ଅର୍ଜୁନ ଉବାଚ
ଅଯତିଃ ଶ୍ରଦ୍ଧୟୋପେତୋ ଯୋଗାଚ୍ଚଳିତମାନସଃ ।
ଅପ୍ରାପ୍ୟ ଯୋଗସଂସିଦ୍ଧିଂ କାଂ ଗତିଂ କୃଷ୍ଣ ଗଚ୍ଛତି ।।୩୭।।
ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ଅଯତିଃ -ଯୋଗ ସାଧନାରେ ଅକୃତକାର୍ଯ୍ୟ ହୋଇଥିବା ଯୋଗୀ; ଶ୍ରଦ୍ଧୟା - ଶ୍ରଦ୍ଧା ବା ବିଶ୍ୱାସ ସହକାରେ; ଉପେତଃ - ନିଯୁକ୍ତ, ଯୋଗାତ୍ - ଯୋଗ ପଥରୁ; ଚଳିତ-ମାନସଃ - ଯାହାର ମନ ଭ୍ରଷ୍ଟ; ଅପ୍ରାପ୍ୟ- ପ୍ରାପ୍ତ ନ କରି; ଯୋଗ-ସଂସିଦ୍ଧିଂ - ଯୋଗ ସିଦ୍ଧି ବା ଯୋଗର ପୂର୍ଣ୍ଣାବସ୍ଥା; କାଂ - କି ପ୍ରକାର; ଗତିଂ - ଗତି; କୃଷ୍ଣ - ହେ କୃଷ୍ଣ; ଗଚ୍ଛତି - ପ୍ରାପ୍ତ ହୁଏ ।
BG 6.37: ଅର୍ଜୁନ କହିଲେ : ହେ ଶ୍ରୀକୃଷ୍ଣ! ଯେଉଁ ଯୋଗୀମାନେ ବିଶ୍ୱାସର ସହିତ ଏହି ମାର୍ଗରେ ଯାତ୍ରା ଆରମ୍ଭ କରନ୍ତି, କିନ୍ତୁ ଅସଂଯତ ମନ ଯୋଗୁଁ ଯଥେଷ୍ଟ ଉଦ୍ୟମ କରିପାରନ୍ତି ନାହିଁ, ସେମାନେ ଏହି ଜୀବନରେ ଯୋଗର ଲକ୍ଷ୍ୟସ୍ଥଳରେ ପହଞ୍ôଚ ପାରନ୍ତି ନାହିଁ । ଏହିପରି ଅସଫଳ ଯୋଗୀଙ୍କର ଭାଗ୍ୟ କ’ଣ ଅଟେ?
ଭଗବତ୍ ପ୍ରାପ୍ତିର ଯାତ୍ରା ଶ୍ରଦ୍ଧାଠାରୁ ଆରମ୍ଭ ହୁଏ । ଅନେକ ନିଷ୍ଠାବାନ ଜୀବଙ୍କର, ପୂର୍ବଜନ୍ମର ସଂସ୍କାର ବା ମହାପୁରୁଷ ମାନଙ୍କ ସାନ୍ନିଧ୍ୟ ବା ସଂସାରର ଘାତ-ପ୍ରତିଘାତ ଇତ୍ୟାଦି ଦ୍ୱାରା, ଶାସ୍ତ୍ରର ଦିବ୍ୟଜ୍ଞାନ ପ୍ରତି ଶ୍ରଦ୍ଧା ଉତ୍ପନ୍ନ ହୋଇଥାଏ । ଯାତ୍ରା ଆରମ୍ଭ କରିବା ପାଇଁ ଶ୍ରଦ୍ଧା ଉତ୍ପନ୍ନ ହେବାର ଅନେକ କାରଣ ଥାଇପାରେ । ତଥାପି, ଏହି ସାଧକମାନେ ଯଦି ଯଥେଷ୍ଟ ଉଦ୍ୟମ ନ କରନ୍ତି, ତେବେ ସେମାନେ ଅୟତିଃ (ଆଳସ୍ୟଯୁକ୍ତ) ହୋଇଯାଆନ୍ତି ଏବଂ ସେମାନଙ୍କର ମନ ଚଳିତ୍ (ଅଶାନ୍ତ) ହୋଇଯାଏ । ଏପରି ସାଧକମାନେ ସେମାନଙ୍କର ଯାତ୍ରା ଏହି ଜନ୍ମରେ ପୂର୍ଣ୍ଣ କରିପାରନ୍ତି ନାହିଁ । ଅର୍ଜୁନ ସେମାନଙ୍କର ଭାଗ୍ୟ ବିଷୟରେ ପ୍ରଶ୍ନ କରୁଛନ୍ତି ।
ଅର୍ଜୁନ ଉବାଚ
ଅଯତିଃ ଶ୍ରଦ୍ଧୟୋପେତୋ ଯୋଗାଚ୍ଚଳିତମାନସଃ ।
ଅପ୍ରାପ୍ୟ ଯୋଗସଂସିଦ୍ଧିଂ କାଂ ଗତିଂ କୃଷ୍ଣ ଗଚ୍ଛତି ।।୩୭।।
ଅର୍ଜୁନ କହିଲେ : ହେ ଶ୍ରୀକୃଷ୍ଣ! ଯେଉଁ ଯୋଗୀମାନେ ବିଶ୍ୱାସର ସହିତ ଏହି ମାର୍ଗରେ ଯାତ୍ରା ଆରମ୍ଭ କରନ୍ତି, କିନ୍ତୁ ଅସଂଯତ ମନ ଯୋଗୁଁ ଯଥେଷ୍ଟ ଉଦ୍ୟମ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ