୀତି ଯୁକ୍ତୋ ମନ୍ୟେତ ତତ୍ତ୍ୱବିତ୍ ।
ପଶ୍ୟଞ୍‌ଶୃଣ୍ୱନ୍‌ସ୍ପୃଶଞ୍ଜିଘ୍ରନ୍ନଶ୍ନନ୍‌ଗଚ୍ଛନ୍‌ସ୍ୱପଞ୍‌ଶ୍ୱସନ୍ ।।୮।।
ପ୍ରଳପନ୍‌ବିସୃଜନ୍‌ଗୃହ୍ଣନ୍ନୁନ୍ମିଷନ୍ନିମିଷନ୍ନପି ।
ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଷୁ ବର୍ତନ୍ତ ଇତି ଧାରୟନ୍ ।।୯।।

ନ-ନୁହେଁ; ଏବ-ନିଶ୍ଚିତଭାବେ; କିଂଚିତ୍ -କିଛି; କରୋମି -ମୁଁ କରେ; ଇତି- ଏହିପରି; ଯୁକ୍ତଃ - କର୍ମଯୋଗରେ ସ୍ଥିତ; ମନ୍ୟେତ-ଭାବେ; ତତ୍ତ୍ୱବିତ୍ - ଯିଏ ତତ୍ତ୍ୱକୁ ଜାଣିଥାଏ; ପଶ୍ୟନ୍ -ଦେଖି; ଶୃଣ୍ୱନ୍ -ଶ୍ରବଣକରି; ସ୍ପୃଶନ୍ -ସ୍ପର୍ଶକରି; ଜିଘ୍ରନ୍ -ଆଘ୍ରାଣକରି; ଅଶ୍ନନ୍ - ଭୋଜନ କରି; ଗଚ୍ଛନ୍ -ଗମନ କରି; ସ୍ୱପନ୍ -ସ୍ୱପ୍ନ ଦେଖି; ଶ୍ୱସନ୍ -ଶ୍ୱାସପ୍ରଶ୍ୱାସରେ; ପ୍ରଳପନ୍ -କଥା କହି; ବିସୃଜନ୍ -ତ୍ୟାଗକରି; ଗୃହ୍ଣନ୍ - ଗ୍ରହଣ କରି; ଉନ୍ମିଷନ୍ - ଖୋଲି; ନିମିଷନ୍ - ବନ୍ଦକରି; ଅପି- ଯଦିଓ; ଇନ୍ଦ୍ରିୟାଣି -ଇନ୍ଦ୍ରିୟମାନେ; ଇନ୍ଦ୍ରିୟ-ଅର୍ଥେଷୁ- ଇନ୍ଦ୍ରିୟ ବିଷୟରେ; ବର୍ତନ୍ତେ - ବିଚରଣ କରନ୍ତି; ଇତି -ଏହିପରି; ଧାରୟନ୍ - ବିଚାର କରି ।

ଅନୁବାଦ

BG 5.8-9: ଯେଉଁମାନେ କର୍ମ ଯୋଗରେ ସ୍ଥିତ ରହିଥାଆନ୍ତି, ସେମାନେ ଦେଖିବା, ଶୁଣିବା, ସ୍ପର୍ଶ କରିବା, ଶୁଙ୍ଘିବା, ଚାଲିବା, ଶୋଇବା, ଶ୍ୱାସପ୍ରଶ୍ୱାସ ନେବା, କଥା କହିବା, ମଳତ୍ୟାଗ କରିବା, ଧରିବା ପ୍ରଭୃତି କାର୍ଯ୍ୟ କରୁଥିଲେ ମଧ୍ୟ ସର୍ବଦା “ମୁଁ କର୍ତ୍ତା ନୁହେଁ” ଏପରି ମନେ କରିଥାନ୍ତି । ଦିବ୍ୟ ଜ୍ଞାନର ଆଲୋକରେ ସେମାନେ ଦେଖିପାରନ୍ତି ଯେ ଏହି ସବୁ କ୍ରିୟା କେବଳ ଭୌତିକ ଇନ୍ଦ୍ରିୟମାନଙ୍କର ଇନ୍ଦ୍ରିୟ ବିଷୟରେ ବିଚରଣ କରିବାର ପରିଣାମ ଅଟେ ।

ଭାଷ୍ୟ

ଯେତେବେଳେ ଆମେ କିଛି ବଡ ଧରଣର ସଫଳତା ହାସଲ କରିଥାଏ, ତାହା ଆମ ନିଜର କରାମତି ଭାବି ଆମେ ଗର୍ବ ଅନୁଭବ କରିଥାଏ । ଏହି କତ୍ତୃତ୍ୱାଭିମାନ ଭୌତିକ ଚେତନାରୁ ଊର୍ଦ୍ଧ୍ୱକୁ ଉଠିବା ପଥରେ ମହାନ୍ ପ୍ରତିବନ୍ଧକ ସିଦ୍ଧ ହୋଇଥାଏ । କିନ୍ତୁ ଭଗବତ୍ ଚେତନା ଯୁକ୍ତ କର୍ମଯୋଗୀମାନେ ଏହି ବାଧାକୁ ସହଜରେ ଅତିକ୍ରମ କରିପାରନ୍ତି । ଶୁଦ୍ଧ ବୁଦ୍ଧି ଦ୍ୱାରା, ସେମାନେ ନିଜକୁ ଶରୀର ଠାରୁ ପୃଥକ ମନେ କରନ୍ତି, ତେଣୁ ଶାରୀରିକ କର୍ମକୁ ସେମାନେ ନିଜର କର୍ମ ମନେ କରନ୍ତି ନାହିଁ । ଶରୀର ଭଗବାନଙ୍କର ମାୟିକ ଶକ୍ତି ଦ୍ୱାରା ଗଠିତ, ସୁତରାଂ ଶାରୀରିକ ସମସ୍ତ କର୍ମର ଶ୍ରେୟ ସେମାନେ ଭଗବାନଙ୍କର ଶକ୍ତିକୁ ଦେଇଥାଆନ୍ତି । ଭିତରୁ ଯେହେତୁ ସେମାନେ ଭଗବାନଙ୍କର ଇଚ୍ଛା ପ୍ରତି ସମର୍ପିତ ଥାଆନ୍ତି, ସେମାନଙ୍କର ମନ-ବୁଦ୍ଧି ମଧ୍ୟ ଭଗବାନଙ୍କର ଦିବ୍ୟ ଇଚ୍ଛାରେ ପ୍ରେରିତ ହୋଇ କାର୍ଯ୍ୟ କରନ୍ତି । ସେଥିପାଇଁ ସେମାନଙ୍କ ବୁଦ୍ଧିରେ ଏହି ଜ୍ଞାନ ସ୍ଥିର ହୋଇ ଯାଇଥାଏ ଯେ ସମସ୍ତ କର୍ମର କର୍ତ୍ତା ଭଗବାନ ଅଟନ୍ତି ।

ମହର୍ଷି ବଶିଷ୍ଠ ପ୍ରଭୁ ରାମଙ୍କୁ ଉପଦେଶ ଦେଇଥିଲେ:

କର୍ତ୍ତା ବହିରକର୍ତ୍ତାନ୍ତର୍ଲୋକେ ବିହର ରାଘବ (ଯୋଗ ବଶିଷ୍ଠ)

“ହେ ରାମ! ବାହ୍ୟ ରୂପରେ ନିଷ୍ଠାର ସହିତ କର୍ମ କର, କିନ୍ତୁ ଅଭ୍ୟନ୍ତରରେ ନିଜକୁ ଅକର୍ତ୍ତା ଏବଂ ଭଗବାନଙ୍କୁ ସମସ୍ତ କର୍ମର ମୁଖ୍ୟକର୍ତ୍ତା ରୂପେ ଦେଖିବାର ଅଭ୍ୟାସ କର । ଏପରି ଦିବ୍ୟ ଚେତନା ଯୁକ୍ତ ହୋଇ କର୍ମଯୋଗୀମାନେ ନିଜକୁ ଭଗବାନଙ୍କ ହାତର ଏକ ଯନ୍ତ୍ର ମନେ କରିଥାନ୍ତି । ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ଏପରି ଚେତନାରେ କର୍ମ କରିବାର ଫଳ ବିଷୟରେ ବର୍ଣ୍ଣନା କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
5. କର୍ମସନ୍ନ୍ୟାସ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency