ଯୁଞ୍ଜନ୍ନେବଂ ସଦାତ୍ମାନଂ ଯୋଗୀ ବିଗତକଳ୍ମଷଃ ।
ସୁଖେନ ବ୍ରହ୍ମସଂସ୍ପର୍ଶମତ୍ୟନ୍ତଂ ସୁଖମଶ୍ନୁତେ ।।୨୮।।
ଯୁଞ୍ଜନ୍ - ଆତ୍ମା ପରମାତ୍ମାଙ୍କ ସହ ସଂଯୁକ୍ତ ହୋଇ; ଏବଂ - ଏହିପରି; ସଦା-ସର୍ବଦା; ଆତ୍ମାନଂ - ଆତ୍ମା; ଯୋଗୀ -ଯୋଗୀ; ବିଗତ -ମୁକ୍ତ; କଳ୍ମଷଃ -ପାପ; ସୁଖେନ -ସହଜରେ; ବ୍ରହ୍ମ-ସଂସ୍ପର୍ଶମ୍ - ଭଗବାନଙ୍କ ସହ ସଂଯୁକ୍ତ ହୋଇ; ଅତ୍ୟନ୍ତମ୍ - ସର୍ବୋଚ୍ଚ; ସୁଖମ୍ -ସୁଖ; ଅଶ୍ନୁତେ - ପ୍ରାପ୍ତ କରେ ।
BG 6.28: ଆତ୍ମ-ସଂଯତ ଯୋଗୀ, ଈଶ୍ୱରଙ୍କ ସହିତ ନିଜକୁ ସଂଯୁକ୍ତ କରି, ଭୌତିକ ଦୋଷରୁ ମୁକ୍ତ ହୁଏ ଏବଂ ପରମାତ୍ମାଙ୍କ ସାନ୍ନିଧ୍ୟରେ ସର୍ବଦା ରହି ସର୍ବୋଚ୍ଚ କକ୍ଷର ଦିବ୍ୟ ଆନନ୍ଦ ପ୍ରାପ୍ତ କରେ ।
ଆନନ୍ଦକୁ ଚାରି ଭାଗରେ ବିଭକ୍ତ କରାଯାଇପାରେ:
ସାତ୍ତ୍ୱିକଂ ସୁଖମାତ୍ମୋତ୍ଥଂ ବିଷୟୋତ୍ଥଂ ତୁ ରାଜସମ୍ ।
ତାମସଂ ମୋହ ଦୈନ୍ୟୋତ୍ଥଂ ନିର୍ଗୁଣଂ ମଦପାଶ୍ରୟାମ୍ । । (ଭାଗବତମ୍ ୧୧:୨୫.୨୯)
୧. ତାମସିକ ସୁଖ - ମାଦକ ଦ୍ରବ୍ୟ, ମଦ୍ୟ, ସିଗାରେଟ୍, ମାଂସ ଜାତୀୟ ଖାଦ୍ୟ, ହିଂସା, ନିଦ୍ରା ଇତ୍ୟାଦିରୁ ମିଳୁଥିବା ସୁଖ ।
୨. ରାଜସିକ ସୁଖ - ପଞ୍ଚେନ୍ଦ୍ରିୟ ଏବଂ ମନର ତୃପ୍ତିରୁ ଉତ୍ପନ୍ନ ହେଉଥିବା ସୁଖ ।
୩. ସାତ୍ତ୍ୱିକ ସୁଖ - ସତ୍କର୍ମ, ଯେପରିକି ଦୟା, ପରୋପକାର, ଜ୍ଞାନ ଅଧ୍ୟୟନ, ମନକୁ ଶାନ୍ତ ରଖିବା, ଇତ୍ୟାଦି ଦ୍ୱାରା ଅନୁଭୂତ ହୋଇଥାଏ । ଜ୍ଞାନୀମାନେ, ଆତ୍ମାର ଉପାଧିରେ ମନକୁ ସ୍ଥିର ରଖି ଆତ୍ମଜ୍ଞାନର ଯେଉଁ ସୁଖାନୁଭୂତି ପ୍ରାପ୍ତ କରିଥାଆନ୍ତି, ତାହା ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଟେ ।
୪. ନିର୍ଗୁଣ ସୁଖ । ଏହା ଭଗବାନଙ୍କ ଦିବ୍ୟ ଆନନ୍ଦ, ଯାହା ଅନନ୍ତ ମାତ୍ରାର ଅଟେ । ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ, ଯେଉଁ ଯୋଗୀ ମାୟିକ ଦୋଷମୁକ୍ତ ହୋଇ ଭଗବାନଙ୍କ ସହିତ ସଂଲଗ୍ନ ରହନ୍ତି, ସେ ଏହି ଶ୍ରେଷ୍ଠତମ ବାସ୍ତବିକ ସୁଖ ଲାଭ କରନ୍ତି । ଏହାକୁ ସେ ଶ୍ଲୋକ ୫.୨୧ରେ ଅସୀମ ଆନନ୍ଦ ଏବଂ ଶ୍ଲୋକ ୬.୨୧ରେ ପରମ ଆନନ୍ଦ କହିଛନ୍ତି ।
ଯୁଞ୍ଜନ୍ନେବଂ ସଦାତ୍ମାନଂ ଯୋଗୀ ବିଗତକଳ୍ମଷଃ ।
ସୁଖେନ ବ୍ରହ୍ମସଂସ୍ପର୍ଶମତ୍ୟନ୍ତଂ ସୁଖମଶ୍ନୁତେ ।।୨୮।।
ଆତ୍ମ-ସଂଯତ ଯୋଗୀ, ଈଶ୍ୱରଙ୍କ ସହିତ ନିଜକୁ ସଂଯୁକ୍ତ କରି, ଭୌତିକ ଦୋଷରୁ ମୁକ୍ତ ହୁଏ ଏବଂ ପରମାତ୍ମାଙ୍କ ସାନ୍ନିଧ୍ୟରେ ସର୍ବଦା ରହି ସର୍ବୋଚ୍ଚ କକ୍ଷର ଦିବ୍ୟ ଆନନ୍ଦ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ