ନ ହି କଶ୍ଚିତ୍କ୍ଷଣମପି ଜାତୁ ତିଷ୍ଠିତ୍ୟକର୍ମକୃତ୍ ।
କାର୍ଯ୍ୟତେ ହ୍ୟବଶଃ କର୍ମ ସର୍ବଃ ପ୍ରକୃତିଜୈର୍ଗୁଣୈଃ ।।୫।।
Translation: କର୍ମ ନ କରି କୈଣସି ବ୍ୟକ୍ତି ଗୋଟିଏ କ୍ଷଣ ବି ରହି ପାରିବ ନାହିଁ । ବାସ୍ତବରେ, ସମସ୍ତ ପ୍ରାଣୀ ତାଙ୍କର ଜନ୍ମଗତ ଗୁଣ ଅନୁସାରେ (ତିନି ଗୁଣ) କର୍ମ କିରବାକୁ ବାଧ୍ୟ ଅଟନ୍ତି ।
Commentary: କେତେକ ବ୍ୟକ୍ତି ଭାବନ୍ତି ଯେ କର୍ମ କେବଳ ବୃତ୍ତିଗତ କର୍ମକୁ ବୁଝାଏ ଏବଂ ଦୈନନ୍ଦିନ କାର୍ଯ୍ୟ ଯେପରି କି ଖାଇବା, ପିଇବା, ଶୋଇବା, ଚାଲିବା ଏବଂ ଚିନ୍ତା କରିବା ଆଦିକୁ ବୁଝାଏ ନାହିଁ । ଏଣୁ ସେମାନେ ଯେତେବେଳେ ତାଙ୍କର ବୃତ୍ତିଗତ କର୍ମ ତ୍ୟାଗ କରନ୍ତି, ସେମାନେ ଭାବନ୍ତି …
ଏହି ଶ୍ଲୋକ ଖୋଲନ୍ତୁ ›Google ସର୍ଚ୍ଚରେ #1 ଗୀତା ସାଇଟ୍
ଆଜି ପର୍ଯ୍ୟନ୍ତ ଦର୍ଶକ ସଂଖ୍ୟା
ତତ୍କାଳୀନ ସମସ୍ୟାକୁ ସମ୍ଭାଳିବାରେ ଅସମର୍ଥ ହୋଇ, ଅର୍ଜୁନ ନିଜ ମନର ବ୍ୟଥା ଦୂର କରିବା ପାଇଁ ଶ୍ରୀକୃଷ୍ଣଙ୍କ ଶରଣାଗତ ହେଲେ। ଶ୍ରୀକୃଷ୍ଣ କେବଳ ତାଙ୍କର ସେହି ସମସ୍ୟାର ସମାଧାନ ଦେଇନଥିଲେ, ବରଂ ଜୀବନର ଗଭୀର ତତ୍ତ୍ୱ ଉପରେ ଦିବ୍ୟ ଉପଦେଶ ଦେଇଥିଲେ। ତେଣୁ, ଈଶ୍ୱର ପ୍ରାପ୍ତିର ଦିବ୍ୟ ଜ୍ଞାନ ଅର୍ଥାତ୍ ବ୍ରହ୍ମବିଦ୍ୟା ହେଉଛି ଭଗବଦ୍ଗୀତାର ମୂଳ ଲକ୍ଷ୍ୟ।
ଭଗବଦ୍ଗୀତା କେବଳ ଉଚ୍ଚ ଦାର୍ଶନିକ ଜ୍ଞାନ ପ୍ରଦାନ କରିନଥାଏ ବରଂ ସେହି ଜ୍ଞାନକୁ ଜୀବନରେ କିପରି ପ୍ରୟୋଗ କରାଯିବ ତାହାର ସରଳ ଓ ସ୍ପଷ୍ଟ ପଦ୍ଧତିର ଶିକ୍ଷା ଦେଇଥାଏ। ଏହି ପ୍ରୟୋଗମୂଳକ ଆଧ୍ୟାତ୍ମିକ ପଥକୁ ‘ଯୋଗ’ କୁହାଯାଏ। ସେହିକାରଣରୁ ଭଗବଦ୍ଗୀତାକୁ "ଯୋଗ ଶାସ୍ତ୍ର" ମଧ୍ୟ କୁହାଯାଏ, ଅର୍ଥାତ୍ ଏହା ଏମିତି ଏକ ଶାସ୍ତ୍ର ଯାହା ଯୋଗ ଅଭ୍ୟାସର ଶିକ୍ଷା ଦେଇଥାଏ।
ଅନଭିଜ୍ଞ ସାଧକ ପ୍ରାୟତଃ ଆଧ୍ୟାତ୍ମିକତାକୁ ଦୈନନ୍ଦିନ ଜୀବନରୁ ପୃଥକ୍ ଭାବନ୍ତି। କେହି କେହି ପରମାନନ୍ଦ କେବଳ ପରଲୋକରେ ପ୍ରାପ୍ତ ହେବ ବୋଲି ମାନନ୍ତି। କିନ୍ତୁ ଭଗବଦ୍ଗୀତା ଏହି ଭେଦକୁ ସ୍ୱୀକାର କରେନାହିଁ ବରଂ ଏହି ସଂସାରରେ ରହି ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ଦିବ୍ୟତାରେ ପରିଣତ କରିବାର ଶିକ୍ଷା ଦେଇଥାଏ। ତେଣୁ ଗୀତାର ଅଠରୋଟି ଅଧ୍ୟାୟକୁ ବିଭିନ୍ନ ‘ଯୋଗ’ ଭାବେ ଉଲ୍ଲେଖ କରାଯାଏ, କାରଣ ଏଥିରେ ଆଧ୍ୟାତ୍ମିକ ଜ୍ଞାନକୁ ଜୀବନରେ ପ୍ରୟୋଗ କରିବାର ବ୍ୟବହାରିକ ପଦ୍ଧତି ବର୍ଣ୍ଣିତ ଅଛି।
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
Journey through 18 chapters of timeless wisdom, each revealing profound truths about life, duty, and the divine
ଅର୍ଜୁନ ବିଷାଦଯୋଗ
ଭଗବଦ୍ ଗୀତା ମହାଭାରତ ଯୁଦ୍ଧର ରଣଭୂମିରେ କୁହାଯାଇଥିଲା, ଯାହାକି କୌରବ ଏବଂ ପାଣ୍ଡବ ଦୁଇ ଭ୍ରାତୃପକ୍ଷଙ୍କ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ଏକ ବିଶାଳ ଯୁଦ୍ଧ ଥିଲା …
ସାଂଖ୍ୟ ଯୋଗ
ଏହି ଅଧ୍ୟାୟରେ ଅର୍ଜୁନ ଯେଉଁ ପରିସ୍ଥିତି ମଧ୍ୟରେ ଅଛନ୍ତି, ତା’ ସହିତ ଉପଯୋଜନ କରିବାରେ ନିଜର ଚରମ ଅକ୍ଷମତା ବିଷୟ ପୁନରାବୃତ୍ତି କରିଛନ୍ତି ଏବଂ ଆସନ୍ନ ଯୁଦ୍ଧରେ …
କର୍ମ ଯୋଗ
ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ବର୍ଣ୍ଣନା କରିଛନ୍ତି ଯେ- ପ୍ରତ୍ୟେକ ଜୀବ ନିଜର ଅର୍ନ୍ତନିହିତ ଗୁଣ ଅନୁଯାୟୀ ପ୍ରତିକ୍ଷଣ କର୍ମ କରିବାକୁ ବାଧ୍ୟ ହୋଇଥାଆନ୍ତି ଏବଂ କେହି ମଧ୍ୟ …
ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ
ଚତୁର୍ଥ ଅଧ୍ୟାୟରେ ଶ୍ରୀକୃଷ୍ଣ ପ୍ରଦାନ କରୁଥିବା ଜ୍ଞାନର ମୌଳିକ ଉତ୍ପତ୍ତି ବିଷୟରେ ଆଲୋକପାତ କରି ସେହି ଜ୍ଞାନରେ ଅର୍ଜୁନଙ୍କର ଆସ୍ଥାକୁ ଦୃଢ଼ କରୁଛନ୍ତି । ସେ ବର୍ଣ୍ଣନା …
କର୍ମସନ୍ନ୍ୟାସ ଯୋଗ
ଏହି ଅଧ୍ୟାୟରେ କର୍ମସନ୍ନ୍ୟାସ ଏବଂ କର୍ମଯୋଗ ଏହି ଦୁଇ ମାର୍ଗର ତୁଳନା କରାଯାଇଅଛି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଉଭୟ ମାର୍ଗ ସମାନ ଲକ୍ଷ୍ୟର ପ୍ରାପ୍ତି କରାଇ …
ଧ୍ୟାନ ଯୋଗ
ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ପଂଚମ ଅଧ୍ୟାୟରେ କରିଥିବା କର୍ମଯୋଗ (ସାଂସାରିକ କର୍ମ କରିବା ସହିତ ଭଗବତ୍ ସାଧନା କରିବା) ଏବଂ କର୍ମସନ୍ୟାସ (ସାଂସାରିକ କର୍ମ ତ୍ୟାଗ କରି …
ଜ୍ଞାନ ବିଜ୍ଞାନ ଯୋଗ
ଏହି ଅଧ୍ୟାୟରେ ଭଗବାନଙ୍କ ଶକ୍ତିର ଦୁଇଟି ଦିଗ, ଭୌତିକ ଏବଂ ଆଧ୍ୟାତ୍ମିକ, ସମ୍ପର୍କରେ ବର୍ଣ୍ଣନା କରାଯାଇଅଛି । ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ, ଏହି ସବୁ ଶକ୍ତି …
ଅକ୍ଷର ବ୍ରହ୍ମ ଯୋଗ
ଏହି ଅଧ୍ୟାୟରେ କେତୋଟି ମହତ୍ତ୍ୱପୂର୍ଣ୍ଣ ଶବ୍ଦର ବ୍ୟାଖ୍ୟା କରାଯାଇଅଛି, ଯାହାର ବିସ୍ତୃତ ବର୍ଣ୍ଣନା ଉପନିଷଦରେ ଦେଖିବାକୁ ମିଳିଥାଏ । ତାଛଡା, ମୃତ୍ୟୁ ପରେ ଆତ୍ମାର କେଉଁ ଗତି …
ରାଜବିଦ୍ୟା ଯୋଗ
ସପ୍ତମ ଓ ଅଷ୍ଟମ ଅଧ୍ୟାୟରେ ଶ୍ରୀକୃଷ୍ଣ ସୂଚନା ଦେଇଛନ୍ତି ଯେ ସର୍ବୋଚ୍ଚ ଶ୍ରେଣୀର ଯୋଗ ପାଇଁ, ସରଳତମ ମାର୍ଗ ଭକ୍ତି ହିଁ ଅଟେ । ନବମ ଅଧ୍ୟାୟରେ …
ବିଭୂତି ଯୋଗ
ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଏହି ଅଧ୍ୟାୟର ବର୍ଣ୍ଣନା ଅର୍ଜୁନଙ୍କୁ ତାଙ୍କ ତେଜସ୍ୱୀ ଏବଂ ଦୀପ୍ତିମାନ ମହିମାର ଅବଲୋକନ କରାଇ, ଧ୍ୟାନ କରିବାରେ ତାଙ୍କର ସହାୟତା କରିବା ଉଦ୍ଦେଶ୍ୟରେ …
ବିଶ୍ୱରୂପ ଦର୍ଶନ ଯୋଗ
ପୂର୍ବବର୍ତ୍ତୀ ଅଧ୍ୟାୟରେ, ଅର୍ଜୁନଙ୍କର ଭକ୍ତି ଭାବ ବଢ଼ାଇବା ପାଇଁ ଶ୍ରୀକୃଷ୍ଣ ତାଙ୍କର ଅନେକ ଦିବ୍ୟଗୁଣ ବା ବିଭୂତି ବର୍ଣ୍ଣନା କଲେ । ଶେଷରେ ସେ ସମସ୍ତ ସୁନ୍ଦର, …
ଭକ୍ତି ଯୋଗ
ଏହି ଛୋଟ ଅଧ୍ୟାୟଟି, ଅନ୍ୟ ସମସ୍ତ ପ୍ରକାରର ଆଧ୍ୟାତ୍ମିକ ସାଧନା ପଦ୍ଧତି ଅପେକ୍ଷା ପ୍ରେମ ରସ ଯୁକ୍ତ ଭକ୍ତିମାର୍ଗର ଉତ୍କୃଷ୍ଟତା ଉପରେ ଗୁରୁତ୍ୱାରୋପ କରିଛି । ଏହାର …
କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ
ଭଗବଦ୍ ଗୀତାରେ ଅଠରଟି ଅଧ୍ୟାୟ ରହିଛି ଯାହାକୁ ତିନୋଟି ବିଭାଗରେ ସମନ୍ୱିତ କରାଯାଇ ପାରିବ । ପ୍ରଥମ ବିଭାଗ ଅନ୍ତର୍ଗତ ପ୍ରଥମ ଛଅଗୋଟି ଅଧ୍ୟାୟ କର୍ମଯୋଗର ବର୍ଣ୍ଣନା …
ଗୁଣତ୍ରୟ ବିଭାଗ ଯୋଗ
ପୂର୍ବ ଅଧ୍ୟାୟରେ ଆତ୍ମା ଏବଂ ଭୌତିକ ଶରୀର ମଧ୍ୟରେ ଥିବା ପ୍ରଭେଦର ବିସ୍ତୃତ ବର୍ଣ୍ଣନା କରାଯାଇଥିଲା । ଏହି ଅଧ୍ୟାୟରେ, ମାୟିକ ଶକ୍ତିର ଗୁଣ ବିଷୟରେ ବର୍ଣ୍ଣନା …
ପୁରୁଷୋତ୍ତମ ଯୋଗ
ପୂର୍ବ ଅଧ୍ୟାୟରେ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ ଯେ ଭୌତିକ ପ୍ରକୃତିର ତ୍ରିଗୁଣକୁ ଅତିକ୍ରମ କଲେ, ବ୍ୟକ୍ତି ଦିବ୍ୟ ଲକ୍ଷ୍ୟପ୍ରାପ୍ତି କରିଥାଏ । ସେ ଏହା ମଧ୍ୟ ପ୍ରକାଶ …
ଦୈବାସୁର ସମ୍ପଦ ବିଭାଗ ଯୋଗ
ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ମନୁଷ୍ୟର ଦୁଇ ପ୍ରକାର ସ୍ୱଭାବ ବିଷୟରେ ବର୍ଣ୍ଣନା କରିଛନ୍ତି - ସାଧୁ ସ୍ୱଭାବ ଏବଂ ଆସୁରିକ ସ୍ୱଭାବ । ଶାସ୍ତ୍ର ଉପଦେଶ ପାଳନ, …
ଶ୍ରଦ୍ଧା ତ୍ରୟ ବିଭାଗ ଯୋଗ
ଚତୁର୍ଦ୍ଦଶ ଅଧ୍ୟାୟରେ, ଶ୍ରୀକୃଷ୍ଣ ଭୌତିକ ପ୍ରକୃତିର ତିନିଗୁଣ ଏବଂ ସେଗୁଡ଼ିକ ମନୁଷ୍ୟଙ୍କୁ କିପରି ପ୍ରଭାବିତ କରନ୍ତି, ତାହା ବର୍ଣ୍ଣନା କରିଥିଲେ । ସପ୍ତଦଶ ଅଧ୍ୟାୟରେ, ସେ ଗୁଣ …
ମୋକ୍ଷ ସନ୍ୟାସ ଯୋଗ
ଭଗବଦ୍ଗୀତାର ଏହି ଅନ୍ତିମ ଅଧ୍ୟାୟଟି ଅନ୍ୟ ସବୁ ଅଧ୍ୟାୟଠାରୁ ଦୀର୍ଘତମ ଅଟେ ଏବଂ ଏଥିରେ ଅନେକ ବିଷୟ ଅନ୍ତର୍ଭୁକ୍ତ କରାଯାଇଛି । ସଂସ୍କୃତ ଭାଷାରେ ବହୁ ପ୍ରଚଳିତ …
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ