ଅନପେକ୍ଷଃ ଶୁଚିର୍ଦକ୍ଷ ଉଦାସୀନୋ ଗତବ୍ୟଥଃ ।
ସର୍ବାରମ୍ଭପରିତ୍ୟାଗୀ ଯୋ ମଦ୍‌ଭକ୍ତଃ ସ ମେ ପ୍ରିୟଃ ।।୧୬।।

ଅନପେକ୍ଷଃ - ନିରପେକ୍ଷ; ଶୁଚିଃ - ପବିତ୍ର; ଦକ୍ଷଃ - ଦକ୍ଷ; ଉଦାସୀନଃ - ଉଦାସୀନ; ଗତବ୍ୟଥଃ - ସମସ୍ତ ବ୍ୟଥାରୁ ମୁକ୍ତି; ସର୍ବ-ଆରମ୍ଭ -ସମସ୍ତ ପ୍ରଚେଷ୍ଟା; ପରିତ୍ୟାଗୀ- ପରିତ୍ୟାଗୀ; ଯଃ -ଯିଏ; ମଦ୍‌-ଭକ୍ତଃ -ମୋର ଭକ୍ତ; ସଃ - ସେ; ମେ-ମୋର; ପ୍ରିୟଃ - ଅତିପ୍ରିୟ ।

ଅନୁବାଦ

BG 12.16: ଯେଉଁମାନେ ସାଂସାରିକ ଲାଭ ପ୍ରତି ନିର୍ଲିପ୍ତ, ବାହ୍ୟ ଏବଂ ଅଭ୍ୟନ୍ତରରେ ପବିତ୍ର, ଦକ୍ଷ, ନିଶ୍ଚିନ୍ତ, ଅବିଚଳିତ ଏବଂ ସମସ୍ତ ପ୍ରଯତ୍ନରେ ସ୍ୱାର୍ଥରହିତ ଥାଆନ୍ତି, ସେହି ଭକ୍ତମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।

ଭାଷ୍ୟ

ସାଂସାରିକ ଲାଭ ପ୍ରତି ନିର୍ଲିପ୍ତ - ଜଣେ ଅତ୍ୟନ୍ତ ଗରିବ ଲୋକ ପାଇଁ ୧୦୦ଟଙ୍କା ହଜିଯିବା ବହୁତ ବଡ କଥା ଅଟେ, କିନ୍ତୁ ଜଣେ କୋଟିପତି ତାହାକୁ ନଗଣ୍ୟ ଭାବନ୍ତି ଏବଂ ସେଥିରେ ଚିନ୍ତିତ ହୁଅନ୍ତି ନାହିଁ । ଭକ୍ତମାନେ ଭଗବାନଙ୍କ ପ୍ରେମରେ ଧନାଢ଼୍ୟ ହୋଇ ଯାଇଥାନ୍ତି ସେମାନେ ଏହାକୁ ସଂସାରର ସବୁଠାରୁ ମୂଲ୍ୟବାନ ସମ୍ପଦ ମନେ କରନ୍ତି । ସେମାନେ ଭଗବାନଙ୍କର ଭକ୍ତିଯୁକ୍ତ ସେବାକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦିଅନ୍ତି । ସୁତରାଂ, ସେମାନେ ସାଂସାରିକ ଲାଭ ପାଇଁ ଚିନ୍ତିତ ହୁଅନ୍ତି ନାହିଁ ।

ବାହ୍ୟ ଓ ଅଭ୍ୟନ୍ତରରେ ପବିତ୍ର - ସେମାନଙ୍କର ମନ ସର୍ବଦା ପୂର୍ଣ୍ଣଶୁଦ୍ଧ ଭଗବାନଙ୍କଠାରେ ଯୁକ୍ତ ରହିଥିବା ଯୋଗୁଁ, ଭକ୍ତମାନେ ଲୋଭ, କ୍ରୋଧ, ଆସକ୍ତି, ଈର୍ଷା, ଅହଂକାର ଇତ୍ୟାଦି ଦୋଷରୁ ମୁକ୍ତ ରହି ଆଭ୍ୟନ୍ତରୀଣ ପବିତ୍ରତାକୁ ପ୍ରାପ୍ତ ହୋଇଥାନ୍ତି । ଏହିପରି ମାନସିକ ସ୍ଥିତିରେ ସେମାନେ ନିଜର ବାହ୍ୟ ଶରୀର ଓ ପରିବେଶକୁ ମଧ୍ୟ ପବିତ୍ର ରଖିବାକୁ ଇଚ୍ଛା କରିବା ସ୍ୱାଭାବିକ । “ସ୍ୱଚ୍ଛତା ହିଁ ଭଗବାନ”- ଏହି ପୁରାତନ ଉକ୍ତି ଅନୁଯାୟୀ, ଭକ୍ତମାନେ ଉଭୟ ବାହ୍ୟରୂପରେ ଏବଂ ଅଭ୍ୟନ୍ତରରେ ଶୁଦ୍ଧ ଅଟନ୍ତି ।

ଦକ୍ଷ - ଭକ୍ତମାନେ ସେମାନଙ୍କର ସମସ୍ତ କାର୍ଯ୍ୟଭାରକୁ ଭଗବାନଙ୍କ ସେବାର ଏକ ସୁଯୋଗ ଭାବରେ ଗ୍ରହଣ କରନ୍ତି । ତେଣୁ ସେମାନେ ନିଜର ପ୍ରତ୍ୟେକ କାର୍ଯ୍ୟକୁ ଅତ୍ୟନ୍ତ ସାବଧାନ ଓ ମନୋଯୋଗ ସହକାରେ କରିଥାନ୍ତି, ଯାହା ସେମାନଙ୍କୁ ସ୍ୱାଭାବିକ ଭାବେ ଦକ୍ଷ କରିଥାଏ ।

ନିଶ୍ଚିନ୍ତ - ନିଜ ଶରଣାଗତି ଅନୁସାରେ, ସେମାନଙ୍କର ଏହି ବିଶ୍ୱାସ ଥାଏ ଯେ ଭଗବାନ ସର୍ବଦା ତାଙ୍କର ରକ୍ଷା କରୁଛନ୍ତି । ତେଣୁ ସେମାନେ ନିଶ୍ଚିନ୍ତ ରହନ୍ତି ।

ଅବିଚଳିତ - ଯେହେତୁ ଭକ୍ତମାନେ ଭଗବାନଙ୍କ ଇଚ୍ଛାରେ ଇଚ୍ଛା ରଖିଥାଆନ୍ତି, ସମସ୍ତ କାର୍ଯ୍ୟରେ ସେମାନେ ତାଙ୍କର ସର୍ବଶ୍ରେଷ୍ଠ ଉଦ୍ୟମ କରିଥାନ୍ତି, କିନ୍ତୁ ତା’ର ଫଳକୁ ଭଗବାନଙ୍କ ହାତରେ ଛାଡି ଦେଇଥାଆନ୍ତି । ତେଣୁ ପରିଣତି ଯାହା ହେଲେ ମଧ୍ୟ, ସେମାନେ ସେଥିରେ ଅବିଚଳିତ ରହନ୍ତି ।

ପ୍ରଯତ୍ନରେ ସ୍ୱାର୍ଥରହିତ -  ଭଗବାନଙ୍କ ପ୍ରତି ସେମାନଙ୍କର ସେବା ଭାବନା, ସେମାନଙ୍କୁ ସଂକୀର୍ଣ୍ଣ ସ୍ୱାର୍ଥର ବହୁ ଉର୍ଦ୍ଧ୍ୱରେ ରଖିଥାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
12. ଭକ୍ତି ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency