ତଦ୍‌ବିଦ୍ଧି ପ୍ରଣିପାତେନ ପ୍ରରିପ୍ରଶ୍ନେନ ସେବୟା ।
ଉପଦେକ୍ଷ୍ୟନ୍ତି ତେ ଜ୍ଞାନଂ ଜ୍ଞାନିନସ୍ତତ୍ତ୍ୱଦର୍ଶିନଃ ।। ୩୪ ।।

ତତ୍ - ସେହି ସତ୍ୟ; ବିଦ୍ଧି- ବୁଝିବାକୁ ଚେଷ୍ଟାକର; ପ୍ରାଣିପାତେନ- ଜଣେ ଗୁରୁ ବା ଆଚାର୍ଯ୍ୟଙ୍କ ନିକଟକୁ ଯାଇ; ପରିପ୍ରଶ୍ନେନ- ବିନୟ ସହକାରେ ପ୍ରଶ୍ନକରି; ସେବୟା- ସେବାକରି; ଉପଦେକ୍ଷ୍ୟନ୍ତି - ପ୍ରଦାନ କରନ୍ତି; ତେ -ତୁମକୁ; ଜ୍ଞାନ- ଜ୍ଞାନ; ଜ୍ଞାନିନଃ - ତତ୍ତ୍ୱଦର୍ଶୀ ଜ୍ଞାନୀ; ତତ୍ତ୍ୱ- ସତ୍ୟ (ତତ୍ତ୍ୱ) ଦର୍ଶିନଃ - ଦ୍ରଷ୍ଟା ।

ଅନୁବାଦ

BG 4.34: ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯାଇ ସତ୍ୟକୁ ଜାଣ । ବିନମ୍ରତା ସହ ତାଙ୍କୁ ପ୍ରଶ୍ନ କର ଏବଂ ତାଙ୍କର ସେବା କର । ଏହିପରି ଜଣେ ଶାସ୍ତ୍ରଜ୍ଞ ମହାପୁରୁଷ ତୁମକୁ ଜ୍ଞାନ ପ୍ରଦାନ କରିପାରିବେ, କାରଣ ସେ ସତ୍ୟର ଦର୍ଶନ କରିଛନ୍ତି ।

ଭାଷ୍ୟ

ସମସ୍ତ ଯଜ୍ଞ ଜ୍ଞାନଯୁକ୍ତ ହୋଇ ସମ୍ପାଦନ କରିବା ଆବଶ୍ୟକ, ଏହା ଜାଣିବା ପରେ, ମନରେ ସ୍ୱତଃ ପ୍ରଶ୍ନ ଉଠେ ଯେ ଆମେ ଆଧ୍ୟାତ୍ମିକ ଜ୍ଞାନ ପାଇବା କିପରି? ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଏହାର ଉତ୍ତର ଦେଇ କହୁଛନ୍ତି: ୧ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯାଅ । ୨. ବିନମ୍ରତାର ସହ ତାଙ୍କୁ ପ୍ରଶ୍ନ କରେ । ୩. ତାଙ୍କର ସେବା କର । କେବଳ ନିଜ ଅଧ୍ୟବସାୟ ବଳରେ ପରମ ସତ୍ୟକୁ ତୁମେ ଜାଣି ପାରିବ ନାହିଁ । ଭାଗବତମ୍ କହୁଛି:

ଅନାଦ୍ୟବିଦ୍ୟା ଯୁକ୍ତସ୍ୟ ପୁରୁଷସ୍ୟାତ୍ମ ବେଦନମ୍‌
ସ୍ୱତୋ ନ ସମ୍ଭାବାଦ୍ ଅନ୍ୟସ୍ ତତ୍ୱଜେ୍ଞା ଜ୍ଞାନଦୋ ଭବେତ୍ । (୧୧.୨୨.୧୦)

“ଜୀବର ବୁଦ୍ଧି ଅନନ୍ତ ଜନ୍ମର ଅଜ୍ଞାନତାରେ ଆବୃତ୍ତ ହୋଇଯାଇଛି । ନିଜ ଚେଷ୍ଟାରେ ବୁଦ୍ଧି କେବେ ବି ସେହି ଅଜ୍ଞାନ ଆବରଣରୁ ନିଜକୁ ମୁକ୍ତ କରିପାରିବ ନାହିଁ । ତେଣୁ ସତ୍ୟର ଉପଲବ୍‌ଧି କରିଥିବା ଜଣେ ବ୍ରହ୍ମନିଷ୍ଠ ମହାପୁରୁଷଙ୍କଠାରୁ ବ୍ୟକ୍ତି ଜ୍ଞାନ ପ୍ରାପ୍ତ କରିବା ଆବଶ୍ୟକ ।”

ଆଧ୍ୟାତ୍ମିକ ମାର୍ଗରେ ଜଣେ ଗୁରୁଙ୍କର ଗୁରୁତ୍ୱ ବିଷୟରେ ବେଦଶାସ୍ତ୍ର ଆମକୁ ବାରମ୍ବାର ଉପଦେଶ ଦେଇଥାଆନ୍ତି ।

ଆଚାର୍ଯ୍ୟବାନ୍ ପୁରୁଷୋ ବେଦଃ (ଛାନ୍ଦୋଗ୍ୟ ଉପନିଷଦ ୬.୧୪.୨)

“କେବଳ ଜଣେ ଗୁରୁଙ୍କ ଦ୍ୱାରା ହିଁ ତୁମେ ବେଦକୁ ବୁଝିପାରିବ ।” ପଞ୍ଚଦଶୀ କହେ:

ତତ୍‌ପାଦାମ୍ବୁରୁ ହଦ୍ୱନ୍ଦ୍ୱ ସେବା ନିର୍ମଳ ଚେତସାମ୍
ସୁଖବୋଧାୟ ତତ୍ତ୍ୱସ୍ୟ ବିବେକୋଽୟଂ ବିଧୀୟତେ (୧.୨)

ଦ୍ୱନ୍ଦ୍ୱ ପରିତ୍ୟାଗ କରି ଶୁଦ୍ଧ ମନରେ ଗୁରୁଙ୍କର ସେବା କର । ସେ ଶାସ୍ତ୍ରଜ୍ଞାନ ଓ ବିଚାରଶକ୍ତି ଦେଇ ତୁମକୁ ଚରମ ଆନନ୍ଦ ପ୍ରଦାନ କରିବେ । ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ କହନ୍ତି: ଯାବତ୍ ଗୁୁରର୍ନ କର୍ତ୍ତବ୍ୟୋ ତାବନ୍‌ମୁକ୍ତିର୍ନ ଲଭ୍ୟତେ “ଗୁରୁଙ୍କର ଶରଣାଗତି ବିନା ତୁମେ ମାୟାଶକ୍ତି କବଳରୁ ମୁକ୍ତ ହୋଇପାରିବ ନାହିଁ ।

ଭଗବାନଙ୍କର ସବୁଠାରୁ ବଡ଼ କୃପା ହେଉଛି, ଯେତେବେଳେ ସେ ଜୀବକୁ ଜଣେ ସଦ୍‌ଗୁରୁଙ୍କର ସାନ୍ନିଧ୍ୟ ପ୍ରଦାନ କରନ୍ତି । କିନ୍ତୁ ଆଧ୍ୟାତ୍ମିକ ଜ୍ଞାନ ଶିକ୍ଷା ଦେବାର ଶୈଳୀ, ଭୌତିକ ଜ୍ଞାନର ଶୈଳୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ସାଂସାରିକ ଜ୍ଞାନ ପାଇଁ ଗୁରୁଙ୍କୁ ଗଭୀର ସମ୍ମାନ ଦେବା ଆବଶ୍ୟକ ହୋଇ ନ ଥାଏ । ଏହି ଜ୍ଞାନ ଶିକ୍ଷକଙ୍କୁ ଦରମା ଦେଇ କ୍ରୟ କରାଯାଇପାରେ । କିନ୍ତୁ ଆଧ୍ୟାତ୍ମିକ ଉପଦେଶ, ଚିରାଚରିତ ଶିକ୍ଷା ପଦ୍ଧତିରେ ଜଣେ ଛାତ୍ରକୁ ଦିଆଯାଇ ନ ଥାଏ କିମ୍ବା କୌଣସି ମୂଲ୍ୟ ଦେଇ ଏହାକୁ କ୍ରୟ କରାଯାଇ ନ ଥାଏ । ଶିଷ୍ୟର ନମ୍ରତା ଏବଂ ସେବା ଭାବରେ ଗୁରୁ ଯେତେବେଳେ ସନ୍ତୁଷ୍ଟ ହୁଅନ୍ତି, ସେତେବେଳେ ଗୁରୁ କୃପାରୁ ଶିଷ୍ୟର ହୃଦୟରେ ସେହି ଜ୍ଞାନ ପ୍ରକଟିତ ହୋଇଥାଏ ।

ତେଣୁ ପ୍ରହ୍ଲାଦ ମହାରାଜ କହିଥିଲେ:

ନୈଷାଂ ମତିସ୍ ତାବଦ୍ ଉରୁକ୍ରମାଙ୍ଘ୍ରିଂ ସ୍ପୃଶତ୍ୟନର୍ଥାପଗମୋ ଯଦର୍ଥଃ
ମହୀୟସାଂ ପାଦଽରଜୋଭିଷେକଂ ନିଷ୍କିନ୍‌ଚନାନାଂ ନ ବୃଣୀତ ଯାବତ୍ । (ଭାଗବତମ୍ ୭.୫.୩୨)

“ ଜଣେ ମହାପୁରୁଷଙ୍କର ପାଦପଦ୍ମର ରଜରେ ଅବଗାହନ ନ କରିବା ଯାଏଁ, ଆମେ ଦିବ୍ୟଚେତନା ସ୍ତରର ଅନୁଭୂତି ପ୍ରାପ୍ତ କରିପାରିବା ନାହିଁ ।” ସେଥିପାଇଁ ଏହି ଶ୍ଲୋକରେ, ଗୁରୁଙ୍କ ପାଖକୁ ବିନମ୍ରତାର ସହିତ ଯାଇ ସତ୍ୟ ସମ୍ବନ୍ଧରେ ଶ୍ରଦ୍ଧାପୂର୍ବକ ପ୍ରଶ୍ନ କରିବା ଏବଂ ସେବା ଦ୍ୱାରା ତାଙ୍କୁ ସନ୍ତୁଷ୍ଟ କରିବା ବିଷୟରେ ଶ୍ରୀକୃଷ୍ଣ କହିଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
4. ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency