ଦେହୀ ନିତ୍ୟମବଧ୍ୟୋଽୟଂ ଦେହେ ସର୍ବସ୍ୟ ଭାରତ ।
ତସ୍ମାତ୍ସର୍ବାଣି ଭୂତାନି ନ ତ୍ୱଂ ଶୋଚିତୁମର୍ହସି ।।୩୦।।
ଦେହୀ-ଶରୀରଧାରୀ ଜୀବ; ନିତ୍ୟଂ-ନିତ୍ୟ; ଅବଧ୍ୟଃ-ବଧ କରାଯାଇପାରିବ ନାହିଁ; ଅୟଂ-ଏହି ଆତ୍ମା; ଦେହେ-ଦେହରେ; ସର୍ବସ୍ୟ-ପ୍ରତ୍ୟେକଙ୍କର; ଭାରତ-ହେ ଭରତ ବଂଶଜ; ତସ୍ମାତ୍-ତେଣୁ; ସର୍ବାଣି-ସମସ୍ତ; ଭୂତାନି-ଜୀବଗଣ; ନ-କେବେ ନୁହେଁ; ତ୍ୱଂ-ତୁମେ; ଶୋଚିତୁମ୍- ଶୋଚନା କରିବା; ଅର୍ହସି- ଉଚିତ୍ ।
BG 2.30: ହେ ଅର୍ଜୁନ! ଶରୀର ମଧ୍ୟରେ ବାସ କରୁଥିବା ଆତ୍ମା ଅମର ଅଟେ । ତେଣୁ ତୁମ କାହାପାଇଁ ଶୋକ ପ୍ରକାଶ କରିବା ଅନୁଚିତ ।
ଅନେକ ସମୟରେ ଶିକ୍ଷା ଦାନ କରିବାକୁ ଯାଇ ଶ୍ରୀକୃଷ୍ଣ କୌଣସି ତଥ୍ୟକୁ କେତୋଟି ଶ୍ଲୋକରେ ବର୍ଣ୍ଣନା କରି ସାରିବା ପରେ, ଗୋଟିଏ ଶ୍ଲୋକରେ ସେ ସମସ୍ତ ଶିକ୍ଷାର ସାରାଂଶ କହିଥାନ୍ତି । ଏହି ଶ୍ଲୋକଟି ଆତ୍ମାର ଅମରତ୍ୱ ଓ ଶରୀରଠାରୁ ତା’ର ପାର୍ଥକ୍ୟ ସମ୍ବନ୍ଧୀୟ ବିଷୟର ସାରାଂଶ ଅଟେ ।
ଦେହୀ ନିତ୍ୟମବଧ୍ୟୋଽୟଂ ଦେହେ ସର୍ବସ୍ୟ ଭାରତ ।
ତସ୍ମାତ୍ସର୍ବାଣି ଭୂତାନି ନ ତ୍ୱଂ ଶୋଚିତୁମର୍ହସି ।।୩୦।।
ହେ ଅର୍ଜୁନ! ଶରୀର ମଧ୍ୟରେ ବାସ କରୁଥିବା ଆତ୍ମା ଅମର ଅଟେ । ତେଣୁ ତୁମ କାହାପାଇଁ ଶୋକ ପ୍ରକାଶ କରିବା ଅନୁଚିତ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ