ସର୍ବଭୂତସ୍ଥିତଂ ଯୋ ମାଂ ଭଜତ୍ୟେକତ୍ୱମାସ୍ଥିତଃ ।
ସର୍ବଥା ବର୍ତମାନୋଽପି ସ ଯୋଗୀ ମୟି ବର୍ତତେ ।।୩୧।।

ସର୍ବଭୂତସ୍ଥିତଂ - ସମସ୍ତଙ୍କ ହୃଦୟରେ ଅବସ୍ଥିତ; ଯଃ - ଯିଏ; ମାଂ-ମୋତେ; ଭଜତି- ସେବାକରେ ବା ଭଜନ କରେ; ଏକତ୍ୱମ୍ - ଏକତ୍ୱରେ; ଅବସ୍ଥିତଃ -ସ୍ଥିତ; ସର୍ବଥା - ସବୁପ୍ରକାରେ; ବର୍ତ୍ତମାନଃ - ବିଦ୍ୟମାନ ରହି; ଅପି -ମଧ୍ୟ; ସଃ-ସେ; ଯୋଗୀ-ଯୋଗୀ; ମୟି - ମୋ’ଠାରେ; ବର୍ତତେ - ନିବାସ କରେ ।

ଅନୁବାଦ

BG 6.31: ଯେଉଁ ଯୋଗୀ ମୋ ସହିତ ଯୁକ୍ତ ରହିଥାଆନ୍ତି ଏବଂ ସମସ୍ତଙ୍କ ହୃଦୟରେ ସ୍ଥିତ ପରମାତ୍ମା ରୂପରେ ମୋର ଉପାସନା କରନ୍ତି, ସେ ସମସ୍ତ ପ୍ରକାର କର୍ମରେ ଲିପ୍ତ ରହି ମଧ୍ୟ ମୋ ଠାରେ ନିବାସ କରିଥାଆନ୍ତି ।

ଭାଷ୍ୟ

ଭଗବାନ ସଂସାରରେ ସର୍ବତ୍ର ବିଦ୍ୟମାନ । ସେ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରନ୍ତି । ଶ୍ଲୋକ ୧୮.୬୧ରେ ଶ୍ରୀକୃଷ୍ଣ କହିଛନ୍ତି “ମୁଁ ସମସ୍ତ ପ୍ରାଣୀଙ୍କ ହୃଦୟରେ ରହେ ।” ଅତଏବ ପ୍ରତ୍ୟେକ ପ୍ରାଣୀଙ୍କ ହୃଦୟରେ ଦୁଇଜଣ ବାସ କରନ୍ତି - ଆତ୍ମା ଓ ପରମାତ୍ମା ।

୧. ଭୌତିକ ଚେତନା ଯୁକ୍ତ ବ୍ୟକ୍ତି, ସମସ୍ତଙ୍କୁ ଶରୀର ମନେ କରନ୍ତି ଏବଂ ଜାତି, ଧର୍ମ, ଲିଙ୍ଗ, ବୟସ, ସାମାଜିକ ପ୍ରତିଷ୍ଠା ଇତ୍ୟାଦି ଅନୁସାରେ ସେମାନଙ୍କ ମଧ୍ୟରେ ଭେଦ ଦର୍ଶନ କରିଥାଆନ୍ତି ।

୨. ଉଚ୍ଚତର ଚେତନା ଯୁକ୍ତ ବ୍ୟକ୍ତି ସମସ୍ତଙ୍କୁ ଆତ୍ମା ରୂପରେ ଦେଖନ୍ତି । ସେଥିପାଇଁ ଶ୍ଲୋକ ୫.୧୮ରେ ଶ୍ରୀକୃଷ୍ଣ କହିଥିଲେ, “ଜ୍ଞାନୀମାନେ ସେମାନଙ୍କର ଦିବ୍ୟଜ୍ଞାନ ଚକ୍ଷୁରେ ବ୍ରାହ୍ମଣ, ଗାଭୀ, ହସ୍ତୀ, ଶ୍ୱାନ ଏବଂ ଶ୍ୱାନଭକ୍ଷୀ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିଥାଆନ୍ତି ।

୩. ଉଚ୍ଚ କକ୍ଷର ଯୋଗୀ, ଆହୁରି ଉଚ୍ଚତର ଚେତନାରେ ଭଗବାନଙ୍କୁ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରୁଥିବାର ଦେଖିଥାଆନ୍ତି । ସେମାନେ ସଂସାରକୁ ଅନୁଭବ କରନ୍ତି, କିନ୍ତୁ ସେଥିପ୍ରତି ଉଦାସୀନ ରହନ୍ତି । ସେମାନେ ହଂସ ସଦୃଶ, ଦୁଗ୍ଧ ଓ ଜଳମିଶ୍ରିତ ପାନୀୟରୁ ଦୁଗ୍‌ଧକୁ ଜଳରୁ ପୃଥକ୍ କରି ପାନ କରିପାରନ୍ତି ।

୪. ସର୍ବୋଚ୍ଚ କୋଟୀର ଯୋଗୀମାନଙ୍କୁ ପରମହଂସ କୁହାଯାଏ । ସେମାନେ କେବଳ ଭଗବାନଙ୍କୁ ଦେଖନ୍ତି ଏବଂ ସଂସାରକୁ ଅନୁଭବ କରନ୍ତି ନାହିଁ । ଏହା ବ୍ୟାସଦେବଙ୍କ ପୁତ୍ର ଶୁକଦେବଙ୍କ ଚେତନାର ସ୍ଥିତି ଥିଲା, ଯାହାର ବର୍ଣ୍ଣନା ଶ୍ରୀମଦ୍ ଭଗବତମ୍‌ରେ କରାଯାଇଛି:

ଯଂ ପ୍ରବ୍ରଜନ୍ତଂ ଅନୁପେତଂ ଅପେତ କୃତ୍ୟମ୍‌
ଦ୍ୱୈପାୟନୋ ବିରହ-କାତର ଆଜୁହାବ,
ପୁତ୍ରେତି ତନ୍ମୟତୟା ତରବୋଽଭିନେଦୁଷ୍ଟଂ
ସର୍ବ-ଭୂତା-ହୃଦୟଂ ମୁନିମାନୋତୋଽସ୍ମି । (୧.୨.୨)

ଶୈଶବାବସ୍ଥାରୁ ହିଁ ସନ୍ୟାସ ଜୀବନରେ ପ୍ରବେଶ କରିବା ପାଇଁ ଶୁକଦେବ ଯେତେବେଳେ ଗୃହତ୍ୟାଗ କଲେ, ତାଙ୍କର ଅବସ୍ଥା ଏତେ ଉଚ୍ଚ କୋଟୀର ଥିଲା ଯେ ତାଙ୍କର ସଂସାରର ଅନୁଭବ ହିଁ ନ ଥିଲା । ଏପରିକି, ଗୋଟିଏ ହ୍ରଦ ପାଶ୍ୱର୍ରେ ଯାଉଥିବା ସମୟରେ ସେଠାରେ ନଗ୍ନ ସ୍ନାନ କରୁଥିବା ସୁନ୍ଦରୀ ମହିଳା ମାନଙ୍କୁ ସେ ଦେଖି ମଧ୍ୟ ପାରି ନ ଥିଲେ । ସେ କେବଳ ଭଗବାନଙ୍କୁ ଅନୁଭବ କରୁଥିଲେ, ଭଗବାନଙ୍କୁ ଶୁଣୁଥିଲେ ଏବଂ ଭଗବାନଙ୍କର ହିଁ ଧ୍ୟାନ କରୁଥିଲେ ।

ଏହି ଶ୍ଲୋକରେ, ଶ୍ରୀକୃଷ୍ଣ ଚେତନାର ତୃତୀୟ ବା ଚତୁର୍ଥ ସୋପାନରେ ସ୍ଥିତ ସିଦ୍ଧ ଯୋଗୀମାନଙ୍କ ବିଷୟରେ କହୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
6. ଧ୍ୟାନ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency