ଏତନ୍ମେ ସଂଶୟଂ କୃଷ୍ଣ ଚ୍ଛେତ୍ତୁମର୍ହସ୍ୟଶେଷତଃ ।
ତ୍ୱଦନ୍ୟଃ ସଂଶୟସ୍ୟାସ୍ୟ ଚ୍ଛେତ୍ତା ନ ହ୍ୟୁପପଦ୍ୟତେ ।।୩୯।।
ଏତତ୍- ଏହା; ମେ- ମୋର; ସଂଶୟଂ - ସନ୍ଦେହ; କୃଷ୍ଣ- ହେ କୃଷ୍ଣ; ଛେତ୍ତୁମ୍ - ଦୂର କରିବା ନିମନ୍ତେ; ଅର୍ହସି - ଯୋଗ୍ୟ ଅଟନ୍ତି; ଅଶେଷତଃ - ସମ୍ପୂର୍ଣ୍ଣରୂପେ; ତ୍ୱତ୍ - ଆପଣଙ୍କ ଠାରୁ; ଅନ୍ୟଃ - ଅନ୍ୟ କେହି; ସଂଶୟସ୍ୟ-ସଂଶୟର; ଅସ୍ୟ- ଏହାର; ଛେତ୍ତା - ଯିଏ ଦୂର କରିପାରିବ; ନ -ନାହିଁ; ହି-ନିଶ୍ଚିତଭାବେ; ଉପପଦ୍ୟତେ - ଯୋଗ୍ୟ ଅଟନ୍ତି ।
BG 6.39: ହେ କୃଷ୍ଣ! ମୋର ସଂଶୟ ସମ୍ପୂର୍ଣ୍ଣ ଭାବରେ ଦୂର କରନ୍ତୁ, କାରଣ ଆପଣଙ୍କ ବ୍ୟତୀତ ଅନ୍ୟ କେହି ତାହା କରିପାରିବେ ନାହିଁ ।
ଅଜ୍ଞାନରୁ ସଂଶୟ ଜାତ ହୁଏ, ଏବଂ ସଂଶୟକୁ ଦୂର କରିବାର କ୍ଷମତା ଜ୍ଞାନଠାରୁ ଆସିଥାଏ । ବିଦ୍ୱାନମାନଙ୍କ ଠାରେ ଶାସ୍ତ୍ରର ଶାବ୍ଦିକ ଜ୍ଞାନ ଥାଏ, ଯାହା ସଂଶୟ ଦୂର କରିବା ପାଇଁ ଯଥେଷ୍ଟ ନୁହେଁ, କାରଣ ଶାସ୍ତ୍ର ଗୁଡ଼ିକରେ ଅନେକ ବିରୋଧାଭାସ ରହିଥାଏ, ଯାହାର ସମାଧାନ କେବଳ ଭଗବତ୍ ଅନୁଭୂତି ଦ୍ୱାରା ହିଁ ସମ୍ଭବ । ଭଗବତ୍ ପ୍ରାପ୍ତ ମହାପୁରୁଷମାନଙ୍କର ଅନୁଭବାତ୍ମକ ଜ୍ଞାନ ଅବଶ୍ୟ ଥାଏ, କିନ୍ତୁ ସେମାନେ ମଧ୍ୟ ସର୍ବଜ୍ଞ ନୁହଁନ୍ତି । ସଂଶୟ ଦୂର କରିବାର କ୍ଷମତା ସେମାନଙ୍କର ଥାଏ, କିନ୍ତୁ ସେମାନେ ଭଗବାନଙ୍କର ସମକକ୍ଷ ନୁହନ୍ତି, ଯିଏ କି ସର୍ବଜ୍ଞ ଅଟନ୍ତି । କେବଳ ଭଗବାନ ହିଁ ସର୍ବଜ୍ଞ, ଏବଂ ସର୍ବଶକ୍ତିମାନ ଅଟନ୍ତି । ସୁତରାଂ, ସେ ହିଁ ସମସ୍ତ ଅଜ୍ଞାନ ଦୂର କରିବା ପାଇଁ ପୂର୍ଣ୍ଣ ସକ୍ଷମ ଅଟନ୍ତି, ଯେପରି ଅନ୍ଧକାର ଦୂର କରିବା ପାଇଁ ସୂର୍ଯ୍ୟ ସକ୍ଷମ ଅଟନ୍ତି ।
ଏତନ୍ମେ ସଂଶୟଂ କୃଷ୍ଣ ଚ୍ଛେତ୍ତୁମର୍ହସ୍ୟଶେଷତଃ ।
ତ୍ୱଦନ୍ୟଃ ସଂଶୟସ୍ୟାସ୍ୟ ଚ୍ଛେତ୍ତା ନ ହ୍ୟୁପପଦ୍ୟତେ ।।୩୯।।
ହେ କୃଷ୍ଣ! ମୋର ସଂଶୟ ସମ୍ପୂର୍ଣ୍ଣ ଭାବରେ ଦୂର କରନ୍ତୁ, କାରଣ ଆପଣଙ୍କ ବ୍ୟତୀତ ଅନ୍ୟ କେହି ତାହା କରିପାରିବେ ନାହିଁ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ