ପୂର୍ବାଭ୍ୟାସେନ ତେନୈବ ହ୍ରିୟତେ ହ୍ୟବଶୋଽପି ସଃ ।
ଜିଜ୍ଞାସୁରପି ଯୋଗସ୍ୟ ଶବ୍ଦବ୍ରହ୍ମାତିବର୍ତତେ ।।୪୪।।
ପୂର୍ବ -ପୂର୍ବ; ଅଭ୍ୟାସେନ - ଅଭ୍ୟାସ ହେତୁ; ତେନ -ତଦ୍ୱାରା; ଏବ - ନିଶ୍ଚିତଭାବେ; ହ୍ରିୟତେ - ଆକୃଷ୍ଟ; ହି- ନିଶ୍ଚିତଭାବେ; ଅବଶଃ - ଅସହାୟ ଭାବରେ; ଅପି - ମଧ୍ୟ; ସଃ - ସେ; ଜିଜ୍ଞାସୁଃ - ଜାଣିବାକୁ ଇଚ୍ଛୁକ; ଅପି - ମଧ୍ୟ; ଯୋଗସ୍ୟ - ଯୋଗର; ଶବ୍ଦ-ବ୍ରହ୍ମ- ବେଦର କର୍ମକାଣ୍ଡ ଅନୁଯାୟୀ ବିଧି ବିଧାନ; ଅତିବର୍ତତେ - ଅତିକ୍ରମ କରିଯାଏ ।
BG 6.44: ବାସ୍ତବରେ ତାଙ୍କ ଅତୀତ ଅଭ୍ୟାସର ଶକ୍ତି ବଳରେ, ସେମାନେ ଅନୁଭବ କରନ୍ତି, ଯେପରି କି ତାଙ୍କର ଅନିଚ୍ଛା ସତ୍ତ୍ୱେ ସେମାନେ ଭଗବାନଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି । ଏପରି ସାଧକମାନେ ଶାସ୍ତ୍ରୀୟ ବିଧି-ବିଧାନର ଉର୍ଦ୍ଧ୍ୱରେ ରହିବା ସ୍ୱାଭାବିକ ।
ଥରେ ଆଧ୍ୟାତ୍ମିକ ଚେତନା ଅଙ୍କୁରିତ ହେଲେ, ତାହାର ମୂଳୋତ୍ପାଟନ କରି ହେବ ନାହିଁ । ଯେଉଁ ଜୀବର, ବର୍ତ୍ତମାନ ଜନ୍ମର ହେଉ ବା ପୂର୍ବ ଜନ୍ମର ହେଉ, ଭକ୍ତିପରକ ସଂସ୍କାର ଥାଏ, ସେ ସ୍ୱାଭାବିକ ଭାବେ ଆଧ୍ୟାତ୍ମିକତା ପ୍ରତି ଅନୁପ୍ରେରିତ ହୋଇଥାଏ । ଏପରି ବ୍ୟକ୍ତି ଭଗବାନଙ୍କ ଆଡ଼କୁ ଟାଣି ହୋଇଯିବା ପରି ଅନୁଭବ କରନ୍ତି, ଯାହାକୁ “ଭଗବାନଙ୍କର ଡାକରା” ବୋଲି ମଧ୍ୟ କୁହାଯାଏ । ପୂର୍ବ ସଂସ୍କାରର ଆଧାରରେ ବେଳେବେଳେ ଭଗବାନଙ୍କର ଡାକରା ଏତେ ବଳଶାଳୀ ହୋଇଥାଏ ଯେ, କୁହାଯାଏ “ଭଗବାନଙ୍କର ଆହ୍ୱାନ ଜୀବନର ସବୁଠାରୁ ଶକ୍ତିଶାଳୀ ଆହ୍ୱାନ ଅଟେ ।” ଯେଉଁ ବ୍ୟକ୍ତି ଏହାକୁ ଅନୁଭବ କରନ୍ତି, ସେମାନେ ସମଗ୍ର ସଂସାର ତଥା ବନ୍ଧୁ ଓ କୁଟୁମ୍ବ ମାନଙ୍କର ଉପଦେଶ ତ୍ୟାଗ କରି, ତାଙ୍କ ଚିତ୍ତକୁ ଆକର୍ଷିତ କରୁଥିବା ପଥରେ ଯାତ୍ରା କରିଥାନ୍ତି । ଇତିହାସରେ ଏପରି ଅନେକ ଦୃଷ୍ଟାନ୍ତ ରହିଛି ଯେଉଁଠି ବଡ ବଡ ରାଜକୁମାର, ସମ୍ଭ୍ରାନ୍ତ ବ୍ୟକ୍ତି, ଧନୀ ବ୍ୟବସାୟୀ ଇତ୍ୟାଦି, ସେମାନଙ୍କ ସ୍ଥିତିର ଉଚ୍ଚତର ସାଂସାରିକ ସୁଖ ତ୍ୟାଗ କରି, ତପସ୍ୱୀ, ଯୋଗୀ, ଋଷି, ସାଧୁ, ସ୍ୱାମୀ ହୋଇଯାଆନ୍ତି । ଯେହେତୁ ସେମାନଙ୍କର ଭୋକ କେବଳ ଭଗବାନଙ୍କ ପ୍ରତି ଥାଏ, ସେମାନେ ଭୌତିକ ଲାଭ ଉଦ୍ଦେଶ୍ୟରେ କରାଯାଉ ଥିବା ବେଦ ବର୍ଣ୍ଣିତ ବିଧିବିଧାନ ଠାରୁ ଦୂରରେ ରହନ୍ତି ।
ପୂର୍ବାଭ୍ୟାସେନ ତେନୈବ ହ୍ରିୟତେ ହ୍ୟବଶୋଽପି ସଃ ।
ଜିଜ୍ଞାସୁରପି ଯୋଗସ୍ୟ ଶବ୍ଦବ୍ରହ୍ମାତିବର୍ତତେ ।।୪୪।।
ବାସ୍ତବରେ ତାଙ୍କ ଅତୀତ ଅଭ୍ୟାସର ଶକ୍ତି ବଳରେ, ସେମାନେ ଅନୁଭବ କରନ୍ତି, ଯେପରି କି ତାଙ୍କର ଅନିଚ୍ଛା ସତ୍ତ୍ୱେ ସେମାନେ ଭଗବାନଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି । …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ