ଗତିର୍ଭର୍ତା ପ୍ରଭୁଃ ସାକ୍ଷୀ ନିବାସଃ ଶରଣଂ ସୁହୃତ୍ ।
ପ୍ରଭବଃ ପ୍ରଳୟଃ ସ୍ଥାନଂ ନିଧାନଂ ବୀଜମବ୍ୟୟମ୍ ।।୧୮।।

ଗତିଃ - ଲକ୍ଷ୍ୟସ୍ଥଳ; ଭର୍ତା - ପୋଷଣକର୍ତ୍ତା; ପ୍ରଭୁଃ - ପ୍ରଭୁ; ସାକ୍ଷୀ - ସାକ୍ଷୀ; ନିବାସଃ - ନିବାସ ସ୍ଥଳ; ଶରଣଂ -ଶରଣ; ସୁହୃତ୍ - ଅତ୍ୟନ୍ତ ଅନ୍ତରଙ୍ଗ ବନ୍ଧୁ; ପ୍ରଭବଃ - ସୃଷ୍ଟି; ପ୍ରଳୟଃ - ପ୍ରଳୟ, ଧ୍ୱଂସ; ସ୍ଥାନଂ - ସ୍ଥାନ; ନିଧାନମ୍ - ଆଶ୍ରୟସ୍ଥଳ; ବୀଜଂ- ମଞ୍ଜି; ଅବ୍ୟହମ୍ - ଅବ୍ୟୟ ।

ଅନୁବାଦ

BG 9.18: ଜୀବର ଅନ୍ତିମ ଲକ୍ଷ୍ୟ ମୁଁ ଅଟେ । ମୁଁ ତା’ର ପାଳନ କର୍ତ୍ତା, ପ୍ରଭୁ, ସାକ୍ଷୀ, ନିବାସ, ଆଶ୍ରୟ ଏବଂ ସଖା ମଧ୍ୟ ଅଟେ । ମୁଁ ହିଁ ସୃଷ୍ଟିର ଆରମ୍ଭ, ଅନ୍ତ ଏବଂ ସ୍ଥିତି ଅଟେ । ମୁଁ ହିଁ ଚିରନ୍ତନ ବୀଜ ଏବଂ ତା’ର ଭଣ୍ଡାର ଅଟେ ।

ଭାଷ୍ୟ

ଯେହେତୁ ଆତ୍ମା ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଅଟେ, ତା’ର ସମସ୍ତ ପ୍ରକାର ସମ୍ବନ୍ଧ ଭଗବାନଙ୍କ ସହିତ ଅଛି । କିନ୍ତୁ ଶରୀର ସହିତ ତାଦାତ୍ମ୍ୟ କରି, ଆମେ ଶାରୀରିକ ସମ୍ବନ୍ଧୀ ମାନଙ୍କୁ ନିଜର ପିତା, ମାତା, ପ୍ରିୟତମ, ସନ୍ତାନ, ସଖା ମାନିନେଇ ଥାଏ । ସେମାନଙ୍କ ପ୍ରତି ଆସକ୍ତ ହୋଇ, ଆମେ ବାରମ୍ବାର ମନରେ ସେମାନଙ୍କର ଚିନ୍ତନ କରିଥାଏ । ଫଳତଃ ସାଂସାରିକ ମାୟାରେ ଆମେ ଅଧିକରୁ ଅଧିକ ବାନ୍ଧି ହୋଇଯାଏ । କିନ୍ତୁ ଆମ ଆତ୍ମାର ଅଭିଳଷିତ ବିଶୁଦ୍ଧ ପ୍ରେମ, କୌଣସି ସାଂସାରିକ ସମ୍ବନ୍ଧୀ ଆମକୁ ଦେଇପାରିବେ ନାହିଁ । ଏହାର ଦୁଇଟି କାରଣ ଅଛି । ପ୍ରଥମତଃ, ଏହି ସବୁ ସମ୍ବନ୍ଧ କ୍ଷଣସ୍ଥାୟୀ ଅଟେ ଏବଂ ସେମାନଙ୍କ ମଧ୍ୟରୁ କେହି କିମ୍ବା ଆମେ ନିଜେ ସଂସାର ତ୍ୟାଗ କଲେ,  ସେହି ସମ୍ପର୍କ ବିଚ୍ଛିନ୍ନ ହୋଇଯିବା ସ୍ୱାଭାବିକ । ଦ୍ୱିତୀୟତଃ, ସେହି ସମ୍ବନ୍ଧର ଆଧାର ସ୍ୱାର୍ଥ ଅଟେ, ଯାହା ସ୍ୱାର୍ଥସିଦ୍ଧି ଅନୁପାତରେ କମ୍ ବା ବେଶୀ ହେଉଥାଏ । ଏପରି ସଂସାରୀ ପ୍ରେମର ମାତ୍ରା ଓ ଗଭୀରତା ଦିନସାରା ପ୍ରତି ମୁହୂର୍ତ୍ତରେ ବଦଳୁଥାଏ - “ମୋ ସ୍ତ୍ରୀ ବହୁତ ଭଲ ଅଟେ....ସେ ସେତେ ଭଲ ନୁହେଁ....ସେ ଚଳିବ...ସେ ଅତ୍ୟନ୍ତ ଖରାପ” ଏହା ସାଂସାରିକ ନାଟକରେ ପ୍ରେମର ପରିବର୍ତ୍ତିତ ସ୍ୱରୂପର ସୀମା ଅଟେ । ଅନ୍ୟ ପକ୍ଷରେ, ଭଗବାନ ଜଣେ ହିଁ ଆମର ଏପରି ସମ୍ବନ୍ଧୀ, ଯିଏ ଜନ୍ମ ଜନ୍ମାନ୍ତରରୁ ଆମ ସହିତ ରହିଛନ୍ତି । ପ୍ରତି ଜନ୍ମରେ ପ୍ରତ୍ୟେକ ଜୀବ ସ୍ୱରୂପରେ, ସେ ଆମ ସହିତ ରହନ୍ତି ଏବଂ ଆମ ହୃଦୟରେ ନିବାସ କରନ୍ତି । ଏହିପରି ଭାବରେ ସେ ଆମର ନିତ୍ୟ ସମ୍ବନ୍ଧୀ ଅଟନ୍ତି । ଏତଦ୍‌ବ୍ୟତିତ ତାଙ୍କର ଆମଠାରେ କୌଣସି ସ୍ୱାର୍ଥ ନାିହଁ । ସେ ନିଜେ ନିଖୁଣ ଓ ସ୍ୱୟଂ-ସମ୍ପୂର୍ଣ୍ଣ ଅଟନ୍ତି । ନିଃସ୍ୱାର୍ଥପର ଭାବରେ ସେ ଆମକୁ ଭଲ ପାଆନ୍ତି, କାରଣ ଏକମାତ୍ର ସେ ହିଁ ଆମର ଚିରନ୍ତନ କଲ୍ୟାଣ ଇଚ୍ଛା କରନ୍ତି । ଅତଏବ, ଏକମାତ୍ର ଭଗବାନ ହିଁ ଆମର ସଚ୍ଚା ସମ୍ବନ୍ଧୀ ଅଟନ୍ତି;  ଯିଏ କି ନିତ୍ୟ ଓ ନିଃସ୍ୱାର୍ଥ ଅଟନ୍ତି ।

ଏହି ତଥ୍ୟକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ବୁଝିବା ପାଇଁ ସମୁଦ୍ର ଏବଂ ସେଥିରୁ ଉତ୍ପନ୍ନ ହେଉଥିବା ତରଙ୍ଗମାନଙ୍କର ସମ୍ପର୍କର ଦୃଷ୍ଟାନ୍ତ ବିଚାରଣୀୟ । ସମୁଦ୍ରରୁ ଉଠୁଥିବା ଦୁଇଟି ପାଖାପାଖି ତରଙ୍ଗ କିଛି ସମୟ ପାଇଁ ଏକତ୍ର ପ୍ରବାହିତ ହୁଅନ୍ତି ଓ କୌତୁକପୂର୍ଣ୍ଣ ଭାବେ ପରସ୍ପର ସହିତ ଖେଳନ୍ତି, ଦେଖିଲେ ମନେହୁଏ ସେମାନଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ । କିନ୍ତୁ ବାସ୍ତବରେ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ଥାଏ କି? ନା, ସେମାନେ ସମୁଦ୍ରରୁ ଉତ୍ପନ୍ନ ହୋଇଥାଆନ୍ତି ଏବଂ ସେମାନଙ୍କର ସମ୍ପର୍କ କେବଳ ସମୁଦ୍ର ସହିତ ଥାଏ । ସେହିପରି ଭଗବାନ ସମୁଦ୍ର ସଦୃଶ ଅଟନ୍ତି ଏବଂ ଆମେ ସବୁ ଜୀବ ତରଙ୍ଗ ପରି ତାଙ୍କଠାରୁ ଉତ୍ପନ୍ନ ହୋଇଅଛେ । ଶାରୀରିକ ସମ୍ବନ୍ଧୀମାନଙ୍କ ସହିତ ଆମେ ଯେଉଁ ସମ୍ପର୍କ ସ୍ଥାପନ କରିଥାଏ, ତାହା କେବଳ ମୃତ୍ୟୁ ପର୍ଯ୍ୟନ୍ତ । ମୃତ୍ୟୁରେ ସମସ୍ତଙ୍କୁ ପରିତ୍ୟାଗ କରି ଆମେ ଏକୁଟିଆ ହିଁ ଅନ୍ୟ ଏକ ଜନ୍ମର ଯାତ୍ରା ପଥରେ ଅଗ୍ରସର ହୋଇଥାଏ । ବାସ୍ତବ ସତ୍ୟ ଏହା ଯେ ଜୀବର ପରସ୍ପର ସହିତ କୌଣସି ସମ୍ବନ୍ଧ ନାହିଁ, ତା’ର ଏକମାତ୍ର ସମ୍ବନ୍ଧ ଭଗବାନଙ୍କ ସହିତ ରହିଛି, ଯାହାଠାରୁ ସେ ଉତ୍ପନ୍ନ ହୋଇଥାଏ ।

ଏହି ଶ୍ଲୋକରେ, ଶ୍ରୀକୃଷ୍ଣ ଆମକୁ ଶରୀର ଓ ଶାରୀରିକ ସମ୍ବନ୍ଧୀମାନଙ୍କ ସହିତ ରହିଥିବା ଆମ ସମ୍ପର୍କର ଊର୍ଦ୍ଧ୍ୱକୁ ନେଇଯାଇଛନ୍ତି । ଆତ୍ମା ସ୍ତରରେ “କେବଳ ଭଗବାନଙ୍କ ସହିତ ହିଁ ଆମର ସମସ୍ତ ପ୍ରକାର ସମ୍ପର୍କ ରହିଛି - ଯଥା ସେ ଆମର ପିତା, ମାତା, ଭଉଣୀ, ଭାଇ, ପ୍ରିୟତମ ଓ ସଖା ଅଟନ୍ତି” । ଏହି ସତ୍ୟର ପୁନରାବୃତ୍ତି ବୈଦିକ ଗ୍ରନ୍ଥମାନଙ୍କରେ ବାରମ୍ବାର କରାଯାଇଅଛି ।

ଦିବ୍ୟୋ ଦେବ ଏକୋ ନାରାୟଣୋ ମାତା ପିତା ଭ୍ରାତା ସୁହୃତ୍ ଗତିଃ
ନିବସଃ ଶରଣଂ ସୁହୃିତ୍ ଗତିର୍ନାରାୟଣ ଇତି । (ସୁବାଳ ଶ୍ରୁତି, ମନ୍ତ୍ର ୬)

“କେବଳ ପ୍ରଭୁ ନାରାୟଣ ହିଁ ଜୀବର ମାତା, ପିତା, ପ୍ରିୟତମ ଏବଂ ଅନ୍ତିମ ଲକ୍ଷ୍ୟ ଅଟନ୍ତି ।”

ମୋରେ ସବଇ ଏକ ତୁହ୍ମ ସ୍ୱାମୀ, ଦୀନବନ୍ଧୁ ଉର ଅନ୍ତରଯାମୀ । (ରାମାୟଣ)

“ହେ ପ୍ରଭୁ ରାମ! ଏକମାତ୍ର ତୁମେ ହିଁ ମୋର ପ୍ରଭୁ, ପତିତପାବନ ଓ ଅନ୍ତର୍ଯ୍ୟାମୀ ଅଟ ।” ଭଗବାନଙ୍କ ସହିତ ଆମର ଚିରନ୍ତନ ସମ୍ପର୍କର ବ୍ୟାପକତା ଉପଲବ୍ଧି କରି, ଆମେ ନିଜର ମନକୁ ତାଙ୍କଠାରେ ଲଗାଇବା ପାଇଁ ଯତ୍ନଶୀଳ ହେବା ଆବଶ୍ୟକ । ତଦ୍ୱାରା ଆମର ମନ ଶୁଦ୍ଧ ହେବ ଓ ଆମେ “ମାମେକଂ ଶରଣଂ ବ୍ରଜ” ବା ପୂର୍ଣ୍ଣ ଶରଣାଗତି ରୂପକ ଶର୍ତ୍ତ ପୂରଣ କରି ପାରିବା, ଯାହାକି ଭଗବତ୍ କୃପା ପ୍ରାପ୍ତ କରିବା  ନିମନ୍ତେ ପରମ ଆବଶ୍ୟକ ଅଟେ । ଏହିପରି ଅନନ୍ୟତା ହାସଲ କରିବା ପାଇଁ ଆମକୁ ସବୁ ପ୍ରକାରର ସାଂସାରିକ ଆସକ୍ତିକୁ ତ୍ୟାଗ କରି ମନକୁ ଏକମାତ୍ର ଭଗବାନଙ୍କଠାରେ ଆସକ୍ତ କରିବାକୁ ପଡିବ । ରାମାୟଣ କହେ:

ସବ କଇ ମମତା ତାଗ ବଟୋରି, ମମ ପଦ ମନହି ବାନ୍ଧ ବରି ଡ଼ୋରି ।

“ସଂସାରର ସମସ୍ତ ବନ୍ଧନର ଖିଅକୁ କାଟି, ସେହି ଖିଅରେ ଗୋଟିଏ ଦଉଡ଼ି ତିଆରି କରି ଭଗବାନଙ୍କ ପାଦପଦ୍ମରେ ବାନ୍ଧିଦିଅ ।” ତାଙ୍କ ଠାରେ ଆମ ମନକୁ ବାନ୍ଧିବାରେ ସାହାଯ୍ୟ କରିବା ପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଉଛନ୍ତି ଯେ, ଆତ୍ମାର ସବୁ ସମ୍ପର୍କ କେବଳ ଭଗବାନଙ୍କ ସହିତ ହିଁ ଅଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency