ଏତଦ୍ୟୋନୀନି ଭୂତାନି ସର୍ବାଣୀତ୍ୟୁପଧାରୟ ।
ଅହଂ କୃତ୍ସ୍ନସ୍ୟ ଜଗତଃ ପ୍ରଭବଃ ପ୍ରଳୟସ୍ତଥା ।।୬।।

ଏତତ୍ - ଏହି ଦୁଇଟି ଶକ୍ତି; ଯୋନିନୀ - ଜନ୍ମର ମୂଳ; ଭୂତାନି -ପ୍ରାଣୀ; ସର୍ବାଣି - ସମସ୍ତ; ଇତି - ଏହିପରି; ଉପଧାରୟ -ଜାଣ; ଅହଂ -ମୁଁ; କୃତ୍ସ୍ନସ୍ୟ - ସମଗ୍ର; ଜଗତଃ - ଜଗତର; ପ୍ରଭବଃ - ମୂଳ; ପ୍ରଳୟଃ - ପ୍ରଳୟ ବା ଧ୍ୱଂସ; ତଥା -ତଥା ।

ଅନୁବାଦ

BG 7.6: ସମସ୍ତ ପ୍ରାଣୀ ମୋର ଏହି ଦୁଇ ଶକ୍ତି ଦ୍ୱାରା ପ୍ରକଟିତ ହୋଇଛନ୍ତି । ମୁଁ ସମଗ୍ର ସୃଷ୍ଟିର ଉତ୍ସ ଏବଂ ମୋଠାରେ ଏହାର ପୁନର୍ବାର ବିଲୟ ହୋଇଯିବ ।

ଭାଷ୍ୟ

ଭୌତିକ ଜଗତରେ ସମସ୍ତ ଜୀବଙ୍କର ସୃଷ୍ଟି ଆତ୍ମା ଓ ବସ୍ତୁର ସମ୍ମିଶ୍ରଣରେ ହୋଇଥାଏ । ବସ୍ତୁ ନିଜେ ଜଡ଼ ଅଟେ; ଆତ୍ମା ଶରୀର ରୂପରେ ଏକ ବାହନ ଆବଶ୍ୟକ କରେ । ଏହି ଦୁଇଟିର ସମ୍ମିଶ୍ରଣରେ ପ୍ରାଣୀଙ୍କର ଉତ୍ପତ୍ତି ହୋଇଥାଏ ।

ଭଗବାନ ଏହି ଦୁଇ ଶକ୍ତିର ଉତ୍ସ ଅଟନ୍ତି; ସମସ୍ତ ସୃଷ୍ଟି ତାଙ୍କଠାରୁ ପ୍ରକାଶିତ ହୁଏ । ବ୍ରହ୍ମାଙ୍କର ୧୦୦ବର୍ଷ ଆୟୁ ସମାପ୍ତ ହେଲେ ସୃଷ୍ଟିର ଚକ୍ର ପୂର୍ଣ୍ଣ ହୋଇଥାଏ, ସେତେବେଳେ ଭଗବାନ ସୃଷ୍ଟିର ବିଲୟ କରିଦିଅନ୍ତି । ପଞ୍ଚ ସ୍ତୁଳ ତତ୍ତ୍ୱ ପଞ୍ଚ ସୂକ୍ଷ୍ମ ତତ୍ତ୍ୱରେ ଲୀନ ହୋଇଯାନ୍ତି, ପଞ୍ଚ ସୂକ୍ଷ୍ମ ତତ୍ତ୍ୱ ଅହଂକାରରେ ମିଶିଯାନ୍ତି; ଅହଂକାର ମହାନ୍‌ରେ ଲୀନ ହୁଏ, ମହାନ ପ୍ରକୃତିରେ ଲୀନ ହୁଏ, ପ୍ରକୃତି ମହାବିଷ୍ଣୁଙ୍କ (ଭଗବାନଙ୍କର ଏକ ସ୍ୱରୂପ) ଶରୀରରେ ସମାହିତ ହୋଇଯାନ୍ତି । ଏହି ସୃଷ୍ଟିଚକ୍ରରେ ଯେଉଁ ଜୀବ ମୁକ୍ତ ହୋଇ ନ ଥାନ୍ତି, ସେମାନେ ମଧ୍ୟ ଅପ୍ରକଟିତ ରୂପରେ ଭଗବାନଙ୍କ ଶରୀରରେ ସମାହିତ ହୋଇ ପରବର୍ତ୍ତୀ ସୃଷ୍ଟି ଚକ୍ରକୁ ଅପେକ୍ଷା କରିଥାନ୍ତି । ପୁଣିଥରେ ଭଗବାନ ଯେତେବେଳେ ସୃଷ୍ଟି କରିବାକୁ ଇଚ୍ଛା ପ୍ରକାଶ କରନ୍ତି, ଏହି ଚକ୍ର ଆରମ୍ଭ ହୋଇଥାଏ (ଶ୍ଲୋକ ୭.୪ରେ ବର୍ଣ୍ଣିତ ହୋଇଥିବା ପରି) ଏବଂ ସଂସାର ସୃଷ୍ଟି ହୋଇଥାଏ । ଅତଏବ, ଭଗବାନ ସମଗ୍ର ସୃଷ୍ଟିର ଉତ୍ସ, ଆଶ୍ରୟ, ଶେଷ ଏବଂ ବିଶ୍ରାମ ସ୍ଥଳ ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
7. ଜ୍ଞାନ ବିଜ୍ଞାନ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency