ଦେହିନୋଽସ୍ମିନ୍‌ଯଥା ଦେହେ କୌମାରଂ ଯୌବନଂ ଜରା ।
ତଥା ଦେହାନ୍ତରପ୍ରାପ୍ତିର୍ଧୀରସ୍ତତ୍ର ନ ମୁହ୍ୟତି ।।୧୩।।

ଦେହିନଃ- ଦେହୀର; ଅସ୍ମିନ୍‌- ଏଥିରେ; ଯଥା-ଯେପରି; ଦେହେ-ଦେହରେ; କୌମାରଂ-ବାଲ୍ୟାବସ୍ଥା; ଯୌବନଂ-ଯୌବନ; ଜରା-ବୃଦ୍ଧାବସ୍ଥା; ତଥା-ସେହିପରି; ଦେହାନ୍ତର- ଦେହାନ୍ତର; ପ୍ରାପ୍ତିଃ-ପ୍ରାପ୍ତି; ଧୀରଃ-ଜ୍ଞାନୀ; ତତ୍ର-ସେଥିରେ; ନ ମୁହ୍ୟତି- ମୁହ୍ୟମାନ ହୁଏନାହିଁ ।

ଅନୁବାଦ

BG 2.13: ଯେପରି ଜୀବାତ୍ମା ଏହି ଶରୀରରେ ଶୈଶବ, ଯୌବନ ଓ ବୃଦ୍ଧାବସ୍ଥା ଦେଇ ଗତି କରେ, ସେହିପରି ମୃତ୍ୟୁ ପରେ ଜୀବାତ୍ମା ଅନ୍ୟ ଏକ ଶରୀରକୁ ଚାଲିଯାଇଥାଏ । ବିଜ୍ଞ ବ୍ୟକ୍ତିମାନେ ଏଥିରେ ମୁହ୍ୟମାନ ହୁଅନ୍ତି ନାହିଁ ।

ଭାଷ୍ୟ

ଶ୍ରୀକୃଷ୍ଣ ଅକାଟ୍ୟ ତର୍କ ଦ୍ୱାରା ଜନ୍ମ ଜନ୍ମ ଧରି ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ଆତ୍ମାର ଦେହାନ୍ତରଣ ସିଦ୍ଧାନ୍ତକୁ ସ୍ଥାପିତ କରିଛନ୍ତି । ସେ କହୁଛନ୍ତି ଯେ ଗୋଟିଏ ଜନ୍ମରେ ହିଁ ଆମର ଶରୀର ଶୈଶବାବସ୍ଥା, ଯୁବାବସ୍ଥା ତଥା ବାର୍ଦ୍ଧକ୍ୟ ଅବସ୍ଥାରେ ପରିବର୍ତ୍ତିତ ହୋଇଥାଏ ।  ଆଧୁନିକ ବିଜ୍ଞାନ ସୂଚିତ କରିଥାଏ ଯେ ଆମ ଶରୀରରେ ଥିବା କୋଷିକା ଗୁଡ଼ିକର ପୁନର୍ଜନନ ହୋଇଥାଏ - ପୁୁରଣା କୋଷିକାଗୁଡ଼ିକ ନଷ୍ଟ ହୋଇ ତା’ ସ୍ଥାନରେ ନୂଆ କୋଷିକା ସୃଷ୍ଟି ହୁଅନ୍ତି । ଏହି ଆକଳନ ଅନୁସାରେ ସାତ ବର୍ଷ ମଧ୍ୟରେ ଶରୀରରେ ଥିବା ସମସ୍ତ ଜୀବକୋଷ ପରିବର୍ତ୍ତିତ ହୋଇଯାଆନ୍ତି । ଜୀବକୋଷ ମଧ୍ୟରେ ଥିବା ଅଣୁକଣିକା ଆହୁରି ଦ୍ରୁତ ବେଗରେ ପରିବର୍ତ୍ତିତ ହୋଇଥାଆନ୍ତି । ପ୍ରତ୍ୟେକ ଶ୍ୱାସ ପ୍ରକ୍ରିୟା ମାଧ୍ୟମରେ ଅମ୍ଳଜାନ ଅଣୁ ଆମ ଜୀବକୋଷିକା ମଧ୍ୟକୁ ପ୍ରବେଶ କରନ୍ତି ଏବଂ ପୂର୍ବରୁ ସେଥିରେ ଆବଦ୍ଧ ଥିବା ଅଣୁ ଅଙ୍ଗାରକାମ୍ଳ ରୂପରେ କୋଷିକାରୁ ନିର୍ଗତ ହୋଇଥାନ୍ତି । ବୈଜ୍ଞାନିକମାନେ ଆକଳନ କରନ୍ତି ଯେ ପ୍ରାୟ ଏକ ବର୍ଷ ମଧ୍ୟରେ ଅଠାନବେ ପ୍ରତିଶତ କୋଷିକା ମଧ୍ୟରେ ଥିବା ଅଣୁଗୁଡ଼ିକ ପରିବର୍ତ୍ତିତ ହୋଇଥାନ୍ତି । ଶରୀରର ଏହିପରି ଧାରାବାହିକ ପରିବର୍ତ୍ତନ ସତ୍ତ୍ୱେ ଆମେ ଭାବିଥାଉ ଯେ ଆମେ ସେହି ଜଣେ ବ୍ୟକ୍ତି ଅଟୁ । ଏହାର କାରଣ ଆମେ ମାୟିକ ଶରୀର ନୁହେଁ, ତା’ ମଧ୍ୟରେ ନିବାସ କରିଥିବା ଦିବ୍ୟ ଆତ୍ମା ଅଟୁ ।

ଏହି ଶ୍ଳୋକରେ ବ୍ୟବହୃତ ଶବ୍ଦ ଦେହମାନେ “ଶରୀର” ଏବଂ ଦେହିମାନେ “ଶରୀରର ସ୍ୱାମୀ” ବା ଆତ୍ମା ଅଟେ । ଅର୍ଜୁନଙ୍କର ଧ୍ୟାନ ଆକର୍ଷଣ କରି ଶ୍ରୀକୃଷ୍ଣ କହୁଛନ୍ତି ଯେ ଗୋଟିଏ ଜନ୍ମରେ ହିଁ ଶରୀର ସର୍ବଦା ପରିବର୍ତ୍ତନଶୀଳ ହୋଇଥିବା ଦୃଷ୍ଟିରୁ ଆତ୍ମାକୁ ଅନେକ ଶରୀର ମଧ୍ୟ ଦେଇ ଗତି କରିବାକୁ ପଡିଥାଏ । ସେହିପରି, ମୃତ୍ୟୁରେ ଆତ୍ମା ଅନ୍ୟ ଏକ ଶରୀରକୁ ଗତି କରିଥାଏ । ବାସ୍ତବରେ ସଂସାରିକ ଦୃଷ୍ଟିରୁ ଆମେ ଯାହାକୁ ମୃତ୍ୟୁ କହିଥାଏ, ତାହା ଆତ୍ମାର ଏକ କାର୍ଯ୍ୟକ୍ଷମହୀନ ବୃଦ୍ଧ ଶରୀରକୁ ତ୍ୟାଗ କରିବା ଅଟେ ଏବଂ ଆମେ ଯାହାକୁ ଜନ୍ମ କହେ, ତାହା ଆତ୍ମାର ଅନ୍ୟତ୍ର ଏକ ନୂତନ ଶରୀର ଗ୍ରହଣ କରିବା ଅଟେ । ଏହା ପୁନର୍ଜନ୍ମର ସିଦ୍ଧାନ୍ତ ଅଟେ ।

ଅଧିକାଂଶ ପ୍ରାଚ୍ୟ ଦର୍ଶନ ପୁନର୍ଜନ୍ମର ଚିନ୍ତାଧାରାକୁ ସମର୍ଥନ କରନ୍ତି । ଏହା ହିନ୍ଦୁଧର୍ମ, ଜୈନଧର୍ମ ଏବଂ ଶିଖଧର୍ମର ଅଭିନ୍ନ ଅଙ୍ଗ ଅଟେ । ବୌଦ୍ଧଧର୍ମରେ, ବୁଦ୍ଧଦେବ ତାଙ୍କର ପୂର୍ବ ଜନ୍ମଗୁଡ଼ିକର ସୂଚନା ବାରମ୍ବାର ଦେଇଛନ୍ତି । ପାଶ୍ଚାତ୍ୟ ଦର୍ଶନର ବିଶ୍ୱାସ ପ୍ରଣାଳୀରେ ମଧ୍ୟ ପୁର୍ନଜନ୍ମର ବିଶ୍ୱାସ ପ୍ରଗାଢ଼ ରୂପରେ ସନ୍ନିହିତ, ସେ ସମ୍ପର୍କରେ ଅନେକ ଲୋକଙ୍କର ଧାରଣା ନ ଥାଏ । ପାଶ୍ଚାତ୍ୟ ଧର୍ମ ଓ ଦର୍ଶନ କ୍ଷେତ୍ରରେ, ବିଖ୍ୟାତ ଦାର୍ଶନିକ ପିଥାଗୋରାସ୍‌, ପ୍ଲାଟୋ ଏବଂ ସକ୍ରେଟିସ୍ ପୁନର୍ଜନ୍ମକୁ ସତ୍ୟ ଭାବରେ ଗ୍ରହଣ କରୁଥିଲେ ଏବଂ ସେମାନଙ୍କର ମତ ସବୁ ଅର୍ଫିବାଦ (ଙକ୍ସକ୍ଟ୍ରଷସଗ୍ଦଜ୍ଞ), ହର୍ମେଟିକ୍‌ବାଦ (ଐରକ୍ସଜ୍ଞରଗ୍ଧସମସଗ୍ଦଜ୍ଞ), ନିଓପ୍ଲାଟୋବାଦ (ଘରକ୍ଟକ୍ଟ୍ରକ୍ଷବଗ୍ଧକ୍ଟସଗ୍ଦଜ୍ଞ), ମ୍ୟାନିଚିନ୍‌ବାଦ (ଗବଦ୍ଭସମଷରବଦ୍ଭସଗ୍ଦଜ୍ଞ) ଏବଂ ନୋଷ୍ଟିକ୍‌ବାଦ (ଏଦ୍ଭକ୍ଟଗ୍ଦଗ୍ଧସମସଗ୍ଦଜ୍ଞ) ଗୁଡ଼ିକରେ ପ୍ରତିଫଳିତ ହୋଇଅଛି । ମୁଖ୍ୟଧାରାର ଆବ୍ରାହମୀୟ ଧର୍ମ ଅର୍ନ୍ତଗତ ତିନି ମୁଖ୍ୟ ଧର୍ମର ସିଦ୍ଧାନ୍ତ ମଧ୍ୟ ପୁନର୍ଜନ୍ମକୁ ସମର୍ଥନ କରେ । ଉଦାହରଣ ସ୍ୱରୂପ, କବାଲା ଅଧ୍ୟୟନ କରୁଥିବା ଇହୁଦୀ, ଖ୍ରୀଷ୍ଟିୟାନ କାଥରଗଣ, ମୁସ୍‌ଲିମ୍ ସିହା ସମ୍ପ୍ରଦାୟ ମଧ୍ୟରେ ଅଲ୍‌ବିସିହା ଏବଂ ଡ୍ରୁଜ ସମୁଦାୟ । ପାଶ୍ଚାତ୍ୟ ଧର୍ମ ଅନ୍ତର୍ଗତ ଇହୁଦୀ ଧର୍ମର ପ୍ରଖ୍ୟାତ ଇତିହାସକାର, ଯୋସେଫସ୍‌, ତାଙ୍କ ଲେଖନୀରେ ଏପରି ଭାଷାର ବ୍ୟବହାର କରିଥିଲେ ଯେଉଁଥିରୁ ପ୍ରତୀତ ହୁଏ ତତ୍‌କାଳୀନ ପାରସି ଏବଂ ଇସିନିସ୍‌ମାନେ ପୁନର୍ଜନ୍ମରେ ବିଶ୍ୱାସ କରୁଥିଲେ । ଇହୁଦୀୟ କାବାଲାରେ ପୁନର୍ଜନ୍ମକୁ “ଗିଲଗୁଲ ନେଶମତ” (ଏସକ୍ଷଶଙ୍କକ୍ଷ ଘରଗ୍ଦଷବଜ୍ଞକ୍ଟଗ୍ଧ) ବା “ଜକ୍ଟକ୍ଷକ୍ଷସଦ୍ଭଶ କ୍ଟଲ ଗ୍ଧଷର ଗ୍ଦକ୍ଟଙ୍କକ୍ଷ” ଭାବରେ ବର୍ଣ୍ଣନା କରାଯାଇଛି । ପ୍ରସିଦ୍ଧ ସୁଫି ସନ୍ଥ ମୌଲାନା ଜଲାଲ୍‌ଉଦ୍ଦିନ ରୁମି କହିଥିଲେ :

ମୁଁ ପଥର ରୂପରେ ମୃତ୍ୟୁ ଲାଭ କଲି ଏବଂ ମୁଁ ବୃକ୍ଷଟିଏ ହେଲି;

ମୁଁ ବୃକ୍ଷ ରୂପରେ ମୃତ୍ୟୁ ଲାଭ କଲି ଏବଂ ପ୍ରାଣୀଟିଏ ହେଲି;

ମୁଁ ପ୍ରାଣୀ ରୂପରେ ମୃତ୍ୟୁ ଲାଭ କଲି ଏବଂ ମନୁଷ୍ୟଟିଏ ହେଲି ।

ତାହେଲେ ମୁଁ ମୃତ୍ୟୁକୁ ଡରିବି କାହିଁକି?

କେବେ ମୃତ୍ୟୁ ଦ୍ୱାରା ମୋର ଅବକ୍ଷୟ ହୋଇଛି କି?

ମୁଁ ମନୁଷ୍ୟ ରୂପରେ ମୃତ୍ୟୁ ଲାଭ କରି ପରୀଟିଏ ହେବି!

ଅଧିକାଂଶ ପୁରାତନ ଖ୍ରୀଷ୍ଟିୟାନମାନେ ପୁନର୍ଜନ୍ମରେ ବିଶ୍ୱାସ କରୁଥିଲେ । ଖ୍ରୀଷ୍ଟିୟାନ ଇତିହାସରୁ ଜଣାପଡ଼େ ଯେ ୫୫୩ ଖ୍ରୀଷ୍ଟାଦ୍ଦରେ ନିକାଇଆ ସମ୍ମିଳନୀ ମୁଖ୍ୟତଃ ପୁର୍ନଜନ୍ମର ତଥ୍ୟ ବିଷୟରେ ଆଲୋଚନା କରିବା ପାଇଁ ଅନୁଷ୍ଠିତ ହୋଇଥିଲା । ତତ୍‌ପଶ୍ଚାତ୍ ଏକ ଧାର୍ମିକ ଘୋଷଣା କରାଯାଇଥିଲା ଯାହାର ଉଦ୍ଦେଶ୍ୟ ସାଧାରଣ ବ୍ୟକ୍ତିମାନଙ୍କ ଉପରେ ଚର୍ଚ୍ଚ୍‌ର ଆଧିପତ୍ୟ ବିସ୍ତାର କରିବା ଥିଲା । ସେ ପର୍ଯ୍ୟନ୍ତ ଏହା ସାଧାରଣ ଭାବେ ଆଦୃତ ଥିଲା । ଯୀଶୁଖ୍ରୀଷ୍ଟ ପରୋକ୍ଷ ଭାବେ ଏହି ମତବାଦକୁ ପ୍ରଚାର କରିଥିଲେ ଯେତେବେଳେ ସେ ତାଙ୍କର ଅନୁଯାୟୀମାନଙ୍କୁ କହିଥିଲେ ଯେ, ବାପ୍ଟିଷ୍ଟ ଜନ୍ ଅବତରିତ ଧର୍ମଯାଜକ ଏଲିଜା ଅଟନ୍ତି (ମାଥ୍ୟୁ ୧୧:୧୩-୧୪, ମାଥ୍ୟୁ ୧୭:୧୦-୧୩) । ଏହା ପୁରାତନ ଟେଷ୍ଟାମେଣ୍ଟ(ମଲାଚି ୪:୫)ରେ ମଧ୍ୟ ଉଲ୍ଲେଖ ଅଛି । ଖ୍ରୀଷ୍ଟିୟାନ୍ ପାଦ୍ରୀମାନଙ୍କ ମଧ୍ୟରେ ବିଶିଷ୍ଟ ବିଦ୍ୱାନ, ଓରିଜେନ କହିଥିଲେ: ପ୍ରତ୍ୟେକ ମନୁଷ୍ୟ ତାଙ୍କର ପୂର୍ବ ଜନ୍ମମାନଙ୍କରେ କରିଥିବା କର୍ମ ଅନୁସାରେ ଶରୀର ପ୍ରାପ୍ତ କରିଥାଆନ୍ତି । ସୋଲୋମନଙ୍କ ଜ୍ଞାନ ପୁସ୍ତକ ଅନୁଯାୟୀ: “ଏକ ସୁସ୍ଥ ଶରୀରରେ ସୁସ୍ଥ ଅଙ୍ଗପ୍ରତ୍ୟଙ୍ଗ ନେଇ ଜନ୍ମ ହେବା ପୂର୍ବ ଜନ୍ମର ସୁକୃତର ପୁରସ୍କାର ଅଟେ ।” (ଙ୍ଗସଗ୍ଦୟକ୍ଟଜ୍ଞ କ୍ଟଲ ଗ୍ଦକ୍ଟକ୍ଷକ୍ଟଜ୍ଞକ୍ଟଦ୍ଭ ୮:୧୯:୨୦)

ସାଇବେରିଆ ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆ ଆଦି ଦେଶମାନଙ୍କର ଆଦିବାସୀମାନେ ପୁନର୍ଜନ୍ମରେ ବିଶ୍ୱାସ କରୁଥିଲେ । ଆଧୁନିକ ସଭ୍ୟତାମାନଙ୍କ ମଧ୍ୟରୁ ରୋଜୀକ୍ରୁଶନ (ଜକ୍ଟଗ୍ଦସମକ୍ସଙ୍କମସବଦ୍ଭଗ୍ଦ) ସ୍ପିରିଟିଜିମ୍ ଝକ୍ଟ୍ରସକ୍ସସଗ୍ଧସଗ୍ଦଜ୍ଞ, ଥିଓସୋଫିଷ୍ଟ୍ (ଞଷରକ୍ଟଗ୍ଦକ୍ଟକ୍ଟ୍ରଷସଗ୍ଦଗ୍ଧଗ୍ଦ) ଏବଂ ନୂଆ ଯୁଗର ଅନୁଯାୟୀମାନେ ମଧ୍ୟ ପୁର୍ନଜନ୍ମକୁ ସ୍ୱୀକୃତି ଦେଇଥିଲେ । କିଛି ବର୍ଷ ପୂର୍ବେ ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଡ: ଇଆନ୍ ଷ୍ଟିଭେନ୍‌ସନ୍ ଓ ଡ: ଜିମ୍ ଟକରଙ୍କ ଗବେଷଣାରେ ଉଦବୁଦ୍ଧ ହୋଇ ବିଶ୍ୱର ପ୍ରମୁଖ ବିଶ୍ୱବିଦ୍ୟାଳୟମାନଙ୍କରେ ଏହା ବୈଜ୍ଞାନିକ ଗବେଷଣାର ବିଷୟବସ୍ତୁ ହୋଇପାରିଛି ।

ପୁନର୍ଜନ୍ମକୁ ସ୍ୱୀକାର ନ କରି ସଂସାରର କଷ୍ଟ, ବିଶୃଙ୍ଖଳା ଓ ଅପରିପୂର୍ଣ୍ଣତା ଆଦିକୁ ବୁଝିବା କଷ୍ଟକର ଅଟେ । ସେଥିପାଇଁ ଅନେକ ପାଶ୍ଚାତ୍ୟ ଦାର୍ଶନିକ ଏହି ସିଦ୍ଧାନ୍ତକୁ ବିଶ୍ୱାସ କରନ୍ତି । ଭିର୍ଜିଲ୍ ଓ ଓଭିଡ଼୍ ଏହି ମତବାଦକୁ ସ୍ୱୟଂସିଦ୍ଧ ଭାବରେ ବିଚାର କରୁଥିଲେ । ଗୋଏଥ୍‌, ଫିଚ୍‌, ଶ୍ଚେଲିଙ୍ଗ ଓ ଲେଜିଙ୍ଗ୍ ଏହାକୁ ସ୍ୱୀକାର କରୁଥିଲେ । ଆଧୁନିକ ଯୁଗର ଦାର୍ଶନିକମାନଙ୍କ ମଧ୍ୟରୁ ହ୍ୟୁମ୍‌, ସ୍ପେନସର୍ ଏବଂ ମାକ୍ସମୁଲର ଆଦି ସମସ୍ତେ ଏହାକୁ ନିର୍ବିବାଦ ସିଦ୍ଧାନ୍ତ ଭାବରେ ଗ୍ରହଣ କରିଛନ୍ତି । ବ୍ରାଉନିଂ, ରୋସେଟ୍ଟି, ଟେନିସନ୍‌, ୱଡ଼ସ୍‌ୱର୍ଥଙ୍କ ପରି ପାଶ୍ଚାତ୍ୟ ଦେଶର ଅନେକ କବି ଏଥିରେ ବିଶ୍ୱାସ କରୁଥିଲେ ।

ଶ୍ରୀକୃଷ୍ଣ ଏହା ପୂର୍ବରୁ କହିଥିଲେ ଯେ ଜ୍ଞାନୀମାନେ ଶୋକ କରନ୍ତି ନାହିଁ । କିନ୍ତୁ ବାସ୍ତବରେ ଆମ୍ଭେମାନେ ସୁଖ ଏବଂ ଦୁଃଖ ଅନୁଭବ କରିଥାଉ । ଏହାର କାରଣ କ’ଣ? ସେ ବର୍ତ୍ତମାନ ତାହା ଉପରେ ଆଲୋଚନା କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency