କ୍ଷିପ୍ରଂ ଭବତି ଧର୍ମାତ୍ମା ଶଶ୍ୱଚ୍ଛାନ୍ତିଂ ନିଗଚ୍ଛତି ।
କୌନ୍ତେୟ ପ୍ରତିଜାନୀହି ନ ମେ ଭକ୍ତଃ ପ୍ରଣଶ୍ୟତି ।।୩୧।।

କ୍ଷିପ୍ରଂ - ଖୁବ୍‌ଶୀଘ୍ର; ଭବତି - ହୁଏ; ଧର୍ମାତ୍ମା- ଧାର୍ମିକ ବ୍ୟକ୍ତି; ଶଶ୍ୱତ୍‌ଶାନ୍ତିଂ - ଶାଶ୍ୱତ ଶାନ୍ତି; ନିଗଚ୍ଛତି - ଲାଭ କରେ; କୌନ୍ତେୟ - ହେ କୁନ୍ତିପୁତ୍ର; ପ୍ରତିଜାନୀହି - ଘୋଷଣା କର; ନ- କଦାପି ନୁହେଁ; ମେ - ମୋର; ଭକ୍ତଃ - ଭକ୍ତ; ପ୍ରଣଶ୍ୟତି - ନଷ୍ଟ ହୁଏ ।

ଅନୁବାଦ

BG 9.31: ସେମାନେ ଖୁବ୍‌ଶୀଘ୍ର ଧର୍ମାତ୍ମା ହୋଇଯାଆନ୍ତି ଏବଂ ଚିର ଶାନ୍ତି ଲାଭ କରିଥାଆନ୍ତି । ହେ କୁନ୍ତି ପୁତ୍ର! ଏହା ଘୋଷଣା କର ଯେ ମୋ ଭକ୍ତର କେବେ ବି ପତନ ହେବ ନାହିଁ ।

ଭାଷ୍ୟ

କେବଳ ଉଚିତ୍ ସଂକଳ୍ପ କଲେ, ଜଣେ ଭକ୍ତକୁ ଧର୍ମାତ୍ମା କୁହାଯିବ କି? ଶ୍ରୀକୃଷ୍ଣ ଏହାକୁ ସ୍ପଷ୍ଟ କରିବାକୁ ଯାଇ କହୁଛନ୍ତି ଯେ ଯଦି ସେମାନେ ଦୃଢ଼ ବିଶ୍ୱାସର ସହିତ ଅନନ୍ୟ ଭକ୍ତିରେ ପ୍ରବୃତ୍ତ ହୁଅନ୍ତି, ତେବେ ତାଙ୍କର ଅନ୍ତଃକରଣ ଶୁଦ୍ଧ ହୋଇଯିବ ଏବଂ ଖୁବ୍ ଶୀଘ୍ର ସେମାନଙ୍କ ଠାରେ ସଦ୍‌ଗୁଣର ବିକାଶ ହେବ ।

ଦିବ୍ୟଗୁଣ କେବଳ ଭଗବାନଙ୍କ ଠାରେ ହିଁ ପ୍ରକାଶିତ ହୁଏ । ସେ ପୂର୍ଣ୍ଣତଃ ନ୍ୟାୟୀ, ସତ୍ୟବାନ, ସମ୍ବେଦନଶୀଳ, ସ୍ନେହୀ, ଦୟାମୟ ଇତ୍ୟାଦି ଅଟନ୍ତି । ଆମେସବୁ ଜୀବ ଭଗବାନଙ୍କର କ୍ଷୁଦ୍ର ଅଂଶ ହୋଇଥିବା ଦୃଷ୍ଟିରୁ, ଭଗବଦୀୟ ଗୁଣ ପ୍ରତି ଆମର ଆକର୍ଷଣ ସ୍ୱାଭାବିକ ଅଟେ । କିନ୍ତୁ ନିଜକୁ ସଦ୍‌ଗୁଣଯୁକ୍ତ କରିବା ଏତେ ସହଜ ନୁହେଁ । ବାଲ୍ୟକାଳରୁ ଆମେ ଏହି ଉପଦେଶ ଶୁଣୁଛେ ଯେ ଆମେ ସତ କହିବା, ଅନ୍ୟର ସେବା କରିବା, କ୍ରୋଧ ତ୍ୟାଗ କରିବା ଉଚିତ୍‌, ତଥାପି ଆମେ ତାହାକୁ କାର୍ଯ୍ୟତଃ କରିପାରୁନାହେଁ କେବଳ ଏଥିପାଇଁ ଯେ ଆମର ମନ ଅଶୁଦ୍ଧ ଅଟେ । ମନର ଶୁଦ୍ଧିକରଣ ବିନା, ଚରିତ୍ରର ଦୋଷକୁ ସମ୍ପୂର୍ଣ୍ଣ ଭାବରେ ଚିରକାଳ ପାଇଁ ନିର୍ମୂଳ କରିହେବ ନାହିଁ । ଦିବ୍ୟ ଗୁଣ ବିକାଶ ସମ୍ବନ୍ଧୀୟ ଅକାଟ୍ୟ ସତ୍ୟକୁ ପ୍ରକାଶ କରିବାକୁ ଯାଇ ଜଗଦ୍‌ଗୁରୁ ଶ୍ରୀ କୃପାଲୁ ଜୀ ମହାରାଜ କହନ୍ତି:

ସତ୍ୟ ଅହିଂସା ଆଦି ମନ! ବିନ ହରି ଭଜନ ନ ପାୟ ।
ଜଲ ତେ ଘୃତ ନିକଲେ ନହୀଁ, କୋଟିନ କରିୟ ଉପାୟ । । (ଭକ୍ତି ଶତକ ପଦ-୩୫)

“ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଲୁଗାରେ ଲାଗିଥିବା ତେଲ ଦାଗକୁ ପାଣି ଦ୍ୱାରା ହଟାଇ ପାରିବା ନାହିଁ । ସେହିପରି ଭଗବାନଙ୍କର ଭକ୍ତି ବିନା ଚରିତ୍ରରେ ସତ୍ୟ, ଅହିଂସା ଆଦି ଦିବ୍ୟଗୁଣର ବିକାଶ ହେବ ନାହିଁ । ଶୁଦ୍ଧ ମନରେ ଏହି ସବୁ ଗୁଣ ପ୍ରକଟିତ ହୋଇଥାଏ ଏବଂ ମନକୁ ସର୍ବଶୁଦ୍ଧ ଭଗବାନଙ୍କ ଠାରେ ସଂଲଗ୍ନ ନ କରିବା ଯାଏଁ, ମନ କେବେ ବି ଶୁଦ୍ଧ ହେବ ନାହିଁ ।

ପୁନଶ୍ଚ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦୃଢ଼ତାର ସହିତ ଏହା ଘୋଷଣା କରିବାକୁ କହୁଛନ୍ତି ଯେ ଭକ୍ତର କେବେବି ପତନ ହେବ ନାହିଁ । ସେ ଏହା କହୁନାହାନ୍ତି ଯେ “ଜ୍ଞାନୀମାନଙ୍କର ପତନ ହେବ ନାହିଁ ।” ଅଥବା “କର୍ମୀମାନଙ୍କର (କର୍ମକାଣ୍ଡ କରୁଥିବା) ପତନ ହେବ ନାହିଁ ।” ସେ ତାଙ୍କର ଭକ୍ତମାନଙ୍କ ପ୍ରତି ପ୍ରତିଜ୍ଞା କରୁଛନ୍ତି ଯେ “ସେମାନଙ୍କର କେବେ ବି ଅଧଃପତନ ହେବ ନାହିଁ” । ଏହିପରି ଭାବରେ ସେ ୯.୨୨ ଶ୍ଲୋକର  ବକ୍ତବ୍ୟକୁ ଦୋହରାଇଛନ୍ତି ଯେ ଯିଏ ତାଙ୍କ ପ୍ରତି ସମର୍ପିତ ହୋଇ ଅନନ୍ୟ ଭକ୍ତିରେ ନିମଗ୍ନ ରହେ, ତା’ର ସମସ୍ତ ଭାର ସେ ନିଜେ ବହନ କରନ୍ତି ।

କଥାଟି ଅତ୍ୟନ୍ତ କୌତୁହଳପ୍ରଦ ମନେହୁଏ ଯେ ଶ୍ରୀକୃଷ୍ଣ ନିଜେ ଏହା ଘୋଷଣା ନ କରି ଅର୍ଜୁନଙ୍କୁ କାହିଁକି ଘୋଷଣା କରିବାକୁ କହୁଛନ୍ତି? ଏହାର କାରଣ ହେଉଛି, ବିଶେଷ ପରିସ୍ଥିତିରେ ବେଳେବେଳେ ଭଗବାନ ନିଜର ପ୍ରତିଜ୍ଞା ଭଙ୍ଗ କରିଦିଅନ୍ତି, କିନ୍ତୁ ତାଙ୍କ ଭକ୍ତ କରିଥିବା ପ୍ରତିଜ୍ଞାକୁ ସେ କେବେ ବି ଭଙ୍ଗ ହେବାକୁ ଦିଅନ୍ତି ନାହିଁ । ମହାଭାରତ ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ପ୍ରତିଜ୍ଞା କରିଥିଲେ ଯେ ସେ ଅସ୍ତ୍ର ଉଠାଇବେ ନାହିଁ । କିନ୍ତୁ ଭୀଷ୍ମ, ଯିଏକି ଭଗବାନଙ୍କର ଜଣେ ପରମ ଭକ୍ତ, ପ୍ରତିଜ୍ଞା କଲେ, ପରଦିନ ସୂର୍ଯ୍ୟାସ୍ତ ପୂର୍ବରୁ ସେ ଅର୍ଜୁନଙ୍କୁ ହତ୍ୟା କରିବେ ବା ତାଙ୍କୁ ରକ୍ଷା କରିବାକୁ ଶ୍ରୀକୃଷ୍ଣଙ୍କୁ ଅସ୍ତ୍ର ଉଠାଇବା ପାଇଁ ବାଧ୍ୟ କରିବେ । ସୁତରାଂ, ଶ୍ରୀକୃଷ୍ଣ ଭୀଷ୍ମ କରିଥିବା ପ୍ରତିଜ୍ଞାକୁ ରକ୍ଷା କରିବାକୁ ଯାଇ ନିଜ ପ୍ରତିଜ୍ଞା ଭଙ୍ଗ କରିଥିଲେ । ସେଥିପାଇଁ ଶ୍ରୀକୃଷ୍ଣ କହୁଛନ୍ତି, “ଅର୍ଜୁନ ତୁମେ ଘୋଷଣା କର ଯେ, ମୋ ଭକ୍ତର ପତନ ହେବ ନାହିଁ, କାରଣ ମୁଁ ପ୍ରତିଜ୍ଞା କରୁଛି ଯେ ତୁମର ବଚନ ଅବଶ୍ୟ ରକ୍ଷା ହେବ ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
9. ରାଜବିଦ୍ୟା ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency