ପୁରୁଷଃ ସ ପରଃ ପାର୍ଥ ଭକ୍ତ୍ୟା ଲଭ୍ୟସ୍ତ୍ୱନନ୍ୟୟା ।
ଯସ୍ୟାନ୍ତଃସ୍ଥାନି ଭୂତାନି ଯେନ ସର୍ବମିଦଂ ତତମ୍ ।।୨୨।।

ପୁରୁଷଃ - ପରମ ପୁରୁଷ; ସଃ - ସେ; ପରଃ - ଶ୍ରେଷ୍ଠ; ପାର୍ଥ - ହେ ପୃଥା-ପୁତ୍ର; ଭକ୍ତ୍ୟା - ଭକ୍ତି ଦ୍ୱାରା; ଲଭ୍ୟଃ - ଲାଭ କରାଯାଇ ପାରନ୍ତି; ତୁ - କିନ୍ତୁ; ଅନନ୍ୟୟା - ଅନନ୍ୟ ଭକ୍ତି, ଏକାନ୍ତ ଭକ୍ତି; ଯସ୍ୟ - ଯାହାର; ଅନ୍ତଃସ୍ଥାନି - ମଧ୍ୟରେ; ଭୂତାନି - ସମସ୍ତ ଭୌତିକ ପରିପ୍ରକାଶ: ଯେନ - ଯାହାଙ୍କ ଦ୍ୱାରା; ସର୍ବମ୍ - ସମସ୍ତ; ଇଦଂ - ଏହା; ତତମ୍ - ବିସ୍ତାରିତ ।

ଅନୁବାଦ

BG 8.22: ସେହି ପରମ ଦିବ୍ୟ ପୁରୁଷ ସୃଷ୍ଟିର ସମସ୍ତଙ୍କଠାରୁ ଶ୍ରେଷ୍ଠତର ଅଟନ୍ତି । ଯଦିଓ ସେ ସର୍ବବ୍ୟାପକ ଏବଂ ସମସ୍ତ ଜୀବ ତାଙ୍କଠାରେ ନିବାସ କରନ୍ତି, ତଥାପି ତାଙ୍କୁ କେବଳ ଭକ୍ତି ଦ୍ୱାରା ହିଁ ଜାଣି ହୁଏ ।

ଭାଷ୍ୟ

ସେହି ପରମାତ୍ମା, ଯିଏ ପରବ୍ୟୋମରେ ତାଙ୍କର ଦିବ୍ୟଲୋକରେ ନିବାସ କରନ୍ତି, ସେ ଆମ ହୃଦୟରେ ନିବାସ କରନ୍ତି ଏବଂ ସଂସାରର ପ୍ରତ୍ୟେକ ପରମାଣୁରେ ବ୍ୟାପ୍ତ ଅଟନ୍ତି । ଭଗବାନ ସର୍ବତ୍ର ସମାନ ଭାବରେ ବ୍ୟାପ୍ତ । ଆମେ ଏପରି କହି ପାରିବା ନାହିଁ ଯେ, ସର୍ବବ୍ୟାପକ ରୂପରେ ଭଗବାନ ୨୫% (ପଚିଶ ପ୍ରତିଶତ)ଥାଆନ୍ତି ଏବଂ ତାଙ୍କ ନିଜ ସ୍ୱରୂପରେ ସେ ୧୦୦% (ଶତ ପ୍ରତିଶତ)ଥାଆନ୍ତି । ସର୍ବତ୍ର ସେ ନିଜର ପୂର୍ଣ୍ଣ ସ୍ୱରୂପରେ ବିଦ୍ୟମାନ । ଅଥଚ ଆମ୍ଭେମାନେ ତଦ୍ୱାରା କୌଣସି ପ୍ରକାରେ ଲାଭାନ୍ୱିତ ହୋଇ ନ ଥାଏ, କାରଣ ଆମେ ତାହା ଅନୁଭବ କରେନାହିଁ । ଶାଣ୍ଡିଲ୍ୟ ମୁନି କହନ୍ତି; “ଗବାଂ ସର୍ପିଃ ଶରୀରସ୍ଥଂ ନ କରୋତ୍ୟଙ୍ଗ ପୋଷଣମ୍‌” (ଶାଣ୍ଡିଲ୍ୟଭକ୍ତି ଦର୍ଶନ)

“ଗାଈର ଶରୀରରେ ଦୁଗ୍ଧ ଗଚ୍ଛିତ ଥାଏ, କିନ୍ତୁ ତା’ର ଦୁର୍ବଳ ଏବଂ ରୁଗ୍‌ଣ ସ୍ୱାସ୍ଥ୍ୟ ପାଇଁ ତାହା ଉପକାରୀ ସିଦ୍ଧ ହୁଏନାହିଁ ।” ସେହି କ୍ଷୀରକୁ ଗାଈର ଶରୀରରୁ ବାହାର କରି ତାକୁ ଦହିରେ ପରିଣତ କରାଯାଏ । ଦହିରେ ଗୋଲମରିଚ ମିଶାଇ ଗାଈକୁ ଖାଇବାକୁ ଦେଲେ, ତାହା ଗାଈକୁ ଆରୋଗ୍ୟ କରିଥାଏ ।

ସେହିପରି, ଭଗବାନଙ୍କର ସର୍ବବ୍ୟାପୀ ଉପସ୍ଥିତିରେ ସେହି ଅନ୍ତରଙ୍ଗତା ନ ଥାଏ, ଯାହା ଆମ୍ଭମାନଙ୍କର ଭକ୍ତିକୁ ସମୃଦ୍ଧ କରିବ । ସେଥିପାଇଁ ସର୍ବପ୍ରଥମେ ଆମକୁ ଭଗବାନଙ୍କର ଦିବ୍ୟ ସ୍ୱରୂପର ଉପାସନା କରି ହୃଦୟକୁ ଶୁଦ୍ଧ କରିବାକୁ ପଡ଼ିବ । ତାପରେ ଆମେ ଭଗବାନଙ୍କର କୃପାକୁ ଆକର୍ଷିତ କରିବା ଏବଂ ତାଙ୍କ କୃପାରୁ, ତାଙ୍କର ଦିବ୍ୟ ଯୋଗମାୟା ଶକ୍ତି ଦ୍ୱାରା ସେ ଆମର ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁ ଶକ୍ତି ପ୍ରଦାନ କରିବେ । ତଦ୍ୱାରା ଆମର ଇନ୍ଦ୍ରିୟମାନେ ଦିବ୍ୟ ହୋଇଯିବେ ଏବଂ ତାପରେ ଆମେ ଭଗବାନଙ୍କର ଦିବ୍ୟତାକୁ ଅନୁଭବ କରିପାରିବା, ତାଙ୍କର ସାକାର ସ୍ୱରୂପରେ ହେଉ ବା ସର୍ବବ୍ୟାପୀ ସ୍ୱରୂପରେ ହେଉ । ସୁତରାଂ,ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ କେବଳ ଭକ୍ତି ଦ୍ୱାରା ହିଁ ଜାଣି ହେବେ ।

ଭଗବଦ୍ ଗୀତାରେ, ଭକ୍ତି କରିବାର ଆବଶ୍ୟକତା ଉପରେ ଶ୍ରୀକୃଷ୍ଣ ବାରମ୍ବାର ଗୁରୁତ୍ୱାରୋପଣ କରିଛନ୍ତି । ଶ୍ଲୋ: ୬.୪୭ରେ ସେ କହିଛନ୍ତି ଯେ ଯିଏ ଭକ୍ତି କରେ, ସେ ସମସ୍ତଙ୍କ ଠାରୁ ଶ୍ରେଷ୍ଠ ଅଟେ । ସେ ଏଠାରେ ଅନନ୍ୟୟା ଶବ୍ଦ ଉପରେ ଜୋର ଦେଇଛନ୍ତି, ଯାହାର ଅର୍ଥ “ଅନ୍ୟ କୌଣସି ମାର୍ଗରେ ନୁହେଁ”, ଯେଉଁଥିରେ ଭଗବାନଙ୍କୁ ଜାଣି ହେବ । ଚୈତନ୍ୟ ମହାପ୍ରଭୁ ଏହାକୁ ଅତି ସୁନ୍ଦର ଭାବରେ ନିରୂପଣ କରିଛନ୍ତି:

ଭକ୍ତି ମୁଖ ନିରୀକ୍ଷତ କର୍ମ ଯୋଗ ଜ୍ଞାନ (ଚୈତନ୍ୟ ଚରିତାମୃତ ମଧ୍ୟ. ୨୨.୧୭)

“ଯଦିଓ କର୍ମ, ଜ୍ଞାନ ଏବଂ ଅଷ୍ଟାଙ୍ଗ ଯୋଗ ମଧ୍ୟ ଭଗବତ ପ୍ରାପ୍ତିର ମାର୍ଗ ଅଟନ୍ତି, ତଥାପି ଏହି ସମସ୍ତ ମାର୍ଗ, ସେମାନଙ୍କର ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଭକ୍ତିର ଆଶ୍ରୟ ନିଅନ୍ତି ।”

ଜଗଦ୍‌ଗୁରୁ ଶ୍ରୀ କୃପାଲୁ ଜୀ ମହାରାଜ ମଧ୍ୟ ସେହି କଥା କହିଛନ୍ତି:

କର୍ମ ଯୋଗ ଅରୁ ଜ୍ଞାନ ସବ, ସାଧନ ଯଦପି ବଖାନ ।
ପୈ ବିନୁ ଭକ୍ତି ସବୈ ଜନୁ, ମୃତକ ଦେହ ବିନୁ ପ୍ରାନ । । (ଭକ୍ତି ଶତକ, ଦୋହା-୮)

“ଯଦିଓ କର୍ମ, ଜ୍ଞାନ ଓ ଅଷ୍ଟାଙ୍ଗ ଯୋଗ ଭଗବତ୍ ପ୍ରାପ୍ତିର ମାର୍ଗ ଅଟନ୍ତି, ତଥାପି ଭକ୍ତି ବିନା ସେହି ସବୁ ସାଧନ ପ୍ରାଣହୀନ ଶବ ସଦୃଶ ଅଟନ୍ତି ।” ଅନ୍ୟ ଶାସ୍ତ୍ର ସବୁ ମଧ୍ୟ ସେହିପରି ବର୍ଣ୍ଣନା କରୁଛନ୍ତି:

ଭକ୍ତ୍ୟାହମେକୟା ଗ୍ରାହ୍ୟଃ ଶ୍ରଦ୍ଧାୟାତ୍ମା ପ୍ରିୟଃ ସତାମ୍ (ଭାଗବତମ୍ ୧୧.୧୪.୨୧)

“ଯେଉଁ ଭକ୍ତ ବିଶ୍ୱାସ ଓ ଶ୍ରଦ୍ଧାର ସହିତ ମୋର ଉପାସନା କରନ୍ତି, କେବଳ ତାଙ୍କୁ ହିଁ ମୁଁ ପ୍ରାପ୍ତ ହୁଏ ।”

ମିଲହିଁ ନ ରଘୁପତି ବିନୁ ଅନୁରାଗା, କିଏଁ ଯୋଗ, ତପ, ଜ୍ଞାନ, ବିରାଗା (ରାମାୟଣ)

ଜଣେ ଅଷ୍ଟାଙ୍ଗ ଯୋଗ ସାଧନା କରିପାରେ, ତପସ୍ୟା କରିପାରେ, ଜ୍ଞାନ ଆହରଣ କରିପାରେ ଓ ବୈରାଗ୍ୟ ଆଚରଣ କରିପାରେ । କିନ୍ତୁ ବିନା ଭକ୍ତିରେ ମୋତେ ପ୍ରାପ୍ତ କରି ପାରେନାହିଁ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
8. ଅକ୍ଷର ବ୍ରହ୍ମ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency