କଚ୍ଚିଦେତଚ୍ଛ୍ରୁତଂ ପାର୍ଥ ତ୍ୱୟୈକାଗ୍ରେଣ ଚେତସା ।
କଚ୍ଚିଦଜ୍ଞାନସମ୍ମୋହଃ ପ୍ରନଷ୍ଟସ୍ତେ ଧନଞ୍ଜୟ ।।୭୨।।
କଚ୍ଚିତ୍ -ଯଦି;ଏତତ୍ -ଏହା ଶ୍ରୁତଂ-ଶୁଣିଛ; ପାର୍ଥ- ହେ ପୃଥା ପୁତ୍ର; ତ୍ୱୟା-ତୁମ ଦ୍ୱାରା; ଏକାଗ୍ରେଣ-ଏକାଗ୍ରତାର ସହ; ଚେତସା-ମନରେ; କଚ୍ଚିତ୍-ଯଦି; ଅଜ୍ଞାନ-ଅଜ୍ଞାନ; ସଂମୋହଃ-ମୋହ; ପ୍ରଣଷ୍ଟଃ- ନଷ୍ଟ ହୋଇଛି; ତେ-ତୁମର; ଧନଞ୍ଜୟ- ହେ ଧନଞ୍ଜୟ ।
BG 18.72: ହେ ଅର୍ଜୁନ ! ତୁମେ ଏକାଗ୍ର ଚିତ୍ତରେ ମୋର ଉପଦେଶ ଶ୍ରବଣ କଲ କି ? ତୁମର ଅଜ୍ଞାନ ଏବଂ ଭ୍ରମ ଦୂର ହେଲା କି ?
ଶ୍ରୀକୃଷ୍ଣ ଅର୍ଜୁନଙ୍କର ଗୁରୁ ସ୍ଥାନ ଗ୍ରହଣ କରିଛନ୍ତି । ଗୁରୁ ଯେଉଁ ଜ୍ଞାନ ପ୍ରଦାନ କଲେ ତାହା ଶିଷ୍ୟର ହୃଦ୍ବୋଧ ହେଲା କି ନାହିଁ, ସେ ବିଷୟରେ ପଚାରି ବୁଝିବା ଗୁରୁଙ୍କର କର୍ତ୍ତବ୍ୟ ଅଟେ । ଶ୍ରୀକୃଷ୍ଣଙ୍କର ଏହି ପ୍ରଶ୍ନ ପଚାରିବା ପଛରେ ଉଦ୍ଦେଶ୍ୟ ଥିଲା, ଯଦି ଅର୍ଜୁନ ବୁଝିପାରି ନ ଥିବେ, ତେବେ ସେ ପୁନର୍ବାର ବୁଝାଇବାକୁ ପ୍ରସ୍ତୁତ ଅଛନ୍ତି ।
କଚ୍ଚିଦେତଚ୍ଛ୍ରୁତଂ ପାର୍ଥ ତ୍ୱୟୈକାଗ୍ରେଣ ଚେତସା ।
କଚ୍ଚିଦଜ୍ଞାନସମ୍ମୋହଃ ପ୍ରନଷ୍ଟସ୍ତେ ଧନଞ୍ଜୟ ।।୭୨।।
ହେ ଅର୍ଜୁନ ! ତୁମେ ଏକାଗ୍ର ଚିତ୍ତରେ ମୋର ଉପଦେଶ ଶ୍ରବଣ କଲ କି ? ତୁମର ଅଜ୍ଞାନ ଏବଂ ଭ୍ରମ ଦୂର ହେଲା କି ?
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ