ଅଥ ଚେତ୍ତ୍ୱମିମଂ ଧର୍ମ୍ୟଂ ସଂଗ୍ର୍ରାମଂ ନ କରିଷ୍ୟସି ।
ତତଃ ସ୍ୱଧର୍ମଂ କୀର୍ତିଂ ଚ ହିତ୍ୱା ପାପମବାପ୍ସ୍ୟସି ।।୩୩।।
ଅଥ-ତେଣୁ; ଚେତ୍-ଯଦି; ତ୍ୱଂ-ତୁମେ; ଇମଂ-ଏହି; ଧର୍ମ୍ୟଂ-ଧର୍ମନୀତିି ଦୃଷ୍ଟିରୁ କର୍ତ୍ତବ୍ୟ; ସଂଗ୍ରାମଂ-ଯୁଦ୍ଧ; ନ-ନାହିଁ; କରିଷ୍ୟସି-କରିବ; ତତଃ-ତାହାହେଲେ; ସ୍ୱଧର୍ମଂ-ତୁମର ଧର୍ମକର୍ମ; କୀର୍ତିଂ-କୀର୍ତ୍ତି ବା ଯଶ; ହିତ୍ୱା-ହରାଇ; ପାପଂ-ପାପକର୍ମର ଫଳ; ଅବାପ୍ସ୍ୟସି-ପ୍ରାପ୍ତ ହେବ ।
BG 2.33: ଯଦି ତୁମେ ଏହି ଧର୍ମ ଯୁଦ୍ଧ କରିବାକୁ ଇଚ୍ଛା ନ କର, ତେବେ ତୁମେ ନିଜର ସାମାଜିକ କର୍ତ୍ତବ୍ୟ ତ୍ୟାଗ କରି ସୁନାମ ହରାଇବ ଏବଂ ଫଳସ୍ୱରୂପ ପାପ ହିଁ ଅର୍ଜନ କରିବ ।
ଯଦି ଜଣେ ଯୋଦ୍ଧା ଯୁଦ୍ଧକ୍ଷେତ୍ରରେ ଅହିଂସା ଆଚରଣ କରନ୍ତି, ତାହାକୁ ତାଙ୍କର କର୍ତ୍ତବ୍ୟ ପ୍ରତି ଉପେକ୍ଷା ଭାବରେ ଗ୍ରହଣ କରାଯିବ ଏବଂ ତାହା ପାପ କର୍ମ ରୂପେ ବିବେଚିତ ହେବ । ସୁତରାଂ, ଶ୍ରୀକୃଷ୍ଣ କହୁଛନ୍ତି ଯଦି ଅର୍ଜୁନ ଏହାକୁ ଅନୁଚିତ ଏବଂ ଅସୁବିଧାଜନକ ବିବେଚନା କରି ତ୍ୟାାଗ କରିବେ, ତେବେ ସେ ପାପ ଅର୍ଜନ କରିବେ । ପରାଶର ସ୍ମୃତି ଅନୁଯାୟୀ:
କ୍ଷତ୍ରିୟୋଃ ହି ପ୍ରଜା ରକ୍ଷନ୍ଶସ୍ତ୍ରପାଣିଃ ପ୍ରଦଣ୍ଡବାନ୍
ନିର୍ଜିତ୍ୟ ପରସୈନ୍ୟାଦି କ୍ଷିତିଂ ଧର୍ମେଣ ପାଳୟେତ୍ । (୧.୬୧)
“ଜଣେ କ୍ଷତ୍ରିୟର ବୃତ୍ତିଗତ କର୍ତ୍ତବ୍ୟ ହେଲା ଦେଶର ପ୍ରଜାମାନଙ୍କୁ ଶୋଷଣରୁ ରକ୍ଷା କରିବା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ତାଙ୍କୁ ଉପଯୁକ୍ତ ସ୍ଥଳରେ ହିଂସାର ଉପଯୋଗ କରିବାକୁ ପଡିଥାଏ । ସେ ଶତ୍ରୁ ରାଜାଙ୍କ ସୈନ୍ୟମାନଙ୍କୁ ପରାସ୍ତ କରି ଧର୍ମନୀତିର ଅନୁସରଣ ପୂର୍ବକ ଦେଶର ଶାସନ କରିବା ଆବଶ୍ୟକ ।”
ଅଥ ଚେତ୍ତ୍ୱମିମଂ ଧର୍ମ୍ୟଂ ସଂଗ୍ର୍ରାମଂ ନ କରିଷ୍ୟସି ।
ତତଃ ସ୍ୱଧର୍ମଂ କୀର୍ତିଂ ଚ ହିତ୍ୱା ପାପମବାପ୍ସ୍ୟସି ।।୩୩।।
ଯଦି ତୁମେ ଏହି ଧର୍ମ ଯୁଦ୍ଧ କରିବାକୁ ଇଚ୍ଛା ନ କର, ତେବେ ତୁମେ ନିଜର ସାମାଜିକ କର୍ତ୍ତବ୍ୟ ତ୍ୟାଗ କରି ସୁନାମ ହରାଇବ ଏବଂ ଫଳସ୍ୱରୂପ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ