କୃଷିଗୌରକ୍ଷ୍ୟବାଣିଜ୍ୟଂ ବୈଶ୍ୟକର୍ମ ସ୍ୱଭାବଜମ୍ ।
ପରିଚର୍ଯ୍ୟାତ୍ମକଂ କର୍ମ ଶୂଦ୍ରସ୍ୟାପି ସ୍ୱଭାବଜମ୍ ।।୪୪।।
କୃଷି-କୃଷି କର୍ମ; ଗୌ-ରକ୍ଷ୍ୟ -ଗୋପାଳନ; ବାଣିଜ୍ୟଂ-ବାଣିଜ୍ୟ; ବୈଶ୍ୟ-ବୈଶ୍ୟ; କର୍ମ-କର୍ତ୍ତବ୍ୟ; ସ୍ୱଭାବଜମ୍-ସ୍ୱଭାବଜାତ; ପରିଚର୍ଯ୍ୟା-ସେବାକାର୍ଯ୍ୟ; ଆତ୍ମକଂ-ସ୍ୱଭାବ; କର୍ମ-କର୍ତ୍ତବ୍ୟ; ଶୂଦ୍ରସ୍ୟ- ଶୂଦ୍ରର; ଅପି-ଏବଂ; ସ୍ୱଭାବଜମ୍ -ସ୍ୱଭାବଜାତ ।
BG 18.44: କୃଷିକାର୍ଯ୍ୟ, ଗୋପାଳନ ଏବଂ ବାଣିଜ୍ୟ ବୈଶ୍ୟମାନଙ୍କର ସ୍ୱାଭାବିକ କାର୍ଯ୍ୟ ଥିଲା । ଶୁଦ୍ରମାନଙ୍କର ଶ୍ରମଦ୍ୱାରା ସେବା କରିବା ସ୍ୱାଭାବିକ କର୍ତ୍ତବ୍ୟ ଥିଲା ।
ବୈଶ୍ୟମାନଙ୍କର ସ୍ୱଭାବ ରାଜସିକ ଏବଂ ତାମସିକ ଗୁଣ ମିଶ୍ରିତ ଥିଲା । ସେଥିପାଇଁ ସେମାନେ ବାଣିଜ୍ୟ ଓ କୃଷି ଦ୍ୱାରା ଧନ ଉପାର୍ଜନ କରୁଥିଲେ । ସେମାନେ ଦେଶର ଅର୍ଥନୀତିର ସୁରକ୍ଷା କରୁଥିଲେ ଏବଂ ଅନ୍ୟବର୍ଗର ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରୁଥିଲେ । ତାଛଡା, ଧର୍ମାର୍ଥ ପରିଯୋଜନା ମାଧ୍ୟମରେ ସେମାନେ ନିଜ ପାଖରେ ଥିବା ଅର୍ଥର ବିତରଣ ସମାଜର ଅଭାବଗ୍ରସ୍ତ ବର୍ଗଙ୍କ ମଧ୍ୟରେ କରୁଥିଲେ । ଶୂଦ୍ରମାନେ ମୁଖ୍ୟତଃ ତାମସିକ ଗୁଣଯୁକ୍ତ ଥିଲେ । ସେମାନେ ଅଧ୍ୟୟନ, ଶାସନକାର୍ଯ୍ୟ କିମ୍ବା ବାଣିଜ୍ୟ ପ୍ରତି ଆଗ୍ରହୀ ନ ଥିଲେ । ସମାଜର ଆବଶ୍ୟକତା ଅନୁଯାୟୀ ସେବା କରିବା ସେମାନଙ୍କ ପ୍ରଗତିର ସର୍ବଶ୍ରେଷ୍ଠ ଉପାୟ ଥିଲା । ଶିଳ୍ପୀ, କାରିଗର, ଶ୍ରମିକ, ଦରଜୀ, ବୁଣାକାର, ଭଣ୍ଡାରି ଇତ୍ୟାଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ଅଟନ୍ତି ।
କୃଷିଗୌରକ୍ଷ୍ୟବାଣିଜ୍ୟଂ ବୈଶ୍ୟକର୍ମ ସ୍ୱଭାବଜମ୍ ।
ପରିଚର୍ଯ୍ୟାତ୍ମକଂ କର୍ମ ଶୂଦ୍ରସ୍ୟାପି ସ୍ୱଭାବଜମ୍ ।।୪୪।।
କୃଷିକାର୍ଯ୍ୟ, ଗୋପାଳନ ଏବଂ ବାଣିଜ୍ୟ ବୈଶ୍ୟମାନଙ୍କର ସ୍ୱାଭାବିକ କାର୍ଯ୍ୟ ଥିଲା । ଶୁଦ୍ରମାନଙ୍କର ଶ୍ରମଦ୍ୱାରା ସେବା କରିବା ସ୍ୱାଭାବିକ କର୍ତ୍ତବ୍ୟ ଥିଲା ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ