ମୟାଧ୍ୟକ୍ଷେଣ ପ୍ରକୃତିଃ ସୂୟତେ ସଚରାଚରମ୍ ।
ହେତୁନାନେନ କୌନ୍ତେୟ ଜଗଦ୍ୱିପରିବର୍ତତେ ।।୧୦।।

ମୟା- ମୋ’ଦ୍ୱାରା; ଅଧ୍ୟକ୍ଷେଣ - ଅଧ୍ୟକ୍ଷତାରେ; ପ୍ରକୃତିଃ - ଭୂତପ୍ରକୃତି; ସୂୟତେ - ସର୍ଜନା କରେ; ସ - ଉଭୟ; ଚରାଚରମ୍ - ସ୍ଥାବର-ଜଙ୍ଗମ; ହେତୁନାନେନ - ଏହି କାରଣରୁ; କୌନ୍ତେୟ - ହେ କୁନ୍ତି-ପୁତ୍ର; ଜଗତ୍ - ଦୃଶ୍ୟ ଜଗତ; ବିପରିବର୍ତତେ - ପରିବର୍ତ୍ତିତ ହୋଇଥାଏ ।

ଅନୁବାଦ

BG 9.10: ହେ କୁନ୍ତି ପୁତ୍ର! ମୋର ନିର୍ଦ୍ଦେଶରେ କାର୍ଯ୍ୟକରି, ମାୟାଶକ୍ତି ସମସ୍ତ ସଜୀବ ଏବଂ ନିର୍ଜୀବ ରୂପର ସଂରଚନା କରେ । ଏହି କାରଣରୁ ଭୌତିକ ଜଗତରେ ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଥାଏ (ସୃଷ୍ଟି, ସ୍ଥିତି ଓ ବିଲୟ) ।

ଭାଷ୍ୟ

ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଥିବା ପ୍ରକାରେ, ଭଗବାନ ପ୍ରତ୍ୟକ୍ଷ ଭାବରେ ସୃଷ୍ଟି କାର୍ଯ୍ୟରେ ଜଡ଼ିତ ହୁଅନ୍ତି ନାହିଁ । ତାଙ୍କ ଅଧ୍ୟକ୍ଷତାରେ ତାଙ୍କର ବିଭିନ୍ନ ଶକ୍ତି ଏବଂ ସେହିସବୁ କାର୍ଯ୍ୟ କରିବା ପାଇଁ ନିଯୁକ୍ତ ହୋଇଥିବା ସେବକମାନେ ତାହା କରିଥାନ୍ତି । ଉଦାହରଣ ସ୍ୱରୂପ, ଗୋଟିଏ ଦେଶର ରାଷ୍ଟ୍ରପତି ସମସ୍ତ ସରକାରୀ କାର୍ଯ୍ୟ ନିଜେ କରନ୍ତି ନାହିଁ । ତାଙ୍କ ଅଧୀନରେ ବିଭିନ୍ନ ବିଭାଗ ଥାଏ ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟ କରିବା ପାଇଁ ପଦାଧିକାରୀମାନେ ନିଯୁକ୍ତ ହୋଇଥାନ୍ତି । ତଥାପି ସରକାରର ସଫଳତା ବା ବିଫଳତା ପାଇଁ ସିଏ ହିଁ ଦାୟୀ ରହନ୍ତି । କାରଣ ତାଙ୍କ ଶାସନାଧୀନ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ପଦାଧିକାରୀମାନଙ୍କୁ ସେ ହିଁ ଅନୁମତି ଦେଇଥାନ୍ତି । ସେହିପରି ପ୍ରଥମ ପୁରୁଷ ବ୍ରହ୍ମା ଏବଂ ମାୟାଶକ୍ତି, ସୃଷ୍ଟି କରିବା ଏବଂ ଜୀବ ଜଗତକୁ ପ୍ରକଟ କରିବାର ଦାୟିତ୍ୱ ସମ୍ପନ୍ନ କରନ୍ତି । ଯେହେତୁ ସେମାନେ ଭଗବାନଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତି, ସେଥିପାଇଁ ତାଙ୍କୁ ସୃଷ୍ଟିକର୍ତ୍ତା ମଧ୍ୟ କୁହାଯାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency