ବେଦାହଂ ସମତୀତାନି ବର୍ତମାନାନି ଚାର୍ଜ୍ଜୁନ ।
ଭବିଷ୍ୟାଣି ଚ ଭୂତାନି ମାଂ ତୁ ବେଦ ନ କଶ୍ଚନ ।।୨୬।।

ବେଦ - ଜାଣେ; ଅହଂ-ମୁଁ; ସମ-ସମାନଭାବରେ; ଅତୀତାନି - ଅତୀତ; ବର୍ତ୍ତମାନାନି -ବର୍ତ୍ତମାନ; ଚ -ଏବଂ; ଅର୍ଜୁନ - ହେ ଅର୍ଜୁନ; ଭବିଷ୍ୟାଣି - ଭବିଷ୍ୟତ; ଚ- ଏବଂ; ଭୂତାନି -ଜୀବଗଣ; ମାଂ - ମୋତେ; ତୁ -କିନ୍ତୁ; ବେଦ-ଜାଣନ୍ତି; ନ -ନାହିଁ; କଶ୍ଚନ- କେହି ।

ଅନୁବାଦ

BG 7.26: ହେ ଅର୍ଜୁନ! ମୁଁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଜାଣେ ଏବଂ ମୁଁ ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଜାଣେ; କିନ୍ତୁ କେହି ମୋତେ ଜାଣନ୍ତି ନାହିଁ ।

ଭାଷ୍ୟ

ଭଗବାନ ସର୍ବଜ୍ଞ ଅଟନ୍ତି । ସେ ଏଠାରେ ଘୋଷଣା କରୁଛନ୍ତି ଯେ ସେ ତ୍ରିକାଳଦର୍ଶୀ ଅଟନ୍ତି, ଅର୍ଥାତ୍ ସେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଜାଣନ୍ତି । କିଛି ଘଣ୍ଟା ପୂର୍ବରୁ ଆମେ କ’ଣ ଚିନ୍ତା କରୁଥିଲୁ, ତାହା ଆମେ ଭୁଲିଯାଇ ଥାଏ । କିନ୍ତୁ ଭଗବାନ ବ୍ରହ୍ମାଣ୍ଡର ପ୍ରତ୍ୟେକ ଜୀବର,  ଅନନ୍ତ ଜନ୍ମର ପ୍ରତିକ୍ଷଣର ବିଚାର, ବଚନ ଓ କର୍ମକୁ ମନେ ରଖନ୍ତି । ଏସବୁ ପ୍ରତ୍ୟେକ ଜୀବର ସଞ୍ôଚତ କର୍ମ (ଅନନ୍ତ ଜନ୍ମର କର୍ମର ଭଣ୍ଡାର) ଅଟେ । ଭଗବାନଙ୍କୁ ଏହି ହିସାବ ରଖିବାକୁ ପଡ଼ିଥାଏ, ଯଦ୍ୱାରା କର୍ମର ନିୟମ ଅନୁସାରେ ସେ ନ୍ୟାୟ ପ୍ରଦାନ କରିପାରିବେ । ତେଣୁ ସେ କହୁଛନ୍ତି ଯେ ସେ ଜୀବର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜାଣନ୍ତି । ମୁଣ୍ଡକୋ ଉପନିଷଦ କହେ:

ଯଃ ସର୍ବଜ୍ଞଃ ସର୍ବବିଦ୍ୟସ୍ୟ ଜ୍ଞାନମୟଂ ତପଃ (୧.୧.୯)

“ଭଗବାନ ସର୍ବଜ୍ଞ ଏବଂ ସର୍ବବ୍ୟାପୀ ଅଟନ୍ତି । ତାଙ୍କର ତପସ୍ୟା ଜ୍ଞାନଯୁକ୍ତ ଅଟେ ।”

ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ସମସ୍ତଙ୍କୁ ଜାଣନ୍ତି କିନ୍ତୁ କେହି ତାଙ୍କୁ ଜାଣନ୍ତି ନାହିଁ । ଭଗବାନ ଐଶ୍ୱର୍ଯ୍ୟ, ଯଶ, ଶକ୍ତି, ଗୁଣ ଏବଂ ଆକାରରେ ଅନନ୍ତ ଅଟନ୍ତି । ଆମର ବୁଦ୍ଧି ସୀମିତ ଅଟେ, ତେଣୁ ସର୍ବଶକ୍ତିମାନ ଭଗବାନଙ୍କୁ ଆମେ କୌଣସି ଉପାୟରେ ଜାଣିପାରିବା ନାହିଁ । ସମସ୍ତ ବୈଦିକ ଶାସ୍ତ୍ର କହୁଛନ୍ତି:

ନୈଷା ତର୍କେଣ ମତିରାପନେୟା (କଠୋପନିଷଦ୍ ୧.୨.୯)

“ଭଗବାନ ଆମ ବୌଦ୍ଧିକ ତର୍କ ପରିସରର ବହିର୍ଭୁତ ଅଟନ୍ତି ।”

 ଯତୋ ବାଚୋ ନିବର୍ତନ୍ତେ ଅପ୍ରାପ୍ୟ ମନସା ସହ (ତୈତ୍ତିରୀୟ ଉପନିଷଦ ୨.୯.୧)

“ଆମର ମନ ଓ ବାକ୍ୟ ଭଗବାନଙ୍କ ପାଖରେ ପହଞ୍ôଚ ପାରିବ ନାହିଁ ।”

ରାମ ଅତର୍କ୍ୟ ବୁଦ୍ଧି ମନ ବାନୀ, ମତ ହମାର ଅସ ସୁନହି ସୟାନୀ (ରାମାୟଣ)

“ଭଗବାନଙ୍କ ସ୍ୱରୂପର ବିଶ୍ଲେଷଣ ମନ-ବୁଦ୍ଧି ଦ୍ୱାରା କରାଯାଇ ପାରିବ ନାହିଁ କିମ୍ବା ବର୍ଣ୍ଣନା ବାଣୀ ଦ୍ୱାରା କରାଯାଇ ପାରିବ ନାହିଁ ।”

ଜଣେ ହିଁ ବ୍ୟକ୍ତି ଭଗବାନଙ୍କୁ ଜାଣିଛନ୍ତି ଏବଂ ସେ ହେଉଛନ୍ତି ଭଗବାନ ନିଜେ । କୌଣସି ଜୀବକୁ ସେ ଯଦି ତାଙ୍କର କୃପା ପ୍ରଦାନ କରିବାକୁ ସ୍ଥିର କରନ୍ତି, ତେବେ ସେହି ଭାଗ୍ୟଶାଳୀ ଜୀବକୁ ସେ ତାଙ୍କର ବୁଦ୍ଧି ପ୍ରଦାନ କରିଥାନ୍ତି । ଭଗବାନଙ୍କର ବୁଦ୍ଧି ଯୁକ୍ତ ହୋଇ, ସେ ସହଜରେ ଭଗବାନଙ୍କୁ ଜାଣିପାରେ । ଅତଏବ, ଭଗବାନଙ୍କୁ ଜାଣିବା ପାଇଁ ସର୍ବାଧିକ ମହତ୍ୱପୂର୍ଣ୍ଣ ଆବଶ୍ୟକତା ଭଗବତ୍ କୃପା ଅଟେ । ଏହି ବିଷୟରେ ଆଗକୁ ଶ୍ଲୋକ ୧୦/୧୧ ଏବଂ ୧୮/୫୮ ରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
7. ଜ୍ଞାନ ବିଜ୍ଞାନ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency