ତଂ ବିଦ୍ୟାଦ୍ ଦୁଃଖସଂଯୋଗବିୟୋଗଂ ଯୋଗସଂଜ୍ଞିତମ୍ ।
ସ ନିଶ୍ଚୟେନ ଯୋକ୍ତବ୍ୟୋ ଯୋଗୋଽନିର୍ବିଣ୍ଣଚେତସା ।।୨୩।।
taṁ vidyād duḥkha-sanyoga-viyogaṁ yogasaṅjñitam
sa niśhchayena yoktavyo yogo ’nirviṇṇa-chetasā
ତଂ-ତାହାକୁ; ବିଦ୍ୟାତ୍-ତୁମେ ଜାଣିବା ଉଚିତ; ଦୁଃଖ ସଂଯୋଗ- ଦୁଃଖର ସଂଯୋଗରୁ ଜାତ; ବିଯୋଗଂ-ବିୟୋଗ; ଯୋଗସଂଜ୍ଞିତମ୍- ଯୋଗ କୁହାଯାଏ; ସ -ତାହା; ନିଶ୍ଚୟେନ -ଦୃଢ ଭାବରେ; ଯୋକ୍ତବ୍ୟୋ -ଅଭ୍ୟାସ କରାଯିବା ଉଚିତ୍; ଯୋଗଃ -ଯୋଗ; ଅନିର୍ବିଣ୍ଣଚେତସା - ଅବିଚଳିତ ମନରେ ।
BG 6.23: ଦୁଃଖର ସଂଯୋଗରେ ପ୍ରାପ୍ତ ବିୟୋଗର ସ୍ଥିତିକୁ ଯୋଗ କୁହାଯାଏ । ଏହି ଯୋଗକୁ ଦୃଢ଼ନିଶ୍ଚୟ ପୂର୍ବକ, ନୈରାଶ୍ୟଭାବ ପୋଷଣ ନ କରି ଅଭ୍ୟାସ କରିବା ଉଚିତ ।
ଏହି ଭୌତିକ ସଂସାର ମାୟାର ଜଗତ ଅଟେ । ଏହାକୁ ଶ୍ରୀକୃଷ୍ଣ ଶ୍ଲୋକ ୮/୧୫ରେ ଦୁଃଖାଳୟମ୍ ଆଶାଶ୍ୱତମ୍ ବା ଅସ୍ଥାୟୀ ଓ ଦୁଃଖପୂର୍ଣ୍ଣ ଆଖ୍ୟା ଦେଇଛନ୍ତି । ସେଥିପାଇଁ ମାୟା ଶକ୍ତିକୁ ଅନ୍ଧକାର ସହିତ ତୁଳନା କରାଯାଇ ଥାଏ । ଏହା ଆମକୁ ଅଜ୍ଞାନ ଅନ୍ଧକାରରେ ବୁଡ଼ାଇ ରଖି ସଂସାରରେ ଦୁଃଖ ଭୋଗ କରାଇଥାଏ । ତଥାପି, ଯେତେବେଳେ ଆମେ ଭଗବାନଙ୍କ ଆଲୋକରେ ହୃଦୟକୁ ଆଲୋକିତ କରେ, ମାୟାର ଏହି ଅନ୍ଧକାର ଆପଣା ଛାଏଁ ଅପସାରିତ ହୋଇଯାଏ । ଏହାକୁ ଚୈତନ୍ୟ ମହାପ୍ରଭୁ ଅତି ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି:
କୃଷ୍ଣ ସୂର୍ଯ୍ୟ-ସମ, ମାୟା ହୟ ଅନ୍ଧକାର ।
ଯାହାଁ କୃଷ୍ଣ ତାହାଁ ନାହିଁ ମାୟାର ଅଧିକାର । । (ଚୈତନ୍ୟ ଚରିତାମୃତ, ମଧ୍ୟ ଲୀଳା ୨୨.୩୧)
“ଭଗବାନ ଆଲୋକ ସଦୃଶ ଏବଂ ମାୟା ଅନ୍ଧକାର ସଦୃଶ ଅଟନ୍ତି । ଆଲୋକକୁ ଗ୍ରାସ କରିବାର ଶକ୍ତି ଯେପରି ଅନ୍ଧାରର ନ ଥାଏ, ସେହିପରି ମାୟା କେବେବି ଭଗବାନଙ୍କୁ ଅଧିକାର କରିପାରିବ ନାହିଁ ।” ସୁତରାଂ, ଭଗବାନଙ୍କର ଦିବ୍ୟ ଆନନ୍ଦ ପ୍ରାପ୍ତ କରି ବ୍ୟକ୍ତି କେବେ ବି ମାୟାର ଯନ୍ତ୍ରଣାରେ ଉତ୍ପୀଡ଼ିତ ହୁଏ ନାହିଁ ।
ଅତଏବ, ଯୋଗର ତାତ୍ପର୍ଯ୍ୟ ଉଭୟ ୧. ଆନନ୍ଦ ପ୍ରାପ୍ତି ଏବଂ ୨. ଦୁଃଖ ନିବୃତ୍ତି ଅଟେ । ଶ୍ରୀକୃଷ୍ଣ କ୍ରମାନ୍ୱୟରେ ଉଭୟ ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପଣ କରିଛନ୍ତି । ପୂର୍ବ ଶ୍ଲୋକରେ ଯୋଗ ଦ୍ୱାରା ପ୍ରାପ୍ତ ଆନନ୍ଦ ପ୍ରମୁଖ ବିଷୟବସ୍ତୁ ଥିଲା: ଏହି ଶ୍ଲୋକରେ ଦୁଃଖ ନିବୃତ୍ତି ଉପରେ ଗୁରୁତ୍ୱାରୋପଣ କରାଯାଇଛି ।
ଶ୍ଲୋକର ଦ୍ୱିତୀୟ ପଂକ୍ତିରେ, ଶ୍ରୀକୃଷ୍ଣ କହୁଛନ୍ତି ଯେ ଦୃଢ଼ ନିଶ୍ଚୟୀ ଅଭ୍ୟାସ ଦ୍ୱାରା ପରିପୂର୍ଣ୍ଣତା ପ୍ରାପ୍ତ କରାଯାଇ ପାରିବ । ଆମେ କିପରି ଯୋଗ ସାଧନା କରିବା ଉଚିତ୍, ବର୍ତ୍ତମାନ ସେ ତାହାର ବର୍ଣ୍ଣନା କରୁଛନ୍ତି ।
ତଂ ବିଦ୍ୟାଦ୍ ଦୁଃଖସଂଯୋଗବିୟୋଗଂ ଯୋଗସଂଜ୍ଞିତମ୍ ।
ସ ନିଶ୍ଚୟେନ ଯୋକ୍ତବ୍ୟୋ ଯୋଗୋଽନିର୍ବିଣ୍ଣଚେତସା ।।୨୩।।
ଦୁଃଖର ସଂଯୋଗରେ ପ୍ରାପ୍ତ ବିୟୋଗର ସ୍ଥିତିକୁ ଯୋଗ କୁହାଯାଏ । ଏହି ଯୋଗକୁ ଦୃଢ଼ନିଶ୍ଚୟ ପୂର୍ବକ, ନୈରାଶ୍ୟଭାବ ପୋଷଣ ନ କରି ଅଭ୍ୟାସ କରିବା ଉଚିତ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ