ଚଞ୍ଚଳଂ ହି ମନଃ କୃଷ୍ଣ ପ୍ରମାଥି ବଳବଦ୍ଦୃଢମ୍ ।
ତସ୍ୟାହଂ ନିଗ୍ରହଂ ମନ୍ୟେ ବାୟୋରିବ ସୁଦୁଷ୍କରମ୍ ।।୩୪।।
ଚଞ୍ଚଳଂ - ଅସ୍ଥିର; ହି - ନିଶ୍ଚିତଭାବେ; ମନଃ- ମନ; କୃଷ୍ଣ- ହେ କୃଷ୍ଣ; ପ୍ରମାଥି - ଅଶାନ୍ତ; ବଳବଦ୍ - ବଳବାନ; ଦୃଢ଼ମ୍ - ଜିଦ୍ଖୋର; ତସ୍ୟ- ତାହାର; ଅହଂ-ମୁଁ; ନିଗ୍ରହଂ -ଦମନ; ମନ୍ୟେ -ମନେକରୁଛି; ବାୟୋଃ -ବାୟୁ; ଇବ -ପରି; ସୁଦୁଷ୍କରମ - ଅତ୍ୟନ୍ତ କଠିନ ।
BG 6.34: ହେ କୃଷ୍ଣ! ଏହି ମନ ଅତ୍ୟନ୍ତ ଅଶାନ୍ତ, ବିକ୍ଷୁବ୍ଧ, ବଳବାନ ଏବଂ ଜିଦ୍ଖୋର ଅଟେ । ମୋର ମନେ ହେଉଛି, ଏହାକୁ ନିୟନ୍ତ୍ରଣ କରିବା ବାୟୁର ଗତିକୁ ନିୟନ୍ତ୍ରଣ କରିବା ଠାରୁ ମଧ୍ୟ ଅଧିକ କଷ୍ଟକର ଅଟେ ।
ଅର୍ଜୁନ, ଆମ ସମସ୍ତଙ୍କୁ ଲକ୍ଷ୍ୟ କରି, ଏହି ଉପଦ୍ରବୀ ମନ ବିଷୟରେ କହୁଛନ୍ତି । ଏହା ଅସ୍ଥିର ଅଟେ କାରଣ ସମସ୍ତ ଦିଗରେ ଗୋଟିଏ ବସ୍ତୁରୁ ଅନ୍ୟବସ୍ତୁକୁ ଘୂରି ବୁଲୁଥାଏ । ଏହା ଅଶାନ୍ତ ଅଟେ କାରଣ ଏହା ଘୃଣା, କ୍ରୋଧ, କାମ, ଲୋଭ, ଈର୍ଷା, ଉତ୍କଣ୍ଠା, ଭୟ, ଆସକ୍ତି ଇତ୍ୟାଦି ଦ୍ୱାରା ବ୍ୟକ୍ତିର ଚେତନାରେ କ୍ରାନ୍ତି ସୃଷ୍ଟି କରିଥାଏ । ଏହା ବଳବାନ କାରଣ ଏହା ନିଜର ପ୍ରବଳ ଆବେଗ ଦ୍ୱାରା ବୁଦ୍ଧିକୁ ପରାସ୍ତ କରିଦିଏ ଏବଂ ବିଚାର ଶକ୍ତିକୁ ନଷ୍ଟ କରିଦିଏ । ମନ ଜିଦ୍ଖୋର ମଧ୍ୟ ଅଟେ, କାରଣ କୌଣସି ମନ୍ଦ ବିଚାରକୁ କାର୍ଯ୍ୟକାରୀ ନ କରି ଏହା ସହଜରେ ଛାଡି ଦିଏନାହିଁ । ବୁଦ୍ଧି ହତାଶ ହେବା ଯାଏଁ ମନ ବାରମ୍ବାର ତାହାର ରୋମନ୍ଥନ କରୁଥାଏ । ମନର ଏହିସବୁ ହାନିକର ଗୁଣ ବର୍ଣ୍ଣନା କରିସାରି, ଅର୍ଜୁନ ଘୋଷଣା କରୁଛନ୍ତି ଯେ, ମନକୁ ନିୟନ୍ତ୍ରଣ କରିବା ବାୟୁକୁ ନିୟନ୍ତ୍ରଣ କରିବା ଠାରୁ ମଧ୍ୟ କଷ୍ଟକର ଅଟେ । ଏହା ଏକ ଶକ୍ତିଶାଳୀ ଉପମା ଅଟେ, କାରଣ କୌଣସି ବ୍ୟକ୍ତି ଆକାଶର ବଳବାନ ବାୟୁକୁ ନିୟନ୍ତ୍ରଣ କରିପାରିବେ ନାହିଁ ।
ଅର୍ଜୁନ ଏହି ଶ୍ଲୋକରେ ଭଗବାନଙ୍କୁ କୃଷ୍ଣଭାବରେ ସମ୍ବୋଧନ କରିଛନ୍ତି । କୃଷ୍ଣ ଶବ୍ଦର ଅର୍ଥ ହେଲା: କର୍ଷତି ଯୋଗିନାଂ ପରମହଂସାନାଂ୍ ଚେତାଂସି ଇତି କୃଷ୍ଣଃ “ଯିଏ ସମସ୍ତଙ୍କର ମନ, ଏପରିକି ଦୃଢ଼ମନା ଯୋଗୀ ଏବଂ ପରମହଂସମାନଙ୍କର ମନକୁ ବଳପୂର୍ବକ ଆକର୍ଷିତ କରିଥାଆନ୍ତି, ସେ କୃଷ୍ଣ ଅଟନ୍ତି । ଏପରି ସମ୍ବୋଧନ କରି ଅର୍ଜୁନ ସୂଚିତ କରୁଛନ୍ତି ଯେ ଶ୍ରୀକୃଷ୍ଣ, ଯିଏ ସମସ୍ତଙ୍କର ମନକୁ ଆକର୍ଷଣ କରନ୍ତି, ତାଙ୍କର ଅସ୍ଥିର, ବିକ୍ଷୁବ୍ଧ, ବଳଶାଳୀ ଓ ଜିଦ୍ଖୋର ମନକୁ ମଧ୍ୟ ଆକର୍ଷିତ କରନ୍ତୁ ।
ଚଞ୍ଚଳଂ ହି ମନଃ କୃଷ୍ଣ ପ୍ରମାଥି ବଳବଦ୍ଦୃଢମ୍ ।
ତସ୍ୟାହଂ ନିଗ୍ରହଂ ମନ୍ୟେ ବାୟୋରିବ ସୁଦୁଷ୍କରମ୍ ।।୩୪।।
ହେ କୃଷ୍ଣ! ଏହି ମନ ଅତ୍ୟନ୍ତ ଅଶାନ୍ତ, ବିକ୍ଷୁବ୍ଧ, ବଳବାନ ଏବଂ ଜିଦ୍ଖୋର ଅଟେ । ମୋର ମନେ ହେଉଛି, ଏହାକୁ ନିୟନ୍ତ୍ରଣ କରିବା ବାୟୁର ଗତିକୁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ