ଶ୍ରୀଭଗବାନୁବାଚ
ପ୍ରକାଶଂ ଚ ପ୍ରବୃତ୍ତିଂ ଚ ମୋହମେବ ଚ ପାଣ୍ଡବ ।
ନ ଦ୍ୱେଷ୍ଟି ସମ୍ପ୍ରବୃତ୍ତାନି ନ ନିବୃତ୍ତାନି କାଂକ୍ଷତି ।।୨୨।।
ଉଦାସୀନବଦାସୀନୋ ଗୁଣୈର୍ଯୋ ନ ବିଚାଲ୍ୟତେ ।
ଗୁଣା ବର୍ତନ୍ତ ଇତ୍ୟେବଂ ଯୋଽବତିଷ୍ଠତି ନେଙ୍ଗତେ ।।୨୩।।

ଶ୍ରୀଭଗବାନୁବାଚ- ପରମପୁରୁଷ ଭଗବାନ କହିଲେ; ପ୍ରକାଶଂ- ପ୍ରକାଶ; ଚ -ଏବଂ;ପ୍ରବୃତ୍ତିଂ-କର୍ମ;ଚ -ଏବଂ;ମୋହଂ-ମୋହ; ଏବ -ମଧ୍ୟ; ଚ- ଏବଂ; ପାଣ୍ଡବ- ହେ ପାଣ୍ଡୁ ପୁତ୍ର; ନ ଦ୍ୱେଷ୍ଟି- ଘୃଣା କରେନାହିଁ; ସଂପ୍ରବୃତ୍ତାନି-ଯେତେବେଳେ ଥାଏ; ନ ନିବୃତ୍ତାନି- ଯେତେବେଳେ ନ ଥାଏ ; କାଙ୍‌କ୍ଷତି -ଇଚ୍ଛାକରେ; ଉଦାସୀନବତ୍‌- ଯେପରି କି ଉଦାସୀନ; ଆସୀନଃ-ଅବସ୍ଥିତ; ଗୁଣୈଃ-ଗୁଣମାନଙ୍କ ଦ୍ୱାରା; ଯଃ-ଯିଏ; ନ ବିଚାଲ୍ୟତେ-ବିଚଳିତ ହୁଏନାହିଁ; ଗୁଣାଃ-ଗୁଣମାନେ; ବର୍ତନ୍ତେ- କରନ୍ତି; ଇତି ଏବଂ-ଏହିପରି ଜାଣି; ଯଃ-ଯିଏ; ଅବତିଷ୍ଠତି-ଆତ୍ମାରେ ସ୍ଥିତ ରହେ; ନ ଇଙ୍ଗତେ- ଆଦୌ ବିଚଳିତ ହୁଏନାହିଁ ।

ଅନୁବାଦ

BG 14.22-23: ପରମ ପୁରୁଷ ଭଗବାନ କହିଲେ: ହେ ଅର୍ଜୁନ! ଯେଉଁମାନେ ତ୍ରିଗୁଣାତୀତ ହୋଇଛନ୍ତି, ସେମାନେ ଜ୍ଞାନର ପ୍ରକାଶ (ସତ୍ତ୍ୱରୁ ଜାତ), କର୍ମ (ରାଜସରୁ ଜାତ) ଏବଂ ଭ୍ରମ (ତାମସରୁ ଜାତ)ର ପ୍ରଭାବ ଅଧିକ ହେଲେ, ତାହାକୁ ଘୃଣା କରନ୍ତି ନାହିଁ କିମ୍ବା ସେଗୁଡ଼ିକର ଅଭାବରେ ତାଙ୍କ ପ୍ରତି ଲାଳାୟିତ ହୁଅନ୍ତି ନାହିଁ ।

ଭାଷ୍ୟ

ସେମାନେ ପ୍ରକୃତିର ଏହି ଗୁଣଗୁଡ଼ିକ ପ୍ରତି ଉଦାସୀନ ରହନ୍ତି ଏବଂ ସେମାନଙ୍କ ଦ୍ୱାରା ବିଚଳିତ ହୁଅନ୍ତି ନାହିଁ । ସବୁକିଛି ଗୁଣମାନଙ୍କର ଖେଳ ଅଟେ, ଏହା ଜାଣି ସେମାନେ ଅବିଚଳିତ ଭାବରେ ଆତ୍ମାରେ ସ୍ଥିତ ରହନ୍ତି ।

ଶ୍ରୀକୃଷ୍ଣ ବର୍ତ୍ତମାନ ତ୍ରିଗୁଣାତୀତ ବ୍ୟକ୍ତିମାନଙ୍କର ଲକ୍ଷଣ ସମ୍ବନ୍ଧରେ ସ୍ପଷ୍ଟୀକରଣ କରୁଛନ୍ତି । ସଂସାରରେ ଗୁଣମାନଙ୍କର କାର୍ଯ୍ୟ ଏବଂ ବ୍ୟକ୍ତି, ବସ୍ତୁ ଓ ପରିସ୍ଥିତି ଉପରେ ତାହାର ପ୍ରଭାବର ପ୍ରକାଶକୁ ଦେଖି, ସେମାନେ ବିଚଳିତ ହୁଅନ୍ତି ନାହିଁ । ଜ୍ଞାନୋଦୀପ୍ତ ବ୍ୟକ୍ତିମାନେ ଅଜ୍ଞାନତାକୁ ଦେଖି ଘୃଣା କରନ୍ତି ନାହିଁ କିମ୍ବା ସେଥିରେ ଲିପ୍ତ ହୁଅନ୍ତି ନାହିଁ । ଭୌତିକ ମନୋଭାବାପନ୍ନ ବ୍ୟକ୍ତିମାନେ ସଂସାରର ପରିସ୍ଥିତିରେ ଅତ୍ୟଧିକ ଭାବେ ଜଡ଼ିତ ହୋଇପଡ଼ନ୍ତି । ସେମାନେ ସାଂସାରିକ ଘଟଣାବଳୀର ଚିନ୍ତନରେ ସେମାନଙ୍କ ସମୟ ଓ ଶକ୍ତିର ଅପଚୟ କରିଥାଆନ୍ତି । ଜ୍ଞାନୀମାନେ  ମଧ୍ୟ ମାନବ କଲ୍ୟାଣ ନିମନ୍ତେ ପ୍ରୟାସ କରନ୍ତି, କିନ୍ତୁ ସେମାନେ ତାହା ପରୋପକାର ସ୍ୱଭାବ ବଶତଃ କରିଥାଆନ୍ତି । ତା’ ସହିତ ସେମାନେ ଏହା ମଧ୍ୟ ହୃଦୟଙ୍ଗମ କରନ୍ତି ଯେ ଅନ୍ତତଃ ସଂସାରର ଦାୟୀତ୍ୱ ଭଗବାନଙ୍କର । ସେମାନେ କେବଳ ତାଙ୍କର ସାଧ୍ୟ ଅନୁସାରେ ନିଜର କର୍ତ୍ତବ୍ୟ କରି, ଅବଶିଷ୍ଟ ଭଗବାନଙ୍କ ହାତରେ ନ୍ୟସ୍ତ କରନ୍ତି । ଭଗବାନଙ୍କ ସଂସାରକୁ ଆସି ଆମର ପ୍ରଥମ କର୍ତ୍ତବ୍ୟ ହେଲା କିପରି ଆମେ ନିଜକୁ ଶୁଦ୍ଧ କରିବା । ମନ ଶୁଦ୍ଧ ହୋଇଯିବା ପରେ, ଆମେ ସାଂସାରିକ ପରିସ୍ଥିତିକୁ ବୋଝ ମନେ ନ କରି, ଶୁଭ ଏବଂ ମଙ୍ଗଳକାରୀ କାର୍ଯ୍ୟ କରିବା ସ୍ୱାଭାବିକ । ମହାତ୍ମା ଗାନ୍ଧୀ ଯେପରି କହିଥିଲେ; “ତୁମେ ସଂସାରକୁ ଯେପରି ଦେଖିବାକୁ ଇଚ୍ଛା କରୁଛ, ନିଜେ ସେହିପରି ହୁଅ ।”

ଶ୍ରୀକୃଷ୍ଣ କହୁଛନ୍ତି ଯେ ପ୍ରଜ୍ଞାଦୀପ୍ତ ପୁରୁଷ, ଯେଉଁମାନେ ନିଜକୁ ତ୍ରିଗୁଣାତୀତ ଜାଣନ୍ତି, ସେମାନେ ସଂସାରରେ ଭୌତିକ ଗୁଣମାନଙ୍କର ସ୍ୱାଭାବିକ କ୍ରିୟାଶୀଳତାରେ ହତାଶ କିମ୍ବା ଉତ୍ସାହିତ ହୁଅନ୍ତି ନାହିଁ । ସେହି ଗୁଣମାନଙ୍କୁ ନିଜ ମନରେ ଅନୁଭବ କରି ମଧ୍ୟ ସେମାନେ ବିଚଳିତ ହୁଅନ୍ତି ନାହିଁ । ମନ ମାୟାର ଉପଜ ଅଟେ, ତେଣୁ ଏଥିରେ ମାୟାର ତିନୋଟିଯାକ ଗୁଣ ରହିଥାଏ । ତେଣୁ ଉଭୟ ମନ ଏବଂ ତାହାର ଚିନ୍ତନ ସେହି ଗୁଣମାନଙ୍କ ଦ୍ୱାରା ପ୍ରଭାବିତ ହେବା ସ୍ୱାଭାବିକ । ସମସ୍ୟା ଏହା ଯେ ଶାରୀରିକ ଚେତନାରେ ଆମେ ମନକୁ ନିଜଠାରୁ ପୃଥକ୍ ମନେ କରି ନ ଥାଏ । ତେଣୁ ମନରେ ଯେତେବେଳେ ଏକ ମନ୍ଦ ବିଚାର ଉତ୍ପନ୍ନ ହୁଏ, ଆମେ ଅନୁଭବ କରୁ, “ଓଃ ! ମୁଁ କାହିଁକି ଏପରି  ନକାରାତ୍ମକ ଚିନ୍ତନ କରୁଛି ।” ଆମେ ବିଷମୟ ଚିନ୍ତନ ସହିତ ନିଜକୁ ସମ୍ମିଳିତ କରୁ ଏବଂ ସେମାନଙ୍କୁ ଆମ ଭିତରେ ରହି ଆମର ଆଧ୍ୟାତ୍ମିକ କ୍ଷତି କରିବାକୁ ଅନୁମତି ଦେଉ । ଏପରିକି ମନରେ ହରି ଓ ଗୁରୁଙ୍କ ବିପରୀତ ଭାବନା ଉତ୍ପନ୍ନ ହେଲେ ମଧ୍ୟ ଆମେ ତାକୁ ନିଜର ଭାବରେ ଗ୍ରହଣ କରିଥାଉ ।  ସେହି ସମୟରେ ଆମେ ଯଦି ନିଜକୁ ମନଠାରୁ ପୃଥକ୍ ମନେକରି ପାରନ୍ତେ, ତେବେ ଆମେ ସେହି ଦୁର୍ଭାବନାଠାରୁ ନିଜକୁ ଦୂରେଇ ରଖିପାରନ୍ତେ । ମନରୁ ଆମେ ସେହି ଚିନ୍ତନକୁ ହଟାଇ ପାରନ୍ତେ, “ମୋର ଭକ୍ତି ପ୍ରତି ସହାୟକ ହେଉ ନ ଥିବା କୌଣସି ଭାବନା ସହିତ ମୋର କିଛି ସମ୍ପର୍କ ନାହିଁ ।” ଦିବ୍ୟ ସୋପାନରେ ସ୍ଥିତ ବ୍ୟକ୍ତିଗଣ, ଗୁଣର ପ୍ରବାହରେ ଉପୁଜୁଥିବା ନକାରାତ୍ମକ ଚିନ୍ତାଧାରାଠାରୁ ନିଜକୁ ଦୂରେଇ ରଖିବାର କୌଶଳରେ ପାରଙ୍ଗତ ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
14. ଗୁଣତ୍ରୟ ବିଭାଗ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency