ଶୁଚୌ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନମାତ୍ମନଃ ।
ନାତ୍ୟୁଚ୍ଛ୍ରିତଂ ନାତିନୀଚଂ ଚୈଲାଜିନକୁଶୋତ୍ତରମ୍ ।।୧୧।।
ଶୁଚୌ-ପବିତ୍ର ସ୍ଥାନରେ; ଦେଶେ - ଦେଶରେ; ପ୍ରତିଷ୍ଠାପ୍ୟ - ସ୍ଥାପନକରି; ସ୍ଥିରଂ - ସ୍ଥିର; ଆସନଂ - ଆସନ; ଆତ୍ମନଃ - ନିଜର; ନ -ନୁହେଁ; ଅତି - ଅତି; ଉଚ୍ଛ୍ରିତଂ - ଉଚ୍ଚ; ନ - ନୁହେଁ; ଅତି -ଅତି; ନୀଚଂ -ନୀଚ; ଚୈଲ-ଅଜିନ- କୋମଳ ବସ୍ତ୍ର ଏବଂ ମୃଗ ଚର୍ମ; କୁଶୋତ୍ତରମ୍ - କୁଶ ଘାସ ।
BG 6.11: ଯୋଗାଭ୍ୟାସ ପାଇଁ ଏକ ପରିଷ୍କୃତ ସ୍ଥାନରେ, କୁଶ, ତୃଣ, ମୃଗ ଚର୍ମ ଓ ବସ୍ତ୍ର ଗୋଟିକ ଉପରେ ଗୋଟିଏ ରଖି ଏକ ଆସନ ପ୍ରସ୍ତୁତ କରିବା ଉଚିତ । ଆସନଟି ଅତି ଉଚ୍ଚ ବା ଅତି ନୀଚ ହେବା ଉଚିତ ନୁହେଁ ।
ଶ୍ରୀକୃଷ୍ଣ ଏଠାରେ ସାଧନା ପାଇଁ ବହିରଙ୍ଗ ନିୟମର ବର୍ଣ୍ଣନା କରିଛନ୍ତି । ଶୁଚୌ ଦେଶେ ଅର୍ଥ ଶୁଦ୍ଧ ବା ପରିଷ୍କୃତ ସ୍ଥାନରେ । ସାଧନାର ପ୍ରାଥମିକ ସ୍ତରରେ ବାହ୍ୟ ପରିବେଶ ମନ ଉପରେ ପ୍ରଭାବ ପକାଇଥାଏ । ପରବର୍ତ୍ତୀ ସୋପାନରେ ଜଣେ ଅପରିଷ୍କାର ଓ ଅସ୍ୱଚ୍ଛ ସ୍ଥାନରେ ମଧ୍ୟ ସାଧନା କରି ଆନ୍ତରିକ ଶୁଦ୍ଧି ହାସଲ କରିପାରେ । କିନ୍ତୁ ନବାଗତମାନଙ୍କ ପାଇଁ ପରିଷ୍କାର ସ୍ଥାନ ମନକୁ ମଧ୍ୟ ପରିଷ୍କାର ରଖିଥାଏ । କୁଶ ତୃଣର ଆସନ, ଭୂମିର ତାପ ନିରୋଧ କରିଥାଏ । ଏହା ଆଜିକାଲି ବ୍ୟବହାର କରାଯାଉ ଥିବା ଯୋଗ ଆସନ ସଦୃଶ ଅଟେ । ଏହାର ଉପରେ ଥିବା ମୃଗ ଚର୍ମ, ଜଣେ ଧ୍ୟାନସ୍ଥ ଥିବା ଅବସ୍ଥାରେ, ସର୍ପ ଓ ବିଛା ଆଦି ବିଷାକ୍ତ ସରୀସୃପମାନଙ୍କୁ ଦୂରରେ ରଖିଥାଏ । ଆସନ ଯଦି ଅତି ଉଚ୍ଚ ହୁଏ ତେବେ ପଡ଼ିଯିବାର ବିପଦ ଥାଏ । ଯଦି ଅତି ନିଚ୍ଚ ହୁଏ ତେବେ ସ୍ଥଳ ଭାଗର କୀଟ ଇତ୍ୟାଦି ବ୍ୟାଘାତ ପହଞ୍ଚାଇବାର ବିପଦ ରହିଥାଏ । ଏହି ଶ୍ଲୋକରେ ବସିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ସବୁ ଆଧୁନିକ ସମୟରେ ଅସଙ୍ଗତ ବୋଧ ହୋଇପାରେ, ଯାହା ଅନୁଯାୟୀ ସବୁ ନିର୍ଦ୍ଦେଶର ସାର ଭଗବତ୍ ଚିନ୍ତନରେ ନିମଗ୍ନ ହେବା ଅଟେ । କିନ୍ତୁ ସାଧନାର ଅନ୍ତରଙ୍ଗ ନିର୍ଦ୍ଦେଶ ସର୍ବଦା ସମାନ ଅଟେ ।
ଶୁଚୌ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନମାତ୍ମନଃ ।
ନାତ୍ୟୁଚ୍ଛ୍ରିତଂ ନାତିନୀଚଂ ଚୈଲାଜିନକୁଶୋତ୍ତରମ୍ ।।୧୧।।
ଯୋଗାଭ୍ୟାସ ପାଇଁ ଏକ ପରିଷ୍କୃତ ସ୍ଥାନରେ, କୁଶ, ତୃଣ, ମୃଗ ଚର୍ମ ଓ ବସ୍ତ୍ର ଗୋଟିକ ଉପରେ ଗୋଟିଏ ରଖି ଏକ ଆସନ ପ୍ରସ୍ତୁତ କରିବା ଉଚିତ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ