ଅଧର୍ମଂ ଧର୍ମମିତି ଯା ମନ୍ୟତେ ତମସାବୃତା ।
ସର୍ବାର୍ଥାନ୍ବିପରୀତାଂଶ୍ଚ ବୁଦ୍ଧିଃ ସା ପାର୍ଥ ତାମସୀ ।।୩୨।।
ଅଧର୍ମଂ-ଅଧର୍ମ; ଧର୍ମଂ-ଧର୍ମ; ଇତି-ଏହିପରି; ଯା-ଯାହା; ମନ୍ୟତେ-ଭାବେ; ତମସା-ଆବୃତା -ଅନ୍ଧକାରରେ ଆବୃତ ହୋଇ; ସର୍ବ-ଅର୍ଥାନ୍-ସବୁକିଛି; ବିପରୀତାନ୍-ବିପରୀତ; ଚ-ଏବଂ; ବୁଦ୍ଧିଃ-ବୁଦ୍ଧି; ସା-ତାହା; ପାର୍ଥ- ହେ ପୃଥାପୁତ୍ର; ତାମସୀ-ତାମସିକ ।
BG 18.32: ଯେଉଁ ବୁଦ୍ଧି ଅନ୍ଧକାରାଚ୍ଛନ୍ନ ହୋଇ ଅଧର୍ମକୁ ଧର୍ମ ବୋଲି ବିଶ୍ୱାସ କରେ, ଅସତ୍ୟକୁ ସତ୍ୟ ଭାବରେ ଗ୍ରହଣ କରେ, ତାହା ତାମସିକ ଗୁଣଯୁକ୍ତ ଅଟେ ।
ତାମସିକ ବୁଦ୍ଧି ସମ୍ମୁନ୍ନତ ଜ୍ଞାନ ଦ୍ୱାରା ଜ୍ଞାନୋଦୀପ୍ତ ହୋଇ ନ ଥାଏ । ତେଣୁ ସେ ଅଧର୍ମକୁ ଧର୍ମ ଭାବରେ ଭୁଲ ଅର୍ଥ କରିଥାଏ । ଉଦାହରଣ ସ୍ୱରୂପ, ଜଣେ ମଦ୍ୟପ ମଦ୍ୟପାନର ନିଶା ପ୍ରତି ଆସକ୍ତ ହୋଇଥାଏ । ଅନ୍ଧକାରର କୁହୁଡ଼ିରେ ଆଚ୍ଛାଦିତ ତା’ର ସ୍ୱଳ୍ପ ବୁଦ୍ଧି ଆଗକୁ ଆସୁଥିବା ବିନାଶକୁ ଅନୁଭବ କରିପାରେ ନାହିଁ ଏବଂ ସେଥିପାଇଁ ସେ ନିଜର ସମ୍ପତ୍ତି ବିକ୍ରି କରିବାକୁ ମଧ୍ୟ ପଶ୍ଚାତ୍ପଦ ହୋଇ ନ ଥାଏ । ତାମସିକ ବୁଦ୍ଧିରେ ତର୍କସଂଗତ ବିଚାର କରିବା ଏବଂ ନିର୍ଣ୍ଣୟ କରିବାର କ୍ଷମତା ନଷ୍ଟ ହୋଇ ଯାଇଥାଏ ।
ଅଧର୍ମଂ ଧର୍ମମିତି ଯା ମନ୍ୟତେ ତମସାବୃତା ।
ସର୍ବାର୍ଥାନ୍ବିପରୀତାଂଶ୍ଚ ବୁଦ୍ଧିଃ ସା ପାର୍ଥ ତାମସୀ ।।୩୨।।
ଯେଉଁ ବୁଦ୍ଧି ଅନ୍ଧକାରାଚ୍ଛନ୍ନ ହୋଇ ଅଧର୍ମକୁ ଧର୍ମ ବୋଲି ବିଶ୍ୱାସ କରେ, ଅସତ୍ୟକୁ ସତ୍ୟ ଭାବରେ ଗ୍ରହଣ କରେ, ତାହା ତାମସିକ ଗୁଣଯୁକ୍ତ ଅଟେ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ