ସହସ୍ରଯୁଗପର୍ଯ୍ୟନ୍ତମହର୍ଯଦ୍‌ବ୍ରହ୍ମଣୋ ବିଦୁଃ ।
ରାତ୍ରିଂ ଯୁଗସହସ୍ରାନ୍ତାଂ ତେଽହୋରାତ୍ରବିଦୋ ଜନାଃ ।।୧୭।।

ସହସ୍ର - ସହସ୍ର (ହଜାର); ଯୁଗ - ଯୁଗ; ପର୍ଯ୍ୟନ୍ତମ୍ - ସମେତ; ଅହଃ- ଗୋଟିଏ ଦିବସ; ଯତ୍‌- ଯାହା; ବ୍ରହ୍ମଣଃ -ବ୍ରହ୍ମାଙ୍କର; ବିଦୁଃ - ଜାଣ; ରାତ୍ରିଂ - ରାତ୍ରି; ଯୁଗସହସ୍ରାନ୍ତଂ- ସେହିପରି ଏକ ହଜାର ଯୁଗ ଶେଷରେ; ତେ - ସେମାନେ; ଅହଃ ରାତ୍ର - ଦିବସ ଏବଂ ରାତ୍ରି; ବିଦଃ - ଜ୍ଞାତା; ଜନାଃ - ଲୋକମାନେ ।

ଅନୁବାଦ

BG 8.17: ବ୍ରହ୍ମାଙ୍କର ଗୋଟିଏ ଦିନ (କଳ୍ପ) ହଜାର ସଂଖ୍ୟାର ଚର୍ତୁଯୁଗ (ମହାଯୁଗ) ସହିତ ସମାନ ଅଟେ ଏବଂ ତାଙ୍କ ରାତ୍ରିର ଅବଧି ମଧ୍ୟ ସେତିକି ଅଟେ । ଯେଉଁ ବିଜ୍ଞ ବ୍ୟକ୍ତି ଏହା ଜାଣନ୍ତି, ସେ ଦିବା ଓ ରାତିର ବାସ୍ତବିକ ସତ୍ୟତାକୁ ବୁଝିପାରନ୍ତି ।

ଭାଷ୍ୟ

ବୈଦିକ ବ୍ରହ୍ମାଣ୍ଡ ପ୍ରଣାଳୀରେ ସମୟର ହିସାବ ମଧ୍ୟ ବିଶାଳ ଏବଂ ବିସ୍ମୟକର ଅଟେ । ଉଦାହରଣ ସ୍ୱରୂପ, ଏପରି କେତେକ କୀଟ ଅଛନ୍ତି, ଯେଉଁମାନଙ୍କର ଆୟୁ କେବଳ ଗୋଟିଏ ରାତ୍ରୀ ଅଟେ । ସେହି ଗୋଟିଏ ରାତ୍ରିରେ ସେମାନେ ଜନ୍ମ ନିଅନ୍ତି, ବଡ଼ ହୁଅନ୍ତି, ପ୍ରଜନନ କରନ୍ତି, ଅଣ୍ଡା ଦିଅନ୍ତି ଏବଂ ବୃଦ୍ଧ ହୁଅନ୍ତି । ସକାଳେ କୌଣସି ଆଲୋକ ସ୍ତମ୍ଭ ତଳେ ସେମାନେ ମରି ପଡ଼ିଥିବାର ଦେଖିବାକୁ ମିଳିଥାଏ । ଯଦି ସେହି କୀଟ ମାନଙ୍କୁ କୁହାଯିବ ସେମାନଙ୍କର ସମ୍ପୂର୍ଣ୍ଣ ଜୀବନକାଳ ମନୁଷ୍ୟର ଗୋଟିଏ ରାତ୍ରି ସହିତ ସମାନ ଅଟେ, ସେମାନେ ତାହା ବିଶ୍ୱାସ  କରିବେ ନାହିଁ ।

ସେହିପରି, ବେଦ କହେ, ଦେବତାମାନଙ୍କର ଯଥା ଇନ୍ଦ୍ର, ବରୁଣ ଆଦିଙ୍କର ଗୋଟିଏ ଦିନ ପୃଥିବୀର ଗୋଟିଏ ବର୍ଷ ସହିତ ସମାନ । ଦେବତା ମାନଙ୍କର ଗୋଟିଏ ବର୍ଷ, ପୃଥିବୀ ଲୋକର ୩୦ ଦିନ ୍‍ ୧୨ମାସ ଅର୍ଥାତ୍ ୩୬୦ ଦିନ ସହିତ ସମାନ । ଦେବତା ମାନଙ୍କର ୧୨,୦୦୦ ବର୍ଷ ପୃଥିବୀ ଲୋକର ଏକ ମହାଯୁଗ (୪ ଯୁଗର ଏକ ଚକ୍ର)କୁ ବୁଝାଏ, ଯାହା ୪ ନିୟୁତ ୩୨୦ ହଜାର ବର୍ଷ ଅଟେ । ଏହା ପୃଥିବୀରେ ସମୟର ସର୍ବୋଚ୍ଚ ଏକକ ଅଟେ, ଯାହାକୁ କଳ୍ପ କୁହାଯାଏ ।

 ୧୦୦୦ ମହାଯୁଗରେ ବ୍ରହ୍ମାଙ୍କର ଗୋଟିଏ ଦିନ ହୁଏ ଏବଂ ସେତିକି ବଡ଼ ବ୍ରହ୍ମାଙ୍କର ରାତ୍ରି । ବ୍ରହ୍ମାଙ୍କର ଆୟୁ ୧୦୦ବର୍ଷ ଅଟେ, ଯାହା ପୃଥିବୀର ହିସାବରେ ୩୧୧ ଖର୍ବ ୪୦ ଅର୍ବ ବର୍ଷ ।

ବେଦର ଗଣନା ଅନୁସାରେ :

କଳିଯୁଗ : ୪,୩୨, ୦୦୦ବର୍ଷ

ଦ୍ୱାପର ଯୁଗ : ୮,୬୪, ୦୦୦ବର୍ଷ

ତ୍ରେତାଯୁଗ : ୧୨,୯୬, ୦୦୦ ବର୍ଷ

ସତ୍ୟ ଯୁଗ : ୧୭, ୨୮, ୦୦୦ବର୍ଷ

ଏକତ୍ର ଏକ ମହାଯୁଗ ହୁଏ ଯାହା ୪,୩୨୦, ୦୦୦ ବର୍ଷ ଅଟେ । ୧୦୦୦ ମହାଯୁଗ ବ୍ରହ୍ମାଙ୍କର ଗୋଟିଏ ଦିନ, ବା ଏକ କଳ୍ପ, ଯାହା ୪,୩୨,୦୦,୦୦୦,୦୦୦ ବର୍ଷ ଅଟେ । ସେତିକି ବଡ଼ ବ୍ରହ୍ମାଙ୍କର ରାତ୍ରି । ଶ୍ରୀକୃଷ୍ଣ କହୁଛନ୍ତି, ଯିଏ ଏହା ବୁଝନ୍ତି, ସେ ଦିବା ରାତ୍ରିର ବାସ୍ତବ ଜ୍ଞାତା ଅଟନ୍ତି ।

ବିଶ୍ୱ ବ୍ରହ୍ମାଣ୍ଡର ଅବଧି ବ୍ରହ୍ମାଙ୍କର ୧୦୦ବର୍ଷ ଆୟୁ ସହିତ ସମାନ, ଯାହା ୩୧୧ ଖର୍ବ ୪୦ ଅର୍ବ ବର୍ଷ ଅଟେ । ବ୍ରହ୍ମା ମଧ୍ୟ ଜଣେ ଜୀବାତ୍ମା ଅଟନ୍ତି, ଯିଏ ଭଗବାନଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ କରି ଏହି ପଦ ପ୍ରାପ୍ତ କରିଛନ୍ତି । ତେଣୁ ବ୍ରହ୍ମା ମଧ୍ୟ ଜନ୍ମମୃତ୍ୟୁର ଚକ୍ରର ଅନ୍ତର୍ଭୁକ୍ତ । କିନ୍ତୁ ସେ ଅତ୍ୟନ୍ତ ଉଚ୍ଚ ଆତ୍ମା ହୋଇଥିôବାରୁ, ତାଙ୍କ ଜୀବନକାଳ ସମାପ୍ତ ହେବା ପୂର୍ବରୁ ସେ ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତ ହୋଇ ଭଗବାନଙ୍କ ଲୋକ ପ୍ରାପ୍ତ କରନ୍ତି । ବେଳେବେଳେ ବ୍ରହ୍ମା ପଦ ପାଇଁ କୌଣସି ଅଧିକାରୀ ଆତ୍ମା ନ ମିଳିଲେ, ଭଗବାନ ସ୍ୱୟଂ ବ୍ରହ୍ମା ହୋଇଯାଆନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
8. ଅକ୍ଷର ବ୍ରହ୍ମ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency