ଅର୍ଜୁନ ଉବାଚ
ଯୋଽୟଂ ଯୋଗସ୍ତ୍ୱୟା ପ୍ରୋକ୍ତଃ ସାମ୍ୟେନ ମଧୁସୂଦନ ।
ଏତସ୍ୟାହଂ ନ ପଶ୍ୟାମି ଚଞ୍ଚଳତ୍ୱାତ୍ସ୍ଥିତିଂ ସ୍ଥିରାମ୍ ।।୩୩।।
ଅର୍ଜୁନଃ ଉବାଚ - ଅର୍ଜୁନ କହିଲେ; ଯଃ - ଯେଉଁ; ଅୟଂ - ଏହି; ଯୋଗଃ - ଯୋଗ; ତ୍ୱୟା - ଆପଣଙ୍କ ଦ୍ୱାରା; ପ୍ରୋକ୍ତଃ - କୁହାଗଲା; ସାମ୍ୟେନ -ସମତା ଦୃଷ୍ଟିରୁ; ମଧୁସୂଦନ - ହେ ମଧୁସୂଦନ!; ଏତସ୍ୟ - ଏହାର; ଅହଂ -ମୁଁ; ନ-ନାହିଁ; ପଶ୍ୟାମି- ଦେଖେ; ଚଞ୍ଚଳତ୍ୱାତ୍ - ଅସ୍ଥିରତା ଯୋଗୁଁ; ସ୍ଥିତିଂ - ସ୍ଥିତି; ସ୍ଥିରାମ୍ - ସ୍ଥିର ।
BG 6.33: ଅର୍ଜୁନ କହିଲେ: ହେ ମଧୁସୂଦନ! ଆପଣ ଯୋଗ ପ୍ରଣାଳୀ ବିଷୟରେ ଯାହା ବର୍ଣ୍ଣନା କଲେ, ମୋର ମନ ଅସ୍ଥିର ହୋଇଥିବା କାରଣରୁ, ତାହା ମୋତେ ଅସାଧ୍ୟ ଏବଂ ଅଲଭ୍ୟ ବୋଧ ହେଉଛି ।
ଅର୍ଜୁନ ଏହି ଶ୍ଲୋକଟି ଯୋଽୟଂ ଶବ୍ଦରୁ ଆରମ୍ଭ କରିଛନ୍ତି, ଅର୍ଥାତ୍ “ଏହି ଯୋଗ ପ୍ରଣାଳୀ”, ଯାହାର ବିଧି ଶ୍ଲୋକ ୬.୧୦ଠାରୁ ଆଗକୁ ବର୍ଣ୍ଣନା କରାଯାଇଛି । ଶ୍ରୀକୃଷ୍ଣ, ତାଙ୍କର ବକ୍ତବ୍ୟ ଏହା କହି ଶେଷକଲେ ଯେ ଯୋଗରେ ପରିପୂର୍ଣ୍ଣତା ହାସଲ କରିବା ପାଇଁ ଆମ୍ଭେମାନେ:
-ଇନ୍ଦ୍ରିୟମାନଙ୍କୁ ଦମନ କରିବା,
- ସମସ୍ତ ପ୍ରକାରର କାମନାକୁ ତ୍ୟାଗ କରିବା,
- କେବଳ ଭଗବାନଙ୍କଠାରେ ହିଁ ମନକୁ କେନ୍ଦ୍ରିତ କରିବା,
- ସ୍ଥିର ମନରେ ତାଙ୍କର ଧ୍ୟାନ କରିବା,
- ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିବା ଆବଶ୍ୟକ ।
ସବୁ ଶୁଣିବା ପରେ ଅର୍ଜୁନ ସ୍ପଷ୍ଟ ଭାବରେ ତାଙ୍କର ଆଶଙ୍କା ବ୍ୟକ୍ତ କରିବାକୁ ଯାଇ କହୁଛନ୍ତି, ଏସବୁ ଅସାଧ୍ୟ ଅଟେ । ମନକୁ ବଶ ନ କରି ଏହା ହାସଲ କରିହେବ ନାହିଁ । ମନ ଯଦି ଅସ୍ଥିର ରହୁଥାଏ, ତେବେ ଯୋଗର ସମସ୍ତ ଶର୍ତ୍ତ ଅପ୍ରାପ୍ୟ ହୋଇଯିବ ।
ଅର୍ଜୁନ ଉବାଚ
ଯୋଽୟଂ ଯୋଗସ୍ତ୍ୱୟା ପ୍ରୋକ୍ତଃ ସାମ୍ୟେନ ମଧୁସୂଦନ ।
ଏତସ୍ୟାହଂ ନ ପଶ୍ୟାମି ଚଞ୍ଚଳତ୍ୱାତ୍ସ୍ଥିତିଂ ସ୍ଥିରାମ୍ ।।୩୩।।
ଅର୍ଜୁନ କହିଲେ: ହେ ମଧୁସୂଦନ! ଆପଣ ଯୋଗ ପ୍ରଣାଳୀ ବିଷୟରେ ଯାହା ବର୍ଣ୍ଣନା କଲେ, ମୋର ମନ ଅସ୍ଥିର ହୋଇଥିବା କାରଣରୁ, ତାହା ମୋତେ ଅସାଧ୍ୟ ଏବଂ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ