ସର୍ବଭୂତସ୍ଥମାତ୍ମାନଂ ସର୍ବଭୂତାନି ଚାତ୍ମନି ।
ଈକ୍ଷତେ ଯୋଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ ।।୨୯।।
ସର୍ବଭୂତସ୍ଥଂ -ସମସ୍ତ ଜୀବଙ୍କ ମଧ୍ୟରେ ଅବସ୍ଥିତ; ଆତ୍ମାନଂ -ପରମାତ୍ମା; ସର୍ବ-ସମସ୍ତ; ଭୂତାନି -ଜୀବ; ଚ -ଏବଂ; ଆତ୍ମନି -ଭଗବାନଙ୍କ ଠାରେ; ଈକ୍ଷତେ -ଦେଖେ; ଯୋଗଯୁକ୍ତାତ୍ମା -ଯାହାର ଚେତନା ଭଗବାନଙ୍କ ସହ ସଂଲଗ୍ନ; ସର୍ବତ୍ର -ସବୁଠାରେ; ସମଦର୍ଶନଃ - ସମାନଭାବରେ ଦେଖେ ।
BG 6.29: ବାସ୍ତବିକ ଯୋଗୀ, ନିଜ ଆତ୍ମାକୁ ପରମାତ୍ମାଙ୍କ ସହିତ ସଂଲଗ୍ନ କରି, ସମଦୃଷ୍ଟି ସମ୍ପନ୍ନ ହୋଇ, ସମସ୍ତ ପ୍ରାଣୀଙ୍କୁ ଭଗବାନଙ୍କଠାରେ ଏବଂ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଭଗବାନଙ୍କୁ ଦେଖିଥାଆନ୍ତି ।
ଭାରତରେ ଦୀପାବଳି ପର୍ବରେ, ଦୋକାନମାନଙ୍କରେ ବିଭିନ୍ନ ଆକାରର ଯଥା, କାର୍, ଉଡ଼ାଜାହାଜ, ପୁରୁଷ, ସ୍ତ୍ରୀ, ପ୍ରାଣୀ, ବଲ, ଟୋପି ଇତ୍ୟାଦି ଚିନିରେ ତିଆରି ମିଠାଇ ବିକ୍ରି କରାଯାଇ ଥାଏ । ଛୋଟ ପିଲାମାନେ ତାଙ୍କ ପିତାମାତାଙ୍କ ପାଖରେ କାର୍, ଉଡ଼ାଜାହାଜ ଅବା ଅନ୍ୟ କିଛି କିଣିବା ପାଇଁ ଅଳି କରିଥାନ୍ତି । ସେମାନଙ୍କର ସରଳତା ଦେଖି ପିତାମାତା ହସିଥାନ୍ତି ଯେ ଆକାର ଭିନ୍ନ ଭିନ୍ନ ହୋଇଥିଲେ ବି ସବୁ ମିଠାଇ ଚିନିରେ ତିଆରି ହୋଇଥିବାରୁ ସମାନ ଭାବରେ ମିଠା ଅଟନ୍ତି ।
ସେହିପରି, ସଂସାରର ସମସ୍ତ ବସ୍ତୁର ଉପାଦାନ ସ୍ୱୟଂ ଭଗବାନ ଅଟନ୍ତି । ସେ ତାଙ୍କର ବିଭିନ୍ନ ଶକ୍ତିରେ ସର୍ବତ୍ର ବିଦ୍ୟମାନ ।
ଏକ ଦେଶସ୍ଥିତସ୍ୟାଗ୍ନିର୍ଜ୍ୟୋତ୍ସ୍ନା ବିସ୍ତାରିଣୀ ଯଥା
ପରସ୍ୟ ବ୍ରହ୍ମଣଃ ଶକ୍ତିସ୍ତଥେଦମଖିଳଂ ଜଗତ୍ (ନାରଦ ପାଞ୍ଚରାତ୍ର)
“ସୂର୍ଯ୍ୟ ଯେପରି, ଗୋଟିଏ ସ୍ଥାନରେ ରହି, ଚତୁର୍ଦ୍ଦିଗରେ ଆଲୋକ ବିସ୍ତାର କରିଥାନ୍ତି, ସେହିପରି ପରମ ପୁରୁଷ ଭଗବାନ, ତାଙ୍କର ବିଭିନ୍ନ ଶକ୍ତି ଦ୍ୱାରା ସର୍ବତ୍ର ବ୍ୟାପ୍ତ ଅଟନ୍ତି ତଥା ସବୁକିଛିକୁ ଧାରଣ କରିଥାଆନ୍ତି ।” ଜଣେ ସିଦ୍ଧ ଯୋଗୀ, ତାଙ୍କର ଅନୁଭବାତ୍ମକ ଜ୍ଞାନର ଆଲୋକରେ, ସମସ୍ତ ବସ୍ତୁକୁ ଭଗବଦୀୟ ଦୃଷ୍ଟିକୋଣରୁ ଦେଖିଥାଆନ୍ତି ।
ସର୍ବଭୂତସ୍ଥମାତ୍ମାନଂ ସର୍ବଭୂତାନି ଚାତ୍ମନି ।
ଈକ୍ଷତେ ଯୋଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ ।।୨୯।।
ବାସ୍ତବିକ ଯୋଗୀ, ନିଜ ଆତ୍ମାକୁ ପରମାତ୍ମାଙ୍କ ସହିତ ସଂଲଗ୍ନ କରି, ସମଦୃଷ୍ଟି ସମ୍ପନ୍ନ ହୋଇ, ସମସ୍ତ ପ୍ରାଣୀଙ୍କୁ ଭଗବାନଙ୍କଠାରେ ଏବଂ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଭଗବାନଙ୍କୁ ଦେଖିଥାଆନ୍ତି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ