ସଞ୍ଜୟ ଉବାଚ
ଏତଚ୍ଛୃତ୍ୱା ବଚନଂ କେଶବସ୍ୟ
କୃତାଞ୍ଜଳିର୍ବେପମାନଃ କିରୀଟୀ ।
ନମସ୍କୃତ୍ୱା ଭୂୟ ଏବାହ କୃଷ୍ଣଂ
ସଗଦ୍ଗଦଂ ଭୀତଭୀତଃ ପ୍ରଣମ୍ୟ ।।୩୫।।
ସଞ୍ଜୟ ଉବାଚ - ସଞ୍ଜୟ କହିଲେ; ଏତତ୍ - ଏହିପରି; ଶ୍ରୁତ୍ୱା - ଶୁଣି; ବଚନଂ -ବାକ୍ୟ; କେଶବସ୍ୟ - ଶ୍ରୀକୃଷ୍ଣଙ୍କର; କୃତାଞ୍ଜଳିଃ - ଯୋଡ଼ହସ୍ତ ହୋଇ; ବେପମାନଃ - ଥରିଥରି; କିରୀଟୀ - ଅର୍ଜୁନ; ନମସ୍କୃତ୍ୱା - ନମସ୍କାର କରି; ଭୂୟଃ - ପୁନର୍ବାର; ଏବ - ମଧ୍ୟ; ଆହ କୃଷ୍ଣଂ - କୃଷ୍ଣଙ୍କୁ କହିଲେ; ସଗଦ୍ଗଦଂ - ଗଦ୍ଗଦ୍ ସ୍ୱରରେ; ଭୀତଭୀତଃ- ଭୀତତ୍ରସ୍ତ; ପ୍ରଣମ୍ୟ - ପ୍ରଣାମ କରି ।
BG 11.35: ସଞ୍ଜୟ କହିଲେ: କେଶବଙ୍କର ଏହି ସବୁ ବାକ୍ୟ ଶୁଣି, ଅର୍ଜୁନ ଭୟଭୀତ ହୋଇ କମ୍ପିବାକୁ ଲାଗିଲେ । ଶ୍ରୀକୃଷ୍ଣଙ୍କ ସମ୍ମୁଖରେ କରଯୋଡ଼ି ନତମସ୍ତକ ହେଲେ ଏବଂ ଅତ୍ୟନ୍ତ ଭୟାତୁର ହୋଇ ଅସ୍ପଷ୍ଟ ଶବ୍ଦରେ କହିଲେ ।
ଏଠାରେ ଅର୍ଜୁନଙ୍କୁ ‘ମୁକୁଟଧାରୀ’ କୁହାଯାଇଛି । ସେ ଏକଦା ଦୁଇଜଣ ରାକ୍ଷସଙ୍କୁ ମାରିବାରେ ଇନ୍ଦ୍ରଙ୍କୁ ସାହାଯ୍ୟ କରିଥିଲେ । ଖୁସୀର ପ୍ରତୀକ ସ୍ୱରୂପ ଇନ୍ଦ୍ର ତାଙ୍କ ମସ୍ତକରେ ଏକ ଉଜ୍ଜ୍ୱଳ ମୁକୁଟ ପିନ୍ଧାଇ ଦେଇଥିଲେ । କିନ୍ତୁ ମୁକୁଟ, ରାଜତ୍ୱର ଏକ ପ୍ରତୀକ ମଧ୍ୟ ଅଟେ । ସଞ୍ଜୟ ଇଚ୍ଛାକୃତ ଭାବେ ଏହି ଶବ୍ଦ ବ୍ୟବହାର କରିଛନ୍ତି । ସେ ବୃଦ୍ଧ ସମ୍ରାଟ ଧୃତରାଷ୍ଟ୍ରଙ୍କୁ ସୂଚନା ଦେବା ପାଇଁ ଚାହୁଁଛନ୍ତି ଯେ ଆଗାମୀ ଯୁଦ୍ଧରେ, ତାଙ୍କର କୌରବ ପୁତ୍ରମାନେ ନିଜର ସିଂହାସନ ହରାଇବେ ।
ସଞ୍ଜୟ ଉବାଚ
ଏତଚ୍ଛୃତ୍ୱା ବଚନଂ କେଶବସ୍ୟ
କୃତାଞ୍ଜଳିର୍ବେପମାନଃ କିରୀଟୀ ।
ନମସ୍କୃତ୍ୱା ଭୂୟ ଏବାହ କୃଷ୍ଣଂ
ସଗଦ୍ଗଦଂ ଭୀତଭୀତଃ ପ୍ରଣମ୍ୟ ।।୩୫।।
ସଞ୍ଜୟ କହିଲେ: କେଶବଙ୍କର ଏହି ସବୁ ବାକ୍ୟ ଶୁଣି, ଅର୍ଜୁନ ଭୟଭୀତ ହୋଇ କମ୍ପିବାକୁ ଲାଗିଲେ । ଶ୍ରୀକୃଷ୍ଣଙ୍କ ସମ୍ମୁଖରେ କରଯୋଡ଼ି ନତମସ୍ତକ ହେଲେ ଏବଂ ଅତ୍ୟନ୍ତ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ