ଅବଜାନନ୍ତି ମାଂ ମୂଢ଼ା ମାନୁଷୀଂ ତନୁମାଶ୍ରିତମ୍ ।
ପରଂ ଭାବମଜାନନ୍ତୋ ମମ ଭୂତମହେଶ୍ୱରମ୍ ।।୧୧।।

ଅବଜାନନ୍ତି - ହେୟ ଜ୍ଞାନ କରନ୍ତି; ମାଂ - ମୋତେ; ମୂଢ଼ାଃ - ମୁର୍ଖ ଲୋକମାନେ; ମାନୁଷୀଂ - ମାନବ; ତନୁମ୍ - ଶରୀର; ଆଶ୍ରିତଂ - ଧାରଣକରି; ପରଂ -ପରମ (ଦିବ୍ୟ); ଭାବଂ - ସ୍ୱରୂପ; ଅଜାନନ୍ତଃ - ନ ଜାଣି; ମମ - ମୋର; ଭୂତ -ସମସ୍ତ ଜୀବ; ମହେଶ୍ୱରମ୍ - ପରମ ପୁରୁଷ ।

ଅନୁବାଦ

BG 9.11: ମୁଁ ଯେତେବେଳେ ସାକାର ରୂପରେ ଅବତୀର୍ଣ୍ଣ ହୁଏ, ଅଜ୍ଞାନୀମାନେ ମୋତେ ଚିହ୍ନିପାରନ୍ତି ନାହିଁ । ସମସ୍ତ ପ୍ରାଣୀଙ୍କର ଅଧିଶ୍ୱର ଭାବେ ମୋର ଦିବ୍ୟ ସ୍ୱରୂପକୁ ସେମାନେ ଜାଣି ପାରନ୍ତି ନାହିଁ ।

ଭାଷ୍ୟ

ଉତ୍ତମ ଶିକ୍ଷକମାନେ ବେଳେବେଳେ ତାଙ୍କ ଛାତ୍ରମାନଙ୍କ ପ୍ରତି କଟୁଶବ୍ଦ ବ୍ୟବହାର କରିଥାନ୍ତି, ଯଦ୍ୱାରା ସେମାନେ ନିଜର ଉପର ଠାଉରିଆ ମନୋଭାବ ତ୍ୟାଗ କରି ଗଭୀର ଚିନ୍ତନରେ ଲିପ୍ତ ହେବେ । ଏଠାରେ ଶ୍ରୀକୃଷ୍ଣ ମୁଢ଼ ଅର୍ଥାତ୍ ‘ମନ୍ଦବୁଦ୍ଧି’ ଶବ୍ଦଟି ସେହି ମାନଙ୍କ ଉଦ୍ଦେଶ୍ୟରେ ପ୍ରୟୋଗ କରିଛନ୍ତି, ଯେଉଁମାନେ ତାଙ୍କର ସାକାର ରୂପର ଦିବ୍ୟତା ସ୍ୱୀକାର କରନ୍ତି ନାହିଁ ।

ଯେଉଁମାନେ କହନ୍ତି, ଭଗବାନ କେବଳ ନିରାକାର ଅଟନ୍ତି ଏବଂ ସେ ସାକାର ରୂପରେ ପ୍ରକଟ ହୋଇପାରିବେ ନାହିଁ, ସେମାନେ ଭଗବାନ ଅନନ୍ତ ଶକ୍ତିଯୁକ୍ତ ଓ ସର୍ବଶକ୍ତିମାନ ଅଟନ୍ତି, ଏହି ସଂଜ୍ଞାର ବିରୋଧ କରନ୍ତି । ପରମ ପୁରୁଷ ଭଗବାନ ଏହି ରୂପ-ରଙ୍ଗ ଭରା ସଂସାରର ସୃଷ୍ଟି କରିଛନ୍ତି । ସଂସାରରେ ଅସଂଖ୍ୟ ରୂପ ସୃଷ୍ଟି କରି ପାରୁଥିବା ଭଗବାନ, ନିଜର ଏକ ରୂପ ସୃଷ୍ଟି କରିପାରିବେ ନାହିଁ? ଅଥବା ଭଗବାନ କ’ଣ ଏପରି କହନ୍ତି, “ସାକାର ରୂପ ଧାରଣ କରିବାର ଶକ୍ତି ମୋର ନାହିଁ, ଅତଏବ ମୁଁ କେବଳ ନିରାକାର ଜ୍ୟୋତି ଅଟେ”? ସେ ସାକାର ରୂପ ଧାରଣ କରି ପାରିବେ ନାହିଁ, ଏପରି କହିବା ତାଙ୍କର ଅସମ୍ପୂର୍ଣ୍ଣ ବର୍ଣ୍ଣନ ଅଟେ ।

ଆମ୍ଭମାନଙ୍କ ପରି କ୍ଷୁଦ୍ର ଜୀବାତ୍ମାମାନଙ୍କର ମଧ୍ୟ ରୂପ ରହିଛି । ଯଦି କିଏ କହିବେ, ଭଗବାନ ରୂପ ଧାରଣ କରିପାରନ୍ତି ନାହିଁ, ତାହେଲେ  ଆମ୍ଭମାନଙ୍କ ପରି ମନୁଷ୍ୟମାନଙ୍କ ଠାରୁ ସେ ନିଶ୍ଚିତ ଭାବରେ କମ୍ ଶକ୍ତିଶାଳୀ ହୋଇଥିବେ । ଭଗବାନଙ୍କର ପରିପୂର୍ଣ୍ଣ ସ୍ୱରୂପରେ ଉଭୟ ବୈଶିଷ୍ଟ୍ୟ ରହିବା ଆବଶ୍ୟକ - ସାକାର ସ୍ୱରୂପ ଏବଂ ନିରାକାର ସ୍ୱରୂପ । ବେଦ କହେ:

ଅପଶ୍ୟଂ ଗୋପାଂ ଅନିପଦ୍ୟମାନମା । ( ଋକ ବେଦ ୧.୨୨.୧୬୪ ସୁକ୍ତ ୩୧)

“ମୁଁ ଭଗବାନଙ୍କୁ ଗୋଟିଏ ଅପରାଜେୟ ବାଳକ, ଯିଏ ଗୋଟିଏ ଗୋପାଳକ ପରିବାରରେ ଆବିର୍ଭୂତ ହୋଇଛନ୍ତି, ସେହି ରୂପରେ ଦର୍ଶନ କରୁଛି ।”

ଦ୍ୱିଭୁଜଂ ମୌନ ମୁଦ୍ରାଧ୍ୟାଂ ବନ ମାଳିନମୀଶ୍ୱରମ୍ (ଗୋପାଳ ତାପନି ଉପନିଷଦ ୧-୧୩)

“ଭଗବାନ ଗଳାରେ ବନ୍ୟପୁଷ୍ପର ମାଳ ପିନ୍ଧିଛନ୍ତି, ବଂଶୀ ବଜାଉଛନ୍ତି ଏବଂ ହସ୍ତରେ ମନମୁଗ୍ଧକର ମୌନ ମୁଦ୍ରା ଧାରଣ କରିଛନ୍ତି ।”

ଗୂଢ଼ଂ ପରଂ ବ୍ରହ୍ମ ମନୁଷ୍ୟ-ଲିଙ୍ଗମ୍ (ଭାଗବତମ୍ ୭.୧୫.୭୫)

“ଭଗବାନ ମନୁଷ୍ୟ ରୂପ ଧାରଣ କରନ୍ତି, ଏହା ଗୁଢ଼ତମ ଜ୍ଞାନ ଅଟେ ।”

ଯତ୍ରାବତୀର୍ଣ୍ଣୋ ଭଗବାନ୍ ପରମାତ୍ମା ନରାକୃତିଃ (ଭାଗବତମ୍ ୯.୨୩.୨୦)

“ସେହି ସମୟରେ, ସମସ୍ତ ଐଶ୍ୱର୍ଯ୍ୟଧାରୀ ପରମାତ୍ମା, ମନୁଷ୍ୟ ରୂପରେ ଅବତୀର୍ଣ୍ଣ ହେଲେ ।”

ଈଶ୍ୱରଃ ପରମଃ କୃଷ୍ଣଃ ସଚ୍ଚିଦାନନ୍ଦ ବିଗ୍ରହ ।
ଅନାଦିରାଦିର୍ ଗୋବିନ୍ଦଃ ସର୍ବକାରଣ କାରଣମ୍ । (ବ୍ରହ୍ମ ସଂହିତା ୫.୧)

ଏହି ଶ୍ଳୋକରେ ବ୍ରହ୍ମା ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି, “ମୁଁ ସେହି ଶ୍ରୀକୃଷ୍ଣଙ୍କର ଉପାସନା କରୁଛି, ଯିଏ ନିତ୍ୟ, ସର୍ବଜ୍ଞ ଏବଂ ଆନନ୍ଦମୟ ଅଟନ୍ତି । ତାଙ୍କର ପ୍ରାରମ୍ଭ ବା ଅନ୍ତ ନାହିଁ ଏବଂ ସେ ସବୁ କାରଣର କାରଣ ଅଟନ୍ତି ।”

ତଥାପି, ଭଗବାନଙ୍କର ସାକାର ରୂପ ସମ୍ବନ୍ଧରେ ଆମେ ମନେ ରଖିବା ଉଚିତ ଯେ ତାହା ଦିବ୍ୟ ରୂପ ଅଟେ; ଅର୍ଥାତ୍ ମାୟିକ ରୂପର ସମସ୍ତ ବିକାରରୁ ରହିତ ଅଟେ । ଭଗବାନଙ୍କର ସ୍ୱରୂପ ସତ୍‌-ଚିତ୍‌-ଆନନ୍ଦମୟ ଅଟେ, ଅର୍ଥାତ୍ ଏହା ନିତ୍ୟ-ଜ୍ଞାନମୟ ଦିବ୍ୟାନନ୍ଦରେ ଗଠିତ ।

ଅସ୍ୟାପି ଦେବ ବପୁଷୋ ମଦନୁଗ୍ରହସ୍ୟ
ସ୍ୱେଚ୍ଛାମୟସ୍ୟ ନ ତୁ ଭୂତ-ମୟସ୍ୟ କୋଽପି । (ଭାଗବତମ୍ ୧୦-୧୪-୨)

ଏହି ଶ୍ଲୋକରେ ବ୍ରହ୍ମା ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି, “ହେ ପ୍ରଭୁ ଆପଣଙ୍କର ଶରୀର ପଂଚ ମହାଭୂତରେ ଗଠିତ ନୁହେଁ, ଏହା ଦିବ୍ୟ ଅଟେ । ମୋ ପରି ଜୀବାତ୍ମା ମାନଙ୍କୁ ଅନୁଗୃହୀତ କରିବା ପାଇଁ ଆପଣ ସ୍ୱେଚ୍ଛାରେ, ଏହି ରୂପରେ ଅବତରିତ ହୋଇଛନ୍ତି ।

ଭଗବତ ଗୀତାର ୪ର୍ଥ ଅଧ୍ୟାୟରେ ଶ୍ରୀକୃଷ୍ଣ କହିଛନ୍ତି; “ଯଦିଓ ମୁଁ ଅଜନ୍ମା, ଅବିନଶ୍ୱର ଏବଂ ଜୀବ ସମୁଦାୟର ଶାସକ ଅଟେ, ତଥାପି ମୁଁ ନିଜର ଯୋଗମାୟା ଶକ୍ତି ବଳରେ ମୋର ମୌଳିକ ଦିବ୍ୟ ରୂପରେ ଏହି ସଂସାରରେ ଆବିର୍ଭୂତ ହୁଏ । (୪.୬) ଏହା ସୂଚିତ କରୁଛି ଯେ, ଭଗବାନ କେବଳ ସାକାର ରୂପ ଧାରଣ କରନ୍ତି ନାହିଁ, ସେ ଅବତାର ନେଇ ମଧ୍ୟ ଏ ସଂସାରରେ ଆବିର୍ଭୂତ ହୁଅନ୍ତି ।

ଆମେ ସବୁ ଜୀବ ଅନାଦି କାଳରୁ ଏହି ସଂସାରରେ ଜନ୍ମ ଗ୍ରହଣ କରୁଅଛେ, ତେଣୁ ସମ୍ଭବତଃ ଭଗବାନଙ୍କ ପୂର୍ବ ଅବତାର କାଳରେ ଆମ୍ଭେମାନେ ମଧ୍ୟ ମାନବ ଶରୀରରେ ଏହି ପୃଥିବୀରେ ଥିବା ଏବଂ ଭଗବାନଙ୍କୁ ଦେଖିଥିବା । କିନ୍ତୁ ଭଗବାନଙ୍କର ରୂପ ଦିବ୍ୟ ଥିଲା, ଅଥଚ  ଆମର ଆଖି ମାୟିକ ଥିଲା । ତେଣୁ  ମାୟିକ ଆଖିରେ ତାଙ୍କୁ ଦେଖି ଆମେ ହୁଏତ ତାଙ୍କର ଦିବ୍ୟ ବ୍ୟକ୍ତିତ୍ୱକୁ ଚିହ୍ନି ପାରି ନ ଥିବା ।

ଭଗବାନଙ୍କର ଦିବ୍ୟ ସ୍ୱରୂପ ଏପରି ଯେ ବ୍ୟକ୍ତି ତା’ର ଆଧ୍ୟାତ୍ମିକ ସ୍ତର ଅନୁସାରେ ହିଁ ତାଙ୍କ ସ୍ୱରୂପର ଦିବ୍ୟତାକୁ ଅନୁଭବ କରିଥାଏ । ସତ୍ତ୍ୱ ଗୁଣୀ ବ୍ୟକ୍ତିମାନେ ତାଙ୍କୁ ଦେଖି ଭାବନ୍ତି, “ଶ୍ରୀକୃଷ୍ଣ ଜଣେ ଅସାଧାରଣ ବ୍ୟକ୍ତି । ସେ ବହୁତ ସମର୍ଥ ଅଟନ୍ତି, କିନ୍ତୁ ସେ ଭଗବାନ ନୁହନ୍ତି ।” ରଜଗୁଣୀ ବ୍ୟକ୍ତିମାନେ ତାଙ୍କୁ ଦେଖି କହନ୍ତି, “ତାଙ୍କଠାରେ ସେପରି କିଛି ବିଶେଷତ୍ୱ ନାହିଁ, ସେ ପୂରାପୁରି ଆମ ପରି ଅଟନ୍ତି ।” ତମଗୁଣ ପ୍ରଧାନ ବ୍ୟକ୍ତିମାନେ ତାଙ୍କୁ ଦେଖି ଚିନ୍ତା କରନ୍ତି, “ସେ ଜଣେ ଅହଂକାରୀ, ଚରିତ୍ରହୀନ, ଆମଠାରୁ ମଧ୍ୟ ଖରାପ ଶ୍ରେଣୀର ବ୍ୟକ୍ତି ଅଟନ୍ତି ।” କେବଳ ଭଗବତ୍ ପ୍ରାପ୍ତ ମହାପୁରୁଷମାନେ, ଭଗବାନଙ୍କ କୃପାରୁ ଦିବ୍ୟଦୃଷ୍ଟି ପ୍ରାପ୍ତ କରିଥିବା କାରଣରୁ, ତାଙ୍କୁ ଭଗବାନ ବୋଲି ଚିହ୍ନି ପାରନ୍ତି । ଶ୍ରୀକୃଷ୍ଣ କହୁଛନ୍ତି, ସେ ଯେତେବେଳେ ଅବତାର ଗ୍ରହଣ କରନ୍ତି, ମାୟାବଦ୍ଧ ଅଜ୍ଞାନୀ ଜୀବମାନେ ତାଙ୍କୁ ଚିହ୍ନିପାରନ୍ତି ନାହିଁ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency